କର୍ଣ୍ଣାଟକା ରେଜଲ୍ଟ: ଜେଡିଏସ ସହ କଂଗ୍ରେସ ଓ ବିଜେପିର ଗୁପ୍ତ ଆଲୋଚନା

ଏହାର ଅର୍ଥ କଂଗ୍ରେସ କିମ୍ବା ବିଜେପିକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୩ ଆସନ ମିଳିବ ନାହିଁ। ତଥାପି ବିଜେପି ତୁଳନାରେ କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଏକଜିଟ ପୋଲରେ ଦାବି କରାଯାଇଛି।

BJP

representational image

Hemant Lenka
  • Published: Friday, 12 May 2023
  • Updated: 12 May 2023, 03:28 PM IST

Sports

Latest News

୨୦୧୮ ଭଳି ୨୦୨୩ରେ ମଧ୍ୟ କର୍ଣ୍ଣାଟକାରେ କିଙ୍ଗ ମେକର ସାଜିପାରେ ଜେଡିଏସ। ଆସନ୍ତାକାଲି କର୍ଣ୍ଣାଟକା ବିଧାନସଭା ନିର୍ବାଚନର ରେଜଲ୍ଟ ପ୍ରକାଶ ପାଇବ। ଏହାପୂର୍ବରୁ ସାମ୍ନାକୁ ଆସିଥିବା ଅଧିକାଂଶ ଏକଜିଟ୍‌ ପୋଲରେ ରାଜ୍ୟରେ ଝୁଲା ବିଧାନସଭା ଗଠନ ହେବାର ଅନୁମାନ କରାଯାଇଛି।

ଏକଜିଟ୍‌ ପୋଲ ସାମ୍ନାକୁ ଆସିବା ପରେ ଏବେ ଉଭୟ ବିଜେପି ଓ କଂଗ୍ରେସ କ୍ଷମତା ହାତେଇବା ପାଇଁ ରଣନୀତି ଆରମ୍ଭ କରି ଦେଇଛନ୍ତି। ଉଭୟ ଦଳ ଜେଡିଏସ୍‌ ସହ ମେଣ୍ଟ କରିବାକୁ ବ୍ୟାକଡୋର ଆଲୋଚନା ମଧ୍ୟ ଆରମ୍ଭ କରିଦେଇଥିବା ଖବର ମିଳିଛି। ଅବଶ୍ୟ ଏ ସମ୍ପର୍କରେ କଂଗ୍ରେସ କିମ୍ବା ବିଜେପି କିଛି ବି କହି ନଥିଲେ ହେଁ ଜେଡିଏସ୍‌ ପକ୍ଷରୁ ମେଣ୍ଟ ପାଇଁ ଉଭୟ ଦଳ ଆଲୋଚନା କରିଥିବା କୁହାଯାଇଛି। ଉଭୟ ଦଳଙ୍କୁ ଜେଡିଏସ୍‌ ମଧ୍ୟ ଝୁଲାଇ ରଖିଛି। 

Also Read

ଚୂଡ଼ାନ୍ତ ରେଜଲ୍ଟ ପୂର୍ବରୁ ଗୁରୁବାର ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନେ ଦଳର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ଓ ରଣଦୀପ ସିଂହ ସୂର୍ଯ୍ୟେୱାଲାଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ରଣନୀତି କ’ଣ ହେବ, ସେ ବିଷୟରେ ସେମାନେ କଥା ହୋଇଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଶୋଭା କାରନ୍ଦଲାଜେ ଫୋନ ଯୋଗେ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ସହ ଝୁଲା ବିଧାନସଭା ସ୍ଥିତି ଉପୁଜିଲେ, କ’ଣ କରାଯିବ ସେ ବିଷୟରେ ଆଲୋଚନା କରିଛନ୍ତି। ଯଦି ବିଜେପି ରାଜ୍ୟରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନ ପାଇବ, ତା’ହେଲେ ଜେଡିଏସ୍‌ ସହ ମେଣ୍ଟ କରିବ ବୋଲି ଦଳ ପକ୍ଷରୁ ଶୋଭାଙ୍କୁ ଗ୍ରୀନ ସିଗ୍ନାଲ ଦିଆଯାଇଥିବା ଜଣାପଡ଼ିଛି। 

୨୦୧୮ରେ ବିଜେପି ସର୍ବବୃହତ୍ତ ଦଳ ଭାବେ ୧୦୪ଟି ଆସନ ଜିତିଥିଲା। ଅବଶ୍ୟ ଦଳ ମ୍ୟାଜିକ ନମ୍ବର ଠାରୁ ୯ଟି ଆସନ କମ ପାଇଥିଲା। କଂଗ୍ରେସ ୭୮ଟି ଓ ଜେଡିଏସ୍‌ ୩୭ଟି ଆସନ ଦଖଲ କରିଥିଲେ। ଏହି ଦୁଳ ମେଣ୍ଟ କରି ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିଥିଲେ। ଜେଡିଏସର ଏଚ୍‌ଡି କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।

କିନ୍ତୁ ଏହି ସରକାର ମାତ୍ର ବର୍ଷକ ପାଇଁ କାମ କରିଥିଲା। କଂଗ୍ରେସ ଓ ଜେଡିଏସ୍‌ର କିଛି ବିଧାୟକ ଦଳ ଛାଡ଼ିବାରୁ କୁମାରସ୍ୱାମୀ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି ସରକାର ଗଠନ କରିଥିଲା।

୨୦୧୮ ଭଳି ଯଦି ସ୍ଥିତି ଉପୁଜେ, ତା’ହେଲେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ଚୌକିରେ ବସିବାର ସମ୍ଭାବନା ବହୁତ କମ। କାରଣ ଜେଡିଏସ ୧୨ରୁ ୩୩ଟି ଆସନ ଜିତିବ ବୋଲି ଏକଜିଟ ପୋଲରେ ଆକଳନ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୮ ଭଳି ଏଥର ମଧ୍ୟ ରେଜଲ୍ଟ ପୂର୍ବରୁ କୁମାରସ୍ୱାମୀ ଛୁଟି କାଟିବା ପାଇଁ ବୁଧବାର ରାତିରୁ ସିଙ୍ଗାପୁର ଚାଲି ଯାଇଛନ୍ତି। ସେ ଶନିବାର ସେଠାରୁ ଆସିବାର ଯୋଜନା ରହିଛି। ଝୁଲା ବିଧାନସଭା ଭଳି ସ୍ଥିତିରେ ଜେଡିଏସ୍‌ର ବିଧାୟକମାନଙ୍କୁ ଏକାଠି ରଖିବା କୁମାରସ୍ୱାମୀଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

ଯଦି କଂଗ୍ରେସ ମ୍ୟାଜିକ ନମ୍ବର ୧୧୩ ଠାରୁ ସାମାନ୍ୟ ପଛରେ ରହିଲା, ତା’ହେଲେ ଦଳ ସ୍ୱାଧୀନ ଓ ଛୋଟ ଛୋଟ ଦଳର ବିଧାୟକଙ୍କୁ ନେଇ ସରକାର ଗଠନ କରିବାକୁ ଚେଷ୍ଟା କରିବ। କିନ୍ତୁ କଂଗ୍ରେସ ଯଦି ୧୦ କିମ୍ବା ତା’ ଠାରୁ ଅଧିକ ଆସନ ପଛରେ ରହିଲା, ତା’ହେଲେ ଏପରିସ୍ଥିତିରେ ଦଳ ଜେଡିସଏସ୍‌ର ସହାୟତା ଲୋଡ଼ିବ।

ଅନ୍ୟପକ୍ଷରେ ଜେଡିଏସ୍‌ କାହାକୁ ସରକାର ଗଠନରେ ସହାୟତା କରିବ, ତା’ର ନିଷ୍ପତ୍ତି ନେଇ ସାରିଥିବା ଦଳର ଜଣେ ନେତା କହିଛନ୍ତି। ଜେଡିଏସ୍‌ ନେତା ତନବୀର ଅହମଦ କହିଛନ୍ତି, “ନିଷ୍ପତ୍ତି ହୋଇ ସାରିଛି। ଆମେ ଉପଯୁକ୍ତ ସମୟରେ ସର୍ବସମ୍ମୁଖରେ ଏହାର ଘୋଷଣା କରିବୁ। ଉଭୟ ବିଜେପି ଓ କଂଗ୍ରେସ ଆମ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି।

ଜେଡିଏସ ଆଜି ଯେଉଁ ସ୍ତରରେ ରହିଛି, ରାଜନୀତିକ ଦଳଗୁଡ଼ିକ ଆମ ପାଖକୁ ଆସିବା ପାଇଁ ବାଧ୍ୟ। ଉଭୟ ରାଜନୀତିକ ଦଳ ମଧ୍ୟରୁ ରାଜ୍ୟର ମଙ୍ଗଳ କିଏ କରିବ, ତା’ର ବିଚାର କରିବାକୁ କର୍ଣ୍ଣାଟକାବାସୀ ଆମକୁ କହିଛନ୍ତି। ଆମେ ମଧ୍ୟ ରାଜ୍ୟର ବିକାଶ କରିବାକୁ ସତରେ ଲକ୍ଷ୍ୟ ରଖିଥିବା ଦଳକୁ ସମର୍ଥନ କରିବୁ।

ଆମ ବିନା କେହି ବି ସରକାର ଗଠନ କରିପାରିବେ ନାହିଁ। ଏହା ଏକ ଭଲ ସଂଖ୍ୟା। ଆମେ ଜାତୀୟ ରାଜନୀତିକ ଦଳର ଟଙ୍କା, କ୍ଷମତା ସହ ଆଦୌ ସମାନ ନୁହେଁ। ସେମାନଙ୍କ ଆଗରେ ଆମେ ଦୁର୍ବଳ। କିନ୍ତୁ ଆମେ ସରକାରର ଅଂଶ ହେବାକୁ ଭଲ ପ୍ରଦର୍ଶନ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story