Advertisment

ଉଦ୍ଧବ ଠାକରେଙ୍କୁ କାଉଣ୍ଟର କଲା ବିଜେପି: ସିନ୍ଦେ ଇସ୍ତଫା ଦେବେନି କହିଲେ ଫଡନାଭିସ

ସୁପ୍ରିମକୋର୍ଟ ଉଦ୍ଧବ ଠାକରେଙ୍କ ସରକାରକୁ ପୁନଃ ସ୍ଥାପିତ କରିବାକୁ ମନା କରିଛନ୍ତି। ଠାକରେ ଇସ୍ତଫା ଦେଇଥିବାରୁ ସିନ୍ଦେଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାର ଅଧିକାର ରାଜ୍ୟପାଳଙ୍କ ରହିଥିଲା। ତେଣୁ ସିନ୍ଦେ ଇସ୍ତଫା ଦେବାର କୌଣସି ଆବଶ୍ୟକ ନାହିଁ ବୋଲି ଫଡନାଭିସ କହିଛନ୍ତି।

author-image
Hemant Lenka
BJP

BJP

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ଷମତା ପାଇଁ ବିଚାରଧାରାକୁ ଛାଡ଼ିଥିଲେ। କିନ୍ତୁ ତାଙ୍କ ଉତ୍ତରାଧିକାରୀ ଏକନାଥ ସିନ୍ଦେ କ୍ଷମତା ବଦଳରେ ବିଚାରଧାରାକୁ ବାଛିଥିଲେ। ତେଣୁ ସେ କୌଣସି ପ୍ରକାରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି। ଏଥିସହ ଶିବସେନାରେ ଗତବର୍ଷ ଠାରୁ ଚାଲିଥିବା ବିବାଦକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ମଧ୍ୟ ଶ୍ରୀ ଫଡନାଭିସ ସ୍ୱାଗତ କରିଛନ୍ତି।

Advertisment

ସୁପ୍ରିମକୋର୍ଟ ଉଦ୍ଧବ ଠାକରେଙ୍କ ସରକାରକୁ ପୁନଃ ସ୍ଥାପିତ କରିବାକୁ ମନା କରିଛନ୍ତି। ଠାକରେ ଇସ୍ତଫା ଦେଇଥିବାରୁ ସିନ୍ଦେଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାର ଅଧିକାର ରାଜ୍ୟପାଳଙ୍କ ରହିଥିଲା। ତେଣୁ ସିନ୍ଦେ ଇସ୍ତଫା ଦେବାର କୌଣସି ଆବଶ୍ୟକ ନାହିଁ ବୋଲି ଫଡନାଭିସ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ପରେ ଉଦ୍ଧବ ଠାକରେ ସାମ୍ବାଦିକ ସମ୍ମିଳନୀ କରି ସିନ୍ଦେଙ୍କ ଇସ୍ତଫା ଦାବି କରିଥିଲେ। ଏଥିସହ ଏପରି ରାୟ ନୈତିକ ବିଜୟ ବୋଲି ଉଦ୍ଧବ ଦାବି କରିଥିଲେ। ଏହାକୁ କାଉଣ୍ଟର କରିବା ପାଇଁ ଏକନାଥ ସିନ୍ଦେ ଓ ଫଡନାଭିସ ଏକାଠି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ଫଡନାଭିସ କହିଛନ୍ତି, “ଆଜି ଉଦ୍ଧବ ଠାକରେ କହୁଛନ୍ତି ଯେ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ।

Advertisment

ଆପଣ ବିଜେପି ସହ ମେଣ୍ଟ କରି ନିର୍ବାଚନ ଜିତିଥିଲେ। ଏହାପରେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କଲେ। ସେହି ସମୟରେ ଆପଣ ନିଜର ନୈତିକତା କେଉଁ ବକ୍ସରେ ରଖିଥିଲେ? ଆପଣ କ୍ଷମତା ପାଇଁ ବିଚାରଧାରାକୁ ଛାଡ଼ିଥିଲେ। ସିନ୍ଦେ କ୍ଷମତା ଛାଡ଼ିଥିଲେ ଓ ବିଚାରଧାରା ପାଇଁ ଆମ ସହ ସାମିଲ ହୋଇଥିଲେ। ଠାକରେ ନୈତିକତା ପାଇଁ ଇସ୍ତଫା ଦେଇ ନଥିଲେ। ଲୋକମାନେ ତାଙ୍କୁ ଏକା କରି ଚାଲି ଯାଉଥିବାରୁ ସେ ଭୟରେ ପଦ ଛାଡ଼ିଥିଲେ।”

କୋର୍ଟଙ୍କ ନିର୍ଦ୍ଦେଶକୁ ଦୋହରାଇ ସେ କହିଛନ୍ତି ଯେ ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ପାଇଁ ହୋଇଥିବା ଦାବିର ନିଷ୍ପତ୍ତି ନେବେ। ସମ୍ବିଧାନାର ୧୦ମ ସେଡ୍ୟୁଲ ଅନୁସାରେ ବାଚସ୍ପତି ରାଜନୀତିକ ଦଳ କିଏ, ତା’ର ବିଚାର କରିବେ ବୋଲତ ଫଡନାଭିସ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସିନ୍ଦେ କହିଛନ୍ତି, “ସତ୍ୟ ଜିତିଛି। ଆମେ ଆଇନ ଓ ସମ୍ବିଧାନ ଅନୁସାରେ ସରକାର ଗଠନ କରିଥିଲୁ। ଆଜି ସୁପ୍ରିମକୋର୍ଟ ଏହାକୁ ପ୍ରମାଣିତ କରିଛନ୍ତି। ଅନେକ ଲୋକ ଆମ ସରକାରକୁ ଅସମ୍ବିଧାନିକ କହୁଥିଲେ।

ଆଜି ସୁପ୍ରିମକୋର୍ଟ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇଛନ୍ତି। ଆମ ସରକାର ସଂଖ୍ୟା ଗରିଷ୍ଠତାର ସହ ଗଠନ ହୋଇଥିଲା। ଏଥିପାଇଁ ଉଦ୍ଧବ ଠାକରେଙ୍କ ପାଖରେ କୌଣସି ଉପାୟ ନଥିଲା ଓ ସେ ବାଧ୍ୟ ହୋଇ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ସେମାନେ ହ୍ୱିପ ଜାରି କରିପାରିବେ ବୋଲି କହୁଛନ୍ତି। ସେମାନଙ୍କ ପାଖରେ ଏବେ କେତେ ଲୋକ ଅଛନ୍ତି ବୋଲି ମୁଁ ପ୍ରଶ୍ନ କରିବାକୁ ଚାହୁଁଛି। ବାଲାସାହେକ ଠାକେରଙ୍କ ବିଚାରଧାରାକୁ ଆମେ ହିଁ ଅନୁସରଣ କରୁଛୁ।”

Maharashtra Govt Uddhav Thackeray Eknath Sinde