Advertisment

ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିଲେ ବିଜେପି ନେତା, ଗୁଳି କରିଦେଲେ ଦୁର୍ବୃତ୍ତ

ସବୁଦିନ ଭଳି ଆଜି ବି ସେ ସକାଳୁ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିଲେ। ଏହି ସମୟରେ ଲେବର କଲୋନୀ ବ୍ରିଜ ଉପରେ ବିଜେପି କାଉନସିଲରଙ୍କୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଥିଲେ।

ଅଦ୍ୟତନ ହୋଇଛି
Firing

Firing

Advertisment

ବିଚ୍‌ ରାସ୍ତାରେ ବିଜେପି ନେତାଙ୍କୁ ଗୁଳି ମାଡ଼। ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିବା ବେଳେ ବିଜେପି କାଉନ୍‌ସିଲର୍‌ଙ୍କୁ ଉପରେ ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଉତ୍ତରପ୍ରଦେଶର ଫିରୋଜାବାଦରେ ଘଟିଛି ଏଭଳି କିଛି ଘଟଣା।

Advertisment

ସୂଚନା ମୁତାବକ, ଫରୋଜାବାଦର ବିଜେପି କାଉନ୍‌ସିଲର ଆଲିମ ଭୋଲାଙ୍କୁ ଗୁଳି ମାଡ଼ ହୋଇଛି। ସବୁଦିନ ଭଳି ଆଜି ବି ସେ ସକାଳୁ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଇଥିଲେ। ଏହି ସମୟରେ ଲେବର କଲୋନୀ ବ୍ରିଜ ଉପରେ ବିଜେପି କାଉନସିଲରଙ୍କୁ ଦୁର୍ବୃତ୍ତମାନେ ଗୁଳି ମାଡ଼ କରିଥିଲେ।

ପରେ ସୂଚନା ମିଳିବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙକୁ ଆଗ୍ରା ରେଫର୍ କରାଯାଇଛି।

Advertisment

ମ୍ୟୁନିସିପାଲିଟି କର୍ପୋରେସନ୍ ୱାର୍ଡ ନମ୍ବର ୪୮ ଲେବର କଲୋନୀ ଅଞ୍ଚଳର ବିଜେପି କାଉନସିଲର ଆଲିମ ଓରଫ ଭୋଲାଙ୍କ ଗୋଡରେ ଗୁଳି ବାଜିଛି। ଏଥିସହ ତାଙ୍କ ପେଟକୁ ମଧ୍ୟ ଗୋଟିଏ ଗୁଳି ବାଜିଛି। ତେବେ କିଏ ଓ କାହିଁକି ତାଙ୍କୁ ଏଭଳି ମରାଣନ୍ତକ ଆକ୍ରମଣ କରିଛି ଏହାର ପଛରେ କ'ଣ କାରଣ ରହିଛି ସେ ନେଇ ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କ ଧରିବା ପାଇଁ ପୁଲିସ ସର୍ଚ୍ଚ ଚଳାଇଛି।

Firing BJP Councillor Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe