Advertisment

ରାତି ଅଧରେ ବିଜେପି ନେତାଙ୍କୁ ଫାୟାରିଂ, ଶରୀରରୁ ବାହାରିଲା ୭ ଗୁଳି

ଦୁଇ ଅଜ୍ଞାନ ବାଇକ୍‌ ଚାଳକ ଗତ ରାତିରେ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

author-image
Niharika Rout
bjp leader & police

bjp leader & police

ବିହାରର ରାଜଧାନୀ ପାଟଣାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକଜଣକ ଅଜୟ ଶାହ ବୋଲି ଜଣାଯାଇଛି। ଦୁଇ ଅଜ୍ଞାନ ବାଇକ୍‌ ଚାଳକ ଗତ ରାତିରେ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପାଟଣା ବଜାର ନିକଟବର୍ତ୍ତୀ ଆଲମଗଞ୍ଜ ଥାନା ଅଧୀନରେ ଥିବା ବଜରଙ୍ଗପୁରୀରେ ଘଟିଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

୫୦ ବର୍ଷୀୟ ଅଜୟ ଶାହଙ୍କୁ ଗତ ରାତିରେ ତାଙ୍କ ଘର ପାଖରେ ଗୁଳି କରି ହତ୍ୟା କରାଯାଇଛି। ଘର ନିକଟରେ ଅଜୟଙ୍କର ଏକ ମିଲ୍କ ପାର୍ଲର ରହିଛି। ସେ ଗତ ରାତିରେ ନିଜ ମିଲ୍କ ପାର୍ଲରରେ ଥିବା ବେଳେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। କିଛି ଜିନିଷ କିଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଉକ୍ତ ଦୁଇ ଯୁବକ ଅଜୟଙ୍କୁ ଗୁଳି ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଘଟଣାସ୍ଥଳରେ ତୁରନ୍ତ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ତେବେ ଅଭିଯୁକ୍ତଙ୍କ ସମ୍ପର୍କରେ ଟେର ମିଳି ପାରିନି। ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏସ୍‌ପି ଘଟଣାସ୍ଥଳ ପରିଦର୍ଶନ କରିଥିବା ଜଣାଯାଇଛି।

Advertisment

ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କାରେ ଗତ ରାତିରେ ମୃତଦେହର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛଦ ସମୟରେ ଅଜୟଙ୍କ ଶରୀରରୁ ୭ଟି ଗୁଳି ବାହାରିଥିବା ଜଣାଯାଇଛି।

Bjp Murder Bihar