Advertisment

ରାହୁଲ ଗାନ୍ଧିଙ୍କ ଲଣ୍ଡନ ବୟାନକୁ ନେଇ ଆଟାକିଂ ମୁଡରେ ବିଜେପି

ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ କହିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି।

Rahul Gandhi

Rahul Gandhi

Advertisment

ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ କହିବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ରାହୁଲ ଗାନ୍ଧିଙ୍କ ଏପରି ବୟାନକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛି ବିଜେପି। ବିଦେଶ ମାଟିରେ ରାହୁଲ ଭାରତକୁ ଅପମାନିତ କରିଛନ୍ତି। ସେ ବିଦେଶ ରାଷ୍ଟ୍ରଗୁଡ଼ିକୁ ଦେଶରେ ହସ୍ତକ୍ଷେପ କରିବାକୁ କହି ସବୁ ମର୍ଯ୍ୟାଦାକୁ ଭୁଲି ଯାଇଥିବା ବିଜେପି କହିଛି।

Advertisment

ବିଜେପି ମୁଖପାତ୍ର ରବି ଶଙ୍କର ପ୍ରସାଦ କହିଛନ୍ତି, “ରାହୁଲ ଗାନ୍ଧି ବିଦେଶ ଗଲା ପରେ ତାଙ୍କର କ’ଣ ହେଉଛି? ସେ ଗଣତନ୍ତ୍ରର ସବୁ ପରମ୍ପରା ଓ ମର୍ଯ୍ୟାଦା ଭୁଲି ଯାଉଛନ୍ତି। ରାହୁଲ ଗାନ୍ଧି କହୁଛନ୍ତି ଯେ ତାଙ୍କୁ ଭାରତରେ କହିବାକୁ ସୁଯୋଗ ମିଳୁନି। ସେ ସଂସଦ ଭଳି ପବିତ୍ର ଗୃହ ବିରୋଧରେ ମତ ରଖିଛନ୍ତି।

ଉତ୍ତର ପୂର୍ବ ରାଜ୍ୟରେ ପ୍ରଚାର କଲେ, କିନ୍ତୁ କଂଗ୍ରେସ ଖାତା ଖୋଲି ପାରିଲା ନାହିଁ। ଦେଶରେ ସେମାନଙ୍କ କଥା କେହି ନ ଶୁଣିବାରୁ ଏବେ ବିଦେଶରେ ଯାଇ ବୟାନ ରଖୁଛନ୍ତି। ଲଣ୍ଡନରେ ରାହୁଲ ଗାନ୍ଧି ସଂସଦ, ଗଣତନ୍ତ୍ର, ନ୍ୟାୟିକ ବ୍ୟବସ୍ଥା ଓ ରାଜନୀତିକ ବ୍ୟବସ୍ଥାକୁ ନିଜର ବୟାନ ମାଧ୍ୟମରେ ଅପମାନିତ କରିଛନ୍ତି। ଭାରତର ଗଣତନ୍ତ୍ର ପ୍ରତି ଲଜ୍ଜାଜନକ ଶବ୍ଦ ବ୍ୟବହାର କରିଛନ୍ତି।”

Advertisment

ରାହୁଲ ଗାନ୍ଧି ଲଣ୍ଡନର ଗୋଟିଏ କାର୍ଯ୍ୟକ୍ରମରେ ପ୍ରଶ୍ନ କରି କହିଥିଲେ ଯେ “ଭାରତର ଗଣତନ୍ତ୍ର ଏବେ ନଷ୍ଟ ହେବାକୁ ବସିଥିବା ବେଳେ ୟୁରୋପ ଓ ଆମେରିକା ଭଳି ଗଣତନ୍ତ୍ରର ରକ୍ଷାକାରୀ ଦେଶ, ଏହାକୁ କାହିଁକି ଅଣଦେଖା କରୁଛନ୍ତି?” ରାହୁଲଙ୍କ ଏପରି ବୟାନକୁ ବିରୋଧ କରି ବିଜେପି ପକ୍ଷରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସ୍ପଷ୍ଟୀକରଣ ଦାବି କରାଯାଇଛି।

ରବି ଶଙ୍କର ପ୍ରସାଦ କହିଛନ୍ତି, “ରାହୁଲ ଗାନ୍ଧି ଚାହୁଁଛନ୍ତି ଗଣତନ୍ତ୍ରର ସୁରକ୍ଷା ପାଇଁ ୟୁରୋପ ଓ ଆମେରିକା ହସ୍ତକ୍ଷେପ କରନ୍ତୁ? ହେଲେ ଆମେ ଏଠାରେ କହିବାକୁ ଚାହୁଁଛୁ ଯେ ଯାହାର ବି ସରକାର ଥାଉ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ତୃତୀୟ ପକ୍ଷର ହସ୍ତକ୍ଷେପ ଠିକ ନୁହେଁ। ଏହାକୁ ଆମେ ଦୃଢ଼ତାର ସହ ବିରୋଧ କରୁଛୁ।

କୌଣସି ବିଦେଶ ରାଷ୍ଟ୍ର ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିପାରିବ ନାହିଁ। ଆମେ ଖଡଗେଙ୍କୁ ପ୍ରଶ୍ନ ପଚାରିବାକୁ ଚାହୁଁଛୁ ଯେ କ’ଣ ସେ ଜଣେ ନିର୍ବାଚିତ କଂଗ୍ରେସ ସଭାପତି ଭାବେ ରାହୁଲ ଗାନ୍ଧିଙ୍କ ଏହି ଦାୟିତ୍ୱହୀନ ଓ ଲଜ୍ଜାଜନକ ବୟାନକୁ ସମର୍ଥନ କରୁଛନ୍ତି? ଯଦି ଆପଣ ସମର୍ଥନ କରୁ ନାହାନ୍ତି, ତା’ହେଲେ ଏହାକୁ ବିରୋଧ କରନ୍ତୁ। ବିଜେପି ସୋନିଆ ଜୀଙ୍କ ଆଭିମୁଖ୍ୟ ମଧ୍ୟ ଏହି ପ୍ରସଙ୍ଗରେ କ’ଣ ସେକଥା ଜାଣିବାକୁ ଚାହୁଁଛି।”

Rahul Gandhi Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe