ଜମ୍ମୁ-କଶ୍ମୀରରେ ବିଜେପି ହାତକୁ ଯାଇଛି ପ୍ରଥମ ଆସନ । ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ଦର୍ଶନ କୁମାର । ଦର୍ଶନ କୁମାରଙ୍କ ବିଜୟ ସହ ବିଜେପି କେନ୍ଦ୍ର ଶାସିତ ଅଞ୍ଚଳରେ ନିଜ ଖାତା ଖୋଲିଛି।
ଦର୍ଶନ କୁମାର ବସୋହଲି ବିଧାନସଭା କ୍ଷେତ୍ରରୁ ବଡ଼ ବିଜୟ ହାସଲ କରିଛନ୍ତି। ସେ ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ଲାଲ ସିଂହଙ୍କୁ ୩୧,୮୭୪ ଭୋଟରେ ପରାସ୍ତ କରିଛନ୍ତି। ସି ଏଚ ଲାଲ ସିଂହଙ୍କୁ ୧୫, ୮୪୦ ଭୋଟ ମିଳିଛି।
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଏହା ପ୍ରଥମ ବିଧାନସଭା ଫାଇଟ୍। ଜମ୍ମୁ-କଶ୍ମୀରରେ ୯୦ ଆସନରେ ନିର୍ବାଚନ ହୋଇଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରେ କେନ୍ଦ୍ର ଶାସିତ ପ୍ରଦେଶରେ ଆଗରେ ରହିଛି ଏନସି ମେଣ୍ଟ। କଂଗ୍ରେସ-ନ୍ୟାସନାଲ ମେଣ୍ଟ ୫୧ ବିଧାନସଭା ଆସନରେ ଆଗରେ ଚାଲୁଛି।
ଭାରତୀୟ ଜନତା ପାର୍ଟି ୨୭ଟି ସିଟରେ ଆଗରେ ରହିଥିବା ବେଳେ ପିଡିପି ୨ ଆସନ ଏବଂ ଅନ୍ୟାନ୍ୟ ୮ଟି ସିଟରେ ଆଗରେ ଅଛି। ଅପରାହ୍ଣ ସୁଦ୍ଧା କିଏ ଗଢ଼ିବ ସରକାର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ବୁଥ ବାହୁଡ଼ା ରିପୋର୍ଟରେ ଜମ୍ମୁ-କଶ୍ମୀରରେ ଏନସି ମେଣ୍ଟ ସରକାର ଗଠନ କରିବା ବୋଲି ଆକଳନ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କଥା ଦେଲେ ଦିସାନାୟକେ: କହିଲେ- ଭାରତ ବିରୋଧରେ ବ୍ୟବହାର ହେବନି ଶ୍ରୀଲଙ୍କାର ମାଟି
ଶ୍ରୀଲଙ୍କା ଉପରେ ଚାଇନାର ଦବଦବା ବଢ଼ୁଥିଲେ ହେଁ ଭାରତ ବିରୋଧରେ ସିଂହଳ ଦେଶର ଇଞ୍ଚିଏ ମାଟିକୁ କେହି ବ୍ୟବହାର କରିପାରିବେ ନାହିଁ। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ତତ୍ତ୍ୱକୁ ଶ୍ରୀଲଙ୍କାର ମାଟି କେବେ ହେଲେ ବ୍ୟବହାର କରିବାକୁ ଦିଆଯିବ ବୋଲି ଦିସାନାୟକେ କହିଛନ୍ତି।
National
ଭିକାରୀଙ୍କୁ ଭିକ ଦେଲେ ପୁଲିସ୍ କେସ୍ରେ ଫସିବେ, ନୂଆ ବର୍ଷରୁ ନୂଆ ନିୟମ
ଯଦି କେହି ଭିକାରୀଙ୍କୁ ନୂଆ ବର୍ଷ ଠାରୁ ଭିକ ଦିଅନ୍ତି, ତା’ହେଲେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯିବ।
Politics
EVMକୁ ନେଇ ବଢ଼ିଲା ଇଣ୍ଡିଆ ବ୍ଲକରେ ଫାଟ: ଏଥର କଂଗ୍ରେସକୁ ଘେରିଲା TMC
ଇଭିଏମ ହ୍ୟାକ କରି ବିଜେପି ନିର୍ବାଚନରେ ଜିତୁଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରି ଆସୁଛି। ହେଲେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ତିଆ ବ୍ଲକରେ ଥିବା ଗୋଟିଏ ପରେ ଗୋଟିଏ ଦଳ ଏହା ବିରୋଧରେ ମତ ରଖିବାରେ ଲାଗିଛନ୍ତି।
National
ପ୍ରଦୂଷଣ ପୂରା ଭାରତର ସମସ୍ୟା: ପ୍ରଦୂଷିତ ସହରଗୁଡ଼ିକର ତାଲିକା ମାଗିଲେ ସୁପ୍ରିମକୋର୍ଟ
ଦିଲ୍ଲୀ-ଏନସିଆରରେ ବାୟୁର ଗୁଣବତ୍ତାକୁ ଯାଞ୍ଚ କରିବା ସହ ଏଥିରେ ସୁଧାର ଆଣିବା ପାଇଁ ଗଠନ ହୋଇଥିବା ବାୟୁ ଗୁଣବତ୍ତା ପରିଚାଳନା କମିଶନ ଭଳି ସଂସ୍ଥା ସବୁ ରାଜ୍ୟ ପାଇଁ ପ୍ରତିଷ୍ଠା କରାଯାଇ ପାରେ ବୋଲି ମଧ୍ୟ କୋର୍ଟ ମତ ରଖିଛନ୍ତି।
Politics
ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା, ଏମିତି କହିଲା ବିଜେପି
ବିଜେପି ଏହାକୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ବୋଲି କହି ତାଚ୍ଛଲ୍ୟ କରିଥିବା ବେଳେ ଏହାର ଜବାବ ପ୍ରିୟଙ୍କା ଗାନ୍ଧି ଦେଇଛନ୍ତି।