Advertisment

ଏନ୍‌ଡିଏ ବୈଠକରେ ଯୋଗଦେବା ପାଇଁ ଚିରାଗ ପାଶଓ୍ୱାନଙ୍କୁ ନିମନ୍ତ୍ରଣ

ଏନଡିଏ ବୈଠକରେ ଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିରାଗ ପାଶଓ୍ୱାନଙ୍କ ନିକଟକୁ ପତ୍ର ଲେଖିଛନ୍ତି।

Union minister Nityanand Rai met Chirag Paswan on Friday night

Union minister Nityanand Rai met Chirag Paswan on Friday night

Advertisment

ଏନଡିଏ ବୈଠକରେ ସାମିଲ ହୋଇପାରନ୍ତି ଲୋକଜନଶକ୍ତି ପାର୍ଟି (ରାମଭିଳାସ) ନେତା ଚିରାଗ ପାଶଓ୍ୱାନ। ଏନଡିଏ ବୈଠକରେ ଯୋଗ ଦେବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିରାଗ ପାଶଓ୍ୱାନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏନଡିଏ ନିର୍ବାଚନକାରୀଙ୍କ ବୈଠକ ଜୁଲାଇ ୧୮ରେ ଅନୁଷ୍ଠିତ ହେବ। ଜେପି ନଡା ଏହି ବୈଠକ ସମ୍ପର୍କରେ ନିମନ୍ତ୍ରଣ ପଠାଇଛନ୍ତି। ସେ ଚିରାଗ ପାସୱାନଙ୍କୁ ଲେଖିଥିବା ଏକ ପତ୍ରରେ ଲୋକଜନଶକ୍ତି ପାର୍ଟି (ରାମଭିଳାସ)କୁ ନଡିଏ’ର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି।

Advertisment

ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ସେବା, ଉତ୍ତମ ଶାସନ ଏବଂ ଗରିବ କଲ୍ୟାଣ ଯାତ୍ରାରେ ଆପଣ ମଧ୍ୟ ଏକ ପ୍ରମୁଖ ସହଯୋଗୀ ବୋଲି ଉଲ୍ଲେଖ କରାଯାଇଛି।

ଚିଠିରେ ଆହୁରି କୁହାଯାଇଛି ଯେ, ଏନଡିଏ ବୈଠକ ୧୮ ଜୁଲାଇ ୨୦୨୩ ମଙ୍ଗଳବାର ଅପରାହ୍ନ ୫ଟାରେ ନୂଆଦିଲ୍ଲୀର ହୋଟେଲ ଅଶୋକ ଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସଭାରେ ଆପଣଙ୍କୁ ଆନ୍ତରିକତାର ସହିତ ନିମନ୍ତ୍ରଣ କରାଯାଇଛି।

Advertisment

ଶୁକ୍ରବାର ରାତିରେ ଚିରାଗଙ୍ଗୁ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦ୍ୱିତୀୟ ଥର ଭେଟି ଏହି ନିମନ୍ତ୍ରଣପତ୍ର ଦେଇଛନ୍ତି।

Bjp Power Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe