Advertisment

ଚାଲିଛି ଭୋଟଗଣନା: ତ୍ରିପୁରା, ନାଗାଲାଣ୍ଡରେ ବିଜେପି ଆଗୁଆ

ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ହୋଥିବା ବିଧାନସଭା ନିର୍ବାଚନର ଫଳାଫଳ ଲାଗି ଗଣତି ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
undefined

BJP

Advertisment

ଉତ୍ତରପୂର୍ବାଞ୍ଚଳ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ହୋଥିବା ବିଧାନସଭା ନିର୍ବାଚନର ଫଳାଫଳ ଲାଗି ଗଣତି ଆରମ୍ଭ ହୋଇଛି। ଭୋଟ୍‌ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ତେବେ ମିଳିଥିବା ଶେଷ ସୂଚନା ଅନିଯାୟୀ, ତ୍ରିପୁରା-ନାଗାଲାଣ୍ଡରେ ବିଜେପି ଆଗୁଆ ରହିଛି। ଟ୍ରେଣ୍ଡ ଅନୁଯାୟୀ ତ୍ରିପୁରାରେ ବିଜେପି ମ୍ୟାଜିକ୍ ନମ୍ବର ଅତିକ୍ରମ କରିଛି। ୬୦ ଆସନ ବିଶିଷ୍ଟ ତ୍ରିପୁରାରେ ବିଜେପି ୩୫ଟିରେ ଆଗୁଆ ଥିବା ବେଳେ ବାମପନ୍ଥୀ ମେଣ୍ଟ- କଂଗ୍ରେସ ୧୮ଟି, ତ୍ରିପା ଦଳ ୭ଟି ଆଗୁଆ ଅଛି। ସେହିପରି ନାଗାଲାଣ୍ଡରେ ୬୦ ଆସନରୁ ବିଜେପି ମେଣ୍ଟ ଏନଡିପିପି ୪୭, ଏନପିଏଫ ୬, କଂଗ୍ରେସ ଗୋଟିଏ ଏବଂ ଅନ୍ୟାନ୍ୟ ଦଳ ୬ଟିରେ ଆଗୁଆ ଅଛନ୍ତି। ସେହିପରି ମେଘାଳୟରେ ୬୦ ଆସନ ବିଶିଷ୍ଟ ବିଧାନସଭା ଆସନରୁ ଏନପିପି ୨୩, ଟିଏମସି ୧୧, ବିଜେପି ୧୦ , କଂଗ୍ରେସ ୪ ଏବଂ ଅନ୍ୟାନ୍ୟ ୫ଟିରେ ଆଗୁଆ ଅଛନ୍ତି। ମେଘାଳୟର ସବୁଠାରୁ ବଡ ଦଳ ଭାବରେ ଏନପିପି ଉଭା ହେଉଛି। ବିଜେପି ଏଠାରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହେଉଥିବା ଜଣାପଡ଼ିଛି।

Advertisment

ନାଗାଲାଣ୍ଡରେ ଭାଜପା ଜିତୁଥିବା ଜଣାପଡିଛି। ଟ୍ରେଣ୍ଡରେ, ଏଠାରେ ଭାଜପା ମିଳିତ ମେଣ୍ଟର ଆଗୁଆ ଆସନ ସଂଖ୍ୟା ୫୧ରେ ପହଞ୍ଚିଛି। ୩ଟିଯାକ ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା, ତ୍ରିପୁରାର ଅଗରତାଲାରେ ଜନସାଧାରଣଙ୍କ ମନରେ ଆତ୍ମବିଶ୍ବାସ ଜାଗ୍ରତ କରାଇବା ଲାଗି ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍‌ ମାର୍ଚ କରୁଛନ୍ତି।

ରାଜ୍ୟରେ ପ୍ରାୟ ୨୫,୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଆସାମର ମୁଖ୍ୟମନ୍ତ୍ରୀ ତଥା ଉତ୍ତରପୂର୍ବାଞ୍ଚଳରେ ‘ବିଜେପି’ର ମୁଖ୍ୟ ନିର୍ବାଚନ ରଣନୀତିଜ୍ଞ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ତ୍ରିପୁରାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ, ନାଗାଲାଣ୍ଡ୍‌ରେ ମେଣ୍ଟ ସରକାର ଏବଂ ବିଜେପି ଜିଣିଥିବା ଆସନକୁ ଆଧାର କରି ମେଘାଳୟରେ ସରକାର ନିର୍ଦ୍ଧାରଣ କରାଯିବ।ସୂଚନାଯୋଗ୍ୟ, ତ୍ରିପୁରାରେ ୮୭.୭୬%, ନାଗାଲାଣ୍ଡରେ ୮୫.୯୦% ଏବଂ ମେଘାଳୟରେ ୮୫.୨୭% ମତଦାନ ରେକର୍ଡ କରାଯାଇଛି।

Advertisment
Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe