BJP Logo
ଆଜି ୮ଟାରୁ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଗଣତି ଆରମ୍ଭ ହେବ । ଆଜି ସାମନାକୁ ଆସିବ ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଆଜି ସ୍ପଷ୍ଟ ହୋଇଯିବ । ତେବେ ବିଭିନ୍ନ ଏକଜିଟ୍ ପୋଲ୍ ରିପୋର୍ଟ କହୁଛି, କେନ୍ଦ୍ରରେ ପୁଣି ଆସିବ ଏନଡିଏ। ଏମିତିକି ଗୋଟିଏ ଦୁଇଟି ଏକଜିଟ୍ ପୋଲ୍ ଏନଡିଏ ୪ଶହ ପାର୍ କରିବ ବୋଲି କହିଛନ୍ତି। ତେଣୁ ଗଣତି ପୂର୍ବରୁ ବିଜେପି କର୍ମୀଙ୍କ ଉତ୍ସାହ ଦ୍ୱିଗୁଣ ହୋଇଯାଇଛି। ସେମାନେ ଏବେ ସେଲିବ୍ରେଶନ ମୁଡରେ ଅଛନ୍ତି। ଏପରିକି ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ କରି ଦେଇଛନ୍ତି।
Advertisment
ଏପରି କିଛି ଭିଡିଓ ସାମନାକୁ ଆସିଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ବିଜେପି ପାର୍ଟି ଅଫିସରେ କର୍ମୀମାନେ ବେଶ୍ ଖୁସି ଥିବା ବେଳେ ମିଠା ପ୍ରସ୍ତୁତି ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
