୨୦୨୪ ଲୋକସଭା ନିର୍ବାଚନ ପାଇଁ ତାମିଲନାଡୁରେ ପିଏମ୍କେ ସହିତ ମେଣ୍ଟ କରିଛି ବିଜେପି। ଆଜି ଏହା ଚୂଡ଼ାନ୍ତ ହୋଇଛି। ମେଣ୍ଟ ସର୍ତ୍ତ ଅନୁସାରେ ପିଏମ୍କେକୁ ୧୦ଟି ଲୋକସଭା ଆସନ ଦେଇଛି ବିଜେପି। ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ସାମିଲ ହୋଇ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପିଏମ୍କେ ଇଚ୍ଛା ଜାହିର କରିବାର ଦିନକ ପରେ ଆସିଛି ଏହି ଖବର।
Also Read
ପିଏମ୍କେ ଅଧ୍ୟକ୍ଷ ଅଂବୁମଣି ରାମଦୋସ କହିଛନ୍ତି, ଦେଶର ଭଲ ପାଇଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଯେପରି ଜାରି ରହିବ, ସେଥିପାଇଁ ଆମେ ଏନ୍ଡିଏରେ ମିଶିଛୁ। ଏହା ଦ୍ୱାରା ରାଜ୍ୟରେ ପରିବର୍ତ୍ତନ ଆସିବ ବୋଲି ଆମର ବିଶ୍ୱାସ ରହିଛି। ଆମ ମେଣ୍ଟ କେବଳ ତାମିଲନାଡୁ ନୁହେଁ, ସାରା ଭାରତରେ ବଡ଼ ବିଜୟ ହାସଲ କରିବ।
ପିଏମ୍କେର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ତାମିଲନାଡ଼ୁ ବିଜେପି ମୁଖ୍ୟ କେ ଅନ୍ନାମଲାଇ। ସେ କହିଛନ୍ତି ଯେ ଏନ୍ଡିଏ ଏଥର ଲୋକସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିବ। ଏନ୍ଡିଏର ୪୦୦ରୁ ଅଧିକ ନେତା ଲୋକସଭାକୁ ନିର୍ବାଚିତ ହେବେ। ଏହା ପରେ ୨୦୨୬ରେ ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା
ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଶୁଶାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ। ଶୁଣାଣିରେ ସାମୟିକ ରୋକ୍ ଲଗାଇବା ପାଇଁ କେଜ୍ରିୱାଲଙ୍କ ପକ୍ଷରୁ ପିଟିସନ ଦାଖଲ କରାଯାଇଥିଲା।
National
ଆଦାନୀ ଗ୍ରୁପକୁ ବଡ଼ ଝଟକା: ୭୩୬ ମିଲିୟନ ଡଲାରର ଡିଲ୍ ବାତିଲ କଲା ଏହି ଦେଶ
ଆଦାନୀ ଗ୍ରୁପ ସହ ୭୩୬ ମିଲିୟନ ଡଲାରର ଡିଲକୁ ବାତିଲ କରିଛି କେନିୟା।
Politics
ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ବେଳେ କଟିଲା ବିଜୁଳି, ବିଜେପି କହିଲା- ଜୟରାମ କାଢ଼ିଥିଲେ ପ୍ଲଗ
ମାଇକ ବନ୍ଦ ହୋଇଯିବାରୁ ରାହୁଲ ଗାନ୍ଧି ଏଥିପାଇଁ ଆଦାନୀ ପାୱାର ଓ ମୋଦି ପାୱାର କଥା କହି କଟାକ୍ଷ କରିଥିଲେ।
Crime
ଡିଜିଟାଲ ଆରେଷ୍ଟର ଧମକ; ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟ୍
ଅହମ୍ମଦାବାଦର ଜଣେ ବିଲ୍ଡରଙ୍କ ଠାରୁ କୋଟିଏ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା।
Politics
'ବିଜେପି ନୁହେଁ, କଂଗ୍ରେସ ଶାସିତ ରାଜ୍ୟରେ ନିବେଶ କରୁଥିଲେ ଆଦାନୀ'
ଗୌତମ ଆଦାନୀ ଲାଞ୍ଚ ମାମଲାରେ ରାହୁଲଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଆମେରିକା କୋର୍ଟଙ୍କ ଅଭିଯୋଗରେ ଦର୍ଶାଯାଇଥିବା ୪ଟି ରାଜ୍ୟ ମଧ୍ୟରୁ କୌଣସି ଗୋଟିଏ ରାଜ୍ୟରେ ବିଜେପି ସରକାର ନଥିଲା।