Advertisment

କଟିଲା ବ୍ରିଜଭୂଷଣଙ୍କ ଟିକେଟ୍‌, ପୁଅକୁ ପ୍ରାର୍ଥୀ କଲା ବିଜେପି

ତାଙ୍କ ବଦଳରେ ତାଙ୍କ ପୁଅ କରଣ ଭୂଷଣ ଶରଣ ସିଂହଙ୍କୁ ଟିକେଟ୍‌ ମିଳିଛି। ଉତ୍ତର ପ୍ରଦେଶର କେସରଗଞ୍ଜ ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି।

author-image
Madhupriya Mistry
BJP Drops Brij Bhushan

BJP Drops Brij Bhushan

ହେବିଓ୍ୱେଟ୍‌ ନେତାଙ୍କୁ ଆଉଟ୍‌ କଲା ବିଜେପି। ମହିଳା କୁସ୍ତି ଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଛନ୍ଦି ହୋଇଥିବା ବିଜେପି ନେତା ବ୍ରିଜଭୂଷଣ ଶରଣଙ୍କ କଟିଲା ଟିକେଟ୍‌। ଏଥିର ବିଜେପି ତାଙ୍କୁ ନିର୍ବାଚନ ରେସ୍‌ରୁ ଆଉଟ୍‌ କରିଛି। ତାଙ୍କ ବଦଳରେ ତାଙ୍କ ପୁଅ କରଣ ଭୂଷଣ ଶରଣ ସିଂହଙ୍କୁ ଟିକେଟ୍‌ ମିଳିଛି। ଉତ୍ତର ପ୍ରଦେଶର କେସରଗଞ୍ଜ ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି।

Advertisment

କରଣ ଭୂଷଣ ସିଂହ ହେଉଛନ୍ତି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ସାନ ପୁଅ। ସେ ଉତ୍ତରପ୍ରଦେଶ ରେସଲିଂ ଆସୋସିଏସନ ସଭାପତି ଅଛନ୍ତି। ପ୍ରଥମ ଥର ପାଇଁ କରଣ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେହିପରି ବ୍ରିଜଭୂଷଣ ଶରଣ ସିଂହଙ୍କ ବଡ଼ ପୁଅ ପ୍ରତୀକ ଭୂଷଣ ସିଂହ ଗୋଣ୍ଡାରୁ ବିଧାୟକ ଅଛନ୍ତି।

ସେହିପରି ଦୀର୍ଘ ସମୟ ପ୍ରତିକ୍ଷା ପରେ ରାୟବରେଲି ଆସନ ପାଇଁ ମଧ୍ୟ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଦିନେଶ ପ୍ରତାପ ସିଂହଙ୍କୁ ବିଜେପି ରାୟବରେଲିରୁ ଟିକେଟ୍‌ ଦେଇଛି। ୨୦୧୯ରେ ରାୟବରେଲି ଲୋକସଭା ଆସନରୁ ସୋନିଆ ଗାନ୍ଧିଙ୍କ ବିରୋଧରେ ଦିନେଶ ପ୍ରତାପ ସିଂହ ନିର୍ବାଚନ ଲଢ଼ିଥିଲେ। ତେବେ ସେ ୧ଲକ୍ଷ ୬୦ ହଜାର ଭୋଟ୍‌ରେ ନିର୍ବାଚନ ହାରିଥିଲେ। ଏଥର ଦଳ ପୁଣି ଥରେ ତାଙ୍କ ଉପରେ ଭରସା ଦେଖାଇଛି।

Advertisment

କହିରଖୁ ବିଜେପି ସାଂସଦ ତଥା ପୂର୍ବତନ କୁସ୍ତି ମହାସଂଘର (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ସମ୍ପୃକ୍ତ ହେବା ପରେ ଅଡୁଆ ବଢ଼ିଥିଲା। ଦଳ ତାଙ୍କୁ କେସରଗଞ୍ଜ ଆସନରୁ ଲୋକ ସଭା ନିର୍ବାଚନ ପାଇଁ ଏଥର ଟିକେଟ ଦେବ ନାହିଁ ବୋଲି ଆରମ୍ଭରୁ କଳ୍ପନାଜଳ୍ପନା ଚାଲିଥିଲା।

Brij Bhushan Sharan Singh Loksabha Election 2024 Bjp Candidate List