Advertisment

ମେଘାଳୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ମେଘାଳୟରେ ମୋଟ ୬୦ଟି ଆସନରେ ବିଜେପି ପ୍ରିତିଦ୍ୱିତା କରୁଛି।

author-image
Tapas Behera
ଅଦ୍ୟତନ ହୋଇଛି
undefined

BJP

ଆଗାମୀ ମେଘାଳୟ ବିଧାନସଭା ନିମନ୍ତେ ଆଜି ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ମେଘାଳୟର ରାଜ୍ୟ ବିଜେପି ଉପସଭାପତି ବର୍ଣ୍ଣାଡ଼ ଏନ ମାରକଙ୍କୁ ମୁଖ୍ୟମନ୍ତ୍ରୀ କର୍ଣ୍ଣନାଡ଼ କେ ସାଙ୍ଗମାଙ୍କ ବିରୋଧରେ ପ୍ରାର୍ଥୀ କରିଛି। ଦକ୍ଷିଣି ତୁରା ବିଧାନମସଭାମଣ୍ଡଳୀରୁ ମାରକଙ୍କୁ ଟିକେଟ ମିଳିଛି। ମେଘାଳୟରେ ମୋଟ ୬୦ଟି ଆସନରେ ବିଜେପି ପ୍ରିତିଦ୍ୱିତା କରୁଛି। ବର୍ତ୍ତମାନ ମେଘାଳୟରେ ମୁଖ୍ୟମନ୍ତ୍ରୀ ଥିବା କର୍ଣ୍ଣନାଡ଼ ସାଙ୍ଗମାଙ୍କ ନେତୃତ୍ୱାଧୀନ ମେଘାଲୟ ଡେମୋକ୍ରେଟିକ ଆଲାଏନ୍ସ ଦଳ ସହ ସହଯୋଗୀଭାବେ କ୍ଷମତାରେ ଥିଲା ଦଳ। କିନ୍ତୁ ନିକଟରେ ବିଜେପି ମେଣ୍ଟରୁ ଓହରି ନିଜେ ଏକା ରାଜ୍ୟରେ ନିର୍ବାଚନ ଲଢ଼ିବ ବୋଲି ଲୋଷଣା କରିଥିଲା।

Advertisment

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀ ତାଲିକା ଘୋଷଣା କରି ବରିଷ୍ଠ ‘ବିଜେପି’ ନେତାମାନେ କହିଛନ୍ତି, ମେଘାଳୟରେ ଆମେ ୬୦ଟିଯାକ ଆସନରୁ ପ୍ରତିଦ୍ୱନ୍ଦିତା କରିବୁ। ଆମର ଟ୍ୟାଗ୍‌ଲାଇନ୍‌ ହେଉଛି ‘ଏମ୍‌ ପାୱାର୍‌ ମେଘାଳୟ। ଅର୍ଥାତ୍‌ ସେଠାରେ ‘ମୋଦି-ପାୱାର୍‌ଡ୍‌ ମେଘାଳୟ’ ଏବଂ ‘ଡବଲ୍‌-ଇଞ୍ଜିନ୍‌ ସରକାର’ ଗଠନ କରାଯିବ। ରିପୋର୍ଟ ଅନୁସାରେ,

ନାଗାଲାଣ୍ଡ ଓ ମେଘାଳୟ ପାଇଁ ଫେବ୍ରୁଆରି ୨୭ ତାରିଖ ଦିନ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯିବ। ମାର୍ଚ ୨ ତାରିଖ ଦିନ ଫଳାଫଳ ଘୋଷଣା କରାଯିବ। ନାଗାଲାଣ୍ଡ ଓ ମେଘାଳୟ ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ ୧୨ ଓ ୧୫ରେ ଶେଷ ହେବ।

Advertisment
Bjp