Advertisment

ଆରମ୍ଭ ହୋଇନି ଗଣତି, ସେଲିବ୍ରେଶନ ମୁଡରେ ବିଜେପି

ଆଜି ସାମନାକୁ ଆସିବ ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଆଜି ସ୍ପଷ୍ଟ ହୋଇଯିବ ।

BJP Logo

BJP Logo

Advertisment

ଆଜି ୮ଟାରୁ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଗଣତି ଆରମ୍ଭ ହେବ । ଆଜି ସାମନାକୁ ଆସିବ ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାହା ଆଜି ସ୍ପଷ୍ଟ ହୋଇଯିବ । ତେବେ ବିଭିନ୍ନ ଏକଜିଟ୍‌ ପୋଲ୍‌ ରିପୋର୍ଟ କହୁଛି, କେନ୍ଦ୍ରରେ ପୁଣି ଆସିବ ଏନଡିଏ। ଏମିତିକି ଗୋଟିଏ ଦୁଇଟି ଏକଜିଟ୍‌ ପୋଲ୍‌ ଏନଡିଏ ୪ଶହ ପାର୍‌ କରିବ ବୋଲି କହିଛନ୍ତି। ତେଣୁ ଗଣତି ପୂର୍ବରୁ ବିଜେପି କର୍ମୀଙ୍କ ଉତ୍ସାହ ଦ୍ୱିଗୁଣ ହୋଇଯାଇଛି। ସେମାନେ ଏବେ ସେଲିବ୍ରେଶନ ମୁଡରେ ଅଛନ୍ତି। ଏପରିକି ଏଥିପାଇଁ ସମସ୍ତ ପ୍ରସ୍ତୁତି ବି ଶେଷ କରି ଦେଇଛନ୍ତି।

Advertisment

ଏପରି କିଛି ଭିଡିଓ ସାମନାକୁ ଆସିଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ବିଜେପି ପାର୍ଟି ଅଫିସରେ କର୍ମୀମାନେ ବେଶ୍‌ ଖୁସି ଥିବା ବେଳେ ମିଠା ପ୍ରସ୍ତୁତି ଚାଲିଛି।

Bjp 2024 General Election Election Results Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe