Advertisment

'କ୍ଷମା ମାଗନ୍ତୁ ଆତୀଶି...', ମାନହାନୀ ନୋଟିସ୍‌ ପଠାଇଲା ବିଜେପି

ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ଆତୀଶିଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି। ଏଥିସହ ଆତୀଶି ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରାଯାଇଛି।

author-image
Madhupriya Mistry
Atishi

Atishi

ବଢ଼ିଲା ଦିଲ୍ଲୀ ସରକାରର ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଅତୀଶିଙ୍କ ବଢ଼ିଲା ଅଡୁଆ। ବିଜେପି ତାଙ୍କୁ ମାନହାନୀ ନୋଟିସ ପଠାଇଛି। ବାସ୍ତବରେ, ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କରି ଆତୀଶି କହିଥିଲେ ଯେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ବିଜେପି ତାଙ୍କୁ ଦଳରେ ଯୋଗଦେବାକୁ ଚାପ ପକାଉଛି। ଏହି ବୟାନକୁ ବିରୋଧ କରି ବିଜେପି ତାଙ୍କୁ ମାନହାନୀ ନୋଟିସ୍‌ ପଠାଇଛି।

Advertisment

ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ଆତୀଶିଙ୍କୁ ମାନହାନୀ ନୋଟିସ ପଠାଇଛନ୍ତି। ଏଥିସହ ଆତୀଶି ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରାଯାଇଛି। ଆତୀଶ ନିଜ ବୟାନକୁ ଫେରାଇ ନିଅନ୍ତୁ। ଏହା ତାଙ୍କର ମନଗଢ଼ା ଓ ମିଛ ବୟାନବାଜୀ । ଯଦି ଆପଣଙ୍କ ଦାବି ପ୍ରମାଣିତ ନହୁଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି କହିଛି।

ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦବା ହିଛନ୍ତି, 'ଆତୀଶଙ୍କ ସହ ବିଜେପି ପକ୍ଷରୁ କିଏ, କେବେ ଓ କେଉଁଠି ସମ୍ପର୍କ କରିଛି ସେ ନେଇ ସେ ପ୍ରମାଣ ଦେଇନାହାନ୍ତି। ଦିଲ୍ଲୀର ଆମ୍ ଆଦମୀ ପାର୍ଟି ଏକ ସଙ୍କଟ ଦେଇ ଗତି କରୁଛି। ସେଥିପାଇଁ ସେ ଏପରି ଭିତ୍ତିହୀନ ଅଭିଯୋଗ କରୁଛନ୍ତି। କିନ୍ତୁ ଆମେ ତାଙ୍କୁ ଛାଡିବୁ ନାହିଁ।'

Advertisment

ସେପଟେ ବିଜେପି ଦ୍ୱାରା ମାନହାନୀ ନୋଟିସ ପଠାଯିବା ପରେ ଆତୀଶିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, 'AAP ନେତାମାନଙ୍କୁ କୌଣସି ନା କୌଣସି ଅଭିଯୋଗରେ ଜେଲ ପଠାଇବା ହେଉଛି ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ। ଆମକୁ କିଭଳି ଫସାଇ ଜେଲ ପଠାଇବେ ତା'ର ଉତ୍ତର ସେମାନେ ଦେଇ ସାରିଛନ୍ତି। ଇଡି-ସିବିଆଇ ଓ ମାନହାନୀ ପଛରେ ଲୁଚି ବିଜେପି ଆମ ଉପରେ ଆକ୍ରମଣ କରୁଛି।'

କହିରଖୁ, ଗତକାଲି ତଥା ମଙ୍ଗଳବାର ଦିନ ଆପ୍‌ ମନ୍ତ୍ରୀ ଆତୀଶି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ସେ ବିଜେପି ବିରୋଧରେ ନାନା ଅଭିଯୋଗ ଆଣିଥିଲେ। 

Bjp AAP AAP Leader Atishi Defamation Notice