Advertisment

ବଢ଼ିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ

ଆସନ୍ତା ଜୁନ୍‌ ୨୦୨୪ ଯାଏଁ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି।

author-image
Madhupriya Mistry
JP Nadda

JP Nadda

ପୁଣି ବଢ଼ିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ। ଆସନ୍ତା ଜୁନ୍‌ ୨୦୨୪ ଯାଏଁ ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦିଆଯାଇଛି। ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ। ଆଜି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା ଏହି ନିଷ୍ପତ୍ତି ଅନୁମୋଦିତ ହୋଇଛି।

Advertisment

ପରବର୍ତ୍ତୀ ଅନୁମୋଦନ ଅନୁଯାୟୀ ଜେପି ନଡା ସ୍ୱାଧୀନ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିଜେପି ଜେପି ନଡ୍ଡାଙ୍କ ନେତୃତ୍ୱରେ ଆଗାମୀ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ଏହା ସହିତ ଏହା ମଧ୍ୟ କୁହାଯାଇଥିଲା ଯେ ନାଡ୍ଡା ୨୦୨୪ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଅର୍ଥାତ୍ ତାଙ୍କ ନେତୃତ୍ୱରେ ଲୋକସଭା ନିର୍ବାଚନ ଲଢ଼ାଯିବ। ଦଳର ଏହି ଘୋଷଣା ଏବଂ ଉପଦେଶକୁ ରବିବାର ଦିନ ବିଜେପି ସଂସଦୀୟ ବୋର୍ଡ ଅନୁମୋଦନ କରିଛି।

Advertisment

ଜେପି ନଡ୍ଡା ୨୦୧୯ରେ ବିଜେପିର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ନେଇଥିଲେ। ପରେ ୨୦୨୦ରେ ତାଙ୍କୁ ଦଳର ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇଥିଲା।

Bjp Jp Nadda