Advertisment

ଭୋଜପୁରୀ ସୁପରଷ୍ଟାରଙ୍କୁ ବିଦା କଲା ବିଜେପି

ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କୁ ବାହାର ରାସ୍ତା ଦେଖାଇଛି ଦଳ। ଦଳରେ ଥାଇ ବି ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିବାରୁ ଦଳ ତାଙ୍କୁ ବିଦା କରିଛି।

Bhojpuri Superstar Pawan Singh

Bhojpuri Superstar Pawan Singh

Advertisment

ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କୁ ବାହାର ରାସ୍ତା ଦେଖାଇଛି ଦଳ। ଦଳରେ ଥାଇ ବି ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିବାରୁ ଦଳ ତାଙ୍କୁ ବିଦା କରିଛି। ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ ଦଳରୁ ବହିଷ୍କୃତ ହୋଇଛନ୍ତି ସିଙ୍ଗର ତଥା ଅଭିନେତା ପବନ ସିଂହ ।

Advertisment

ବିହାରର ବିଜେପି ପ୍ରଭାରୀ ସମ୍ରାଟ ଚୌଧୁରୀଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଦଳରୁ ବାହର କରି ଦିଆଯାଇଛି। ପବନ ସିଂହ ଚଳିତ ନିର୍ବାଚନରେ NDA ପ୍ରାର୍ଥୀଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କର ଏହି କାର୍ଯ୍ୟ ଦଳ ବିରୋଧୀ ହୋଇଥିବା ବେଳେ ଅନୁଶାସନବିହୀନ ବୋଲି କୁହାଯାଇଛି। ପବନ ସିଂହଙ୍କ ଏପରି କାର୍ଯ୍ୟ ଯୋଗୁ ଦଳର ଛବି ମଳିନ ପଡ଼ିଛି।

ବିଜେପି ପ୍ରଥମେ ତାଙ୍କୁ ପଶ୍ଚିମବଙ୍ଗର ଆସନସୋଲରୁ ଟିକେଟ୍‌ ଦେଇଥିଲା। ତେବେ ସେ ଉକ୍ତ ସିଟ୍‌ରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ଏହାପରେ ସେ ବିହରର କାରାକାଟ ଆସନରୁ ଲଢ଼ିବାକୁ ଘୋଷଣା କରିଥିଲେ। ନିଜ ମା’ଙ୍କୁ ଦେଇଥିବା କଥା ଅନୁଯାୟୀ ସେ କାରକାଟା ଆସନରୁ ଲଢ଼ିବେ ବୋଲି ନିଜ ସୋଶାଲ ମିଡିଆରେ ଘୋଷଣା କରିଥିଲେ।

Advertisment

ଉକ୍ତ ଆସନ ନିମନ୍ତେ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଦଳ ଅଧ୍ୟକ୍ଷ ଉପେନ୍ଦ୍ର କୁଶବାହା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ଉପେନ୍ଦ୍ର କୁଶବାହାଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବା ଦଳ ବିରୋଧୀ କାର୍ଯ୍ୟ ବୋଲି କହି NDA ତାଙ୍କୁ ଦଳରୁ ବିଦା କରିଛି। ଏହି ସିଟ୍‌ରେ ଆସନ୍ତା ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ଓ ୪ ତାରିଖରେ ଫଳାଫଳ ବାହାରିବ ।

Bjp 2024 General Election Loksabha Election 2024 Pawan Singh Bhojpuri Singer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe