Advertisment

ଫିଲ୍ମ ଷ୍ଟାଇଲରେ ବିଜେପି ନେତାଙ୍କୁ ହତ୍ୟା, ବୋମା ମାଡ଼ ପରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଶଙ୍କରଙ୍କ ନାଁରେ ୧୫ଟି ଅପରାଧିକ ମାମଲା ରହିଥିଲା। ସେ ଗୁଣ୍ଡାଗର୍ଦ୍ଦି ଆଇନରେ ପୂର୍ବରୁ ଦୁଇ ଥର ଗିରଫ ମଧ୍ୟ ହୋଇଥିଲେ।

BJP functionary

BJP functionary

Advertisment

ବିଜେପି ନେତାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା। କିଛି ଦୁର୍ବୃତ୍ତ ତାମିଲନାଡୁ ବିଜେପିର ଏସ୍‌ସି/ଏସ୍‌ଟି ୱିଙ୍ଗ କୋଷାଧ୍ୟକ୍ଷ ତଥା ବଲାପୁରମ ପଞ୍ଚାୟତ ସଭାପତି ପିପି ଜି ଶଙ୍କରଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି। ପ୍ରଥମେ ଶଙ୍କରଙ୍କ କାର୍‌ ଉପରକୁ ବୋମା ମାଡ଼ କରାଯାଇଥିଲା। ଏହାପରେ ତାଙ୍କୁ ବିଚ୍‌ ରାସ୍ତାରେ ହାଣି ହତ୍ୟା କରାଯାଇଛି। ଚେନ୍ନାଇ ଉପକଣ୍ଠ ନଜରାତପେଟରେ ଗୁରୁବାର ରାତିରେ ଏପରି ଘଟଣା ଘଟିଛି।

Advertisment

ପୁଲିସ୍‌ କହିଛି ଯେ ଗ୍ୟାଙ୍ଗୱାରରୁ ଏପରି ଘଟଣା ଘଟିଛି। ଶଙ୍କରଙ୍କ ନାଁରେ ୧୫ଟି ଅପରାଧିକ ମାମଲା ରହିଥିଲା। ସେ ଗୁଣ୍ଡାଗର୍ଦ୍ଦି ଆଇନରେ ପୂର୍ବରୁ ଦୁଇ ଥର ଗିରଫ ମଧ୍ୟ ହୋଇଥିଲେ। ଗୁରୁବାର ରାତିରେ ଶଙ୍କର ତାଙ୍କ କାର୍‌ରେ ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଯାଉଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ଦେଶୀ ବୋମା ତାଙ୍କ କାର ଉପରକୁ ମାଡ଼ କରିଥିଲେ।

ଏଥିଯୋଗୁ ଶଙ୍କର କାର୍‌ ଉପରୁ ନିୟନ୍ତ୍ରଣ ହରାଇଥିଲେ। ବୋମା ମାଡ଼କୁ ଦେଖି ସେ କାର୍‌ରୁ ବାହାରି ଦୌଡ଼ିବାରେ ଲାଗିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିବା ସହ ରାସ୍ତା ଉପରେ ହିଁ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ। ଶଙ୍କରଙ୍କ ସହ ଗୋଟିଲ ଗ୍ୟାଙ୍ଗର ଶତ୍ରୁତା ରହିଥିଲା। ତେଣୁ ବିରୋଧୀ ଗ୍ୟାଙ୍ଗ ପକ୍ଷରୁ ଏପରି କରାଯାଇଥିବା ଆଶଙ୍କା କରାଯାଉଛି।

Advertisment

ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତିକୁ ଦେଖି ବଲାପୁରମ ଗାଁରେ ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯାଇଛି। ଶଙ୍କର ଶୁକ୍ରବାର ବିଜେପି କାର୍ଯ୍ୟକର୍ତ୍ତା ଭେଙ୍କଟେଶଙ୍କ ୭ମ ଶ୍ରାଦ୍ଧବାର୍ଷିକରେ ଯୋଗ ଦେବାର ଥିଲା। କିନ୍ତୁ ଏହା ପୂର୍ବରୁ ହିଁ ତାଙ୍କୁ ହତ୍ୟା କରାଯାଇଛି।

ଏହି ଘଟଣାକୁ ନେଇ ତାମିଲନାଡୁ ବିଜେପି ସିଧାସଳଖ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଟାର୍ଗେଟ କରିଛି। ଷ୍ଟାଇଲ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି।

Tamilnadu Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe