Advertisment

ବିଜେପି ଭଡ଼ାଟିଆ, ଗଣତନ୍ତ୍ରର ମାଲିକ ନୁହେଁ: ପବନ ଖେଡା

ଦଳ ତା’ର ଯେଉଁ ବଂଶଧରମାନଙ୍କ ବିଚାରଧାରାରକୁ ମାନୁଛି, ସେମାନେ ବ୍ରିଟଶରଙ୍କୁ କ୍ଷମା ମାଗିଥିଲେ ବୋଲି ସେ କହିଛନ୍ତି। ବିଜେପି ରାହୁଲ ଗାନ୍ଧିଙ୍କୁ ମୀର ଜାଫର କହି ଟାର୍ଗେଟ କରୁଥିବା ବେଳେ ପବପ ଖେଡା ଏହାର ଜବାବ ଦେଇଛନ୍ତି।

undefined

Pawan Khera

Advertisment

ବିଜେପି ଗଣତନ୍ତ୍ରର କେବଳ ଜଣେ ଭଡ଼ାଟିଆ। ବିଜେପି ଗଣତନ୍ତ୍ରର ମାଲିକ ନୁହେଁ। ଏଥିସହ ସରକାରଙ୍କୁ ଉତ୍ତରଦାୟୀ କରିବା ଅର୍ଥ ନୁହେଁ ଦେଶକୁ ସମାଲୋଚନା କରିବା। ଆଜି ଏଭଳି ବୟାନ ଦେଇ ବିଜେପି ଉପରେ ବର୍ଷିଛି କଂଗ୍ରେସ।

Advertisment

କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡା କହିଛନ୍ତି ଯେ ବିଜେପି ଆଦାନି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ଏପରି ନାଟକ ଓ ଡ୍ରାମା କରୁଛି। ଇତିହାସରେ ବିଜେପି ଜୟ ଚାନ୍ଦ ଭଳି ପରିଚୟ ଲାଭ କରିବ। ଦଳ ତା’ର ଯେଉଁ ବଂଶଧରମାନଙ୍କ ବିଚାରଧାରାରକୁ ମାନୁଛି, ସେମାନେ ବ୍ରିଟଶରଙ୍କୁ କ୍ଷମା ମାଗିଥିଲେ ବୋଲି ସେ କହିଛନ୍ତି। ବିଜେପି ରାହୁଲ ଗାନ୍ଧିଙ୍କୁ ମୀର ଜାଫର କହି ଟାର୍ଗେଟ କରୁଥିବା ବେଳେ ପବନ ଖେଡା ଏହାର ଜବାବ ଦେଇଛନ୍ତି।

ଖେଡା କହିଛନ୍ତି, “ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ଠାରୁ ତାଙ୍କ ବନ୍ଧୁଙ୍କ ସମ୍ପର୍କରେ ଉତ୍ତର ଦାବି କରୁଛନ୍ତି। ହେଲେ ବିଜେପି ନୂଆ ଡ୍ରାମା କରି ଆଦାନି ପ୍ରସଙ୍ଗରୁ ଧ୍ୟାନଚ୍ୟୁତ କରିବାକୁ ଚେଷ୍ଟା କରୁଛି। ସରକାରୀ ଦଳ କେବଳ ନାଟକ କରିବା ଜାଣିଛି। ଅମିତ ଶାହ ଓ ଶେହନଶାହ ଭଲ ଭାବେ ଜାଣିଛନ୍ତି ଯେ ରାହୁଲ ଗାନ୍ଧି କ୍ଷମା ମାଗିବେ ନାହିଁ। କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଯେ ବିଜେପି ମୁଖପାତ୍ରମାନେ ବିନା ପ୍ରସ୍ତୁତିରେ ଆସୁଛନ୍ତି ଓ ସକାଳୁ ସକାଳୁ ଆପଣମାନଙ୍କୁ ହଇରାଣ କରୁଛନ୍ତି।”

Advertisment

ସେ ଆହୁରି କହିଛନ୍ତି, “ବ୍ରିଟିଶରଙ୍କୁ ଯେଉଁମାନେ କ୍ଷମା ମାଗିଥିଲେ ଓ ଲଣ୍ଡନର ବିଶ୍ୱସ୍ତ ହୋଇ ପେନସନ ହାସଲ କରିଥିଲେ, ସେମାନେ ଆମକୁ ଦେଶଭକ୍ତିର ପାଠ ପଢ଼ାଇବା ଅତ୍ୟନ୍ତ ପରିତାପର ବିଷୟ। ସରକାରଙ୍କ କାମକୁ ସମାଲୋଚନା କରିବାର ଅର୍ଥ ଦେଶକୁ ସମାଲୋଚନା କରିବା ନୁହେଁ। ଦେଶ ପାଇଁ ସରକାର। ହେଲେ ସରକାର ପାଇଁ ଦେଶ ନୁହେଁ। ବିଜେପି ଏହା ବୁଝିବା ଦରକାର।

ଗଣତନ୍ତ୍ର ସେତେବେଳେ ସୁଦୃଢ଼ ହେବେ ଯେତେବେଳେ ଏହାକୁ ନେଇ ଆଲୋଚନା ଚାଲିବ। ଯଦି ଆଲୋଚନା ନ ହେବ, ତା’ହେଲେ ଗଣତନ୍ତ୍ର ଦୁର୍ବଳ ହୋଇଯିବ। ଆମେ ଆଲୋଚନା ଚାହୁଁଛୁ। ଶାହ ଓ ଶେହନଶାହଙ୍କୁ ମୁଁ ଗୋଟିଏ ପରାମର୍ଶ ଦେବାକୁ ଚାହୁଁଛି ଯେ ଆପଣମାନେ ଗଣତନ୍ତ୍ରର ଜଣେ ଜଣେ ଭଡ଼ାଟିଆ। ଆପଣମାନେ ମାଲିକ ନୁହନ୍ତି। ଲୋକମାନେ ହେଉଛନ୍ତି ଏହାର ମାଲିକ।

ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ ସବୁବେଳେ ଭଡ଼ାଟିଆ ହୋଇ ରୁହନ୍ତୁ। ମାଲିକ ହେବାକୁ ଚେଷ୍ଟା କରନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ପୂରା କ୍ୟାବିନେଟ ଗଣତନ୍ତ୍ର ବିଷୟରେ ଚିନ୍ତା କରନ୍ତୁ। ସେମାନେ ନିଜ ନିଜର ବନ୍ଧୁମାନଙ୍କ କଥା ଛାଡ଼ନ୍ତୁ।” ଆଦାନି ପ୍ରସଙ୍ଗରେ ସରକାର କାହିଁକି ଜେପିସି ତଦନ୍ତ କରିବାକୁ ଡରୁଛନ୍ତି ବୋଲି ମଧ୍ୟ ଖେଡା ପ୍ରଶ୍ନ କରିଛନ୍ତି।

Bjp Congress Indian Democracy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe