Advertisment

BJP Leader: ସୀମା ଟପିଲେ ବିଜେପି ନେତା: ଚାଷୀଙ୍କୁ ପିଟିପିଟି ମାରିଦେଲେ, ଥାର ଚଢ଼ାଇ ଦେଲେ

ରାମସ୍ୱରୂପଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ତାଙ୍କ ଝିଅମାନେ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କୁ ମଧ୍ୟ ବିଜେପି ନେତା ଓ ତାଙ୍କ ସହଯୋଗୀମାନେ ଗାଁ ଲୋକଙ୍କ ସାମ୍ନାରେ ପ୍ରବଳ ମାଡ଼ ମାରିଥିଲେ।

BJP

ବିଜେପି ନେତା ମହେନ୍ଦ୍ର

Advertisment

ବର୍ବରତାର ସବୁ ସୀମା ଟପି ଯାଇଛନ୍ତି ଜଣେ ବିଜେପି ନେତା। ଦଳ କ୍ଷମତାରେ ଥିବାରୁ ବିଜେପି ନେତା ଜଣଙ୍କ ଜଘନ୍ୟକାଣ୍ଡ ଘଟାଇଛନ୍ତି। ମଧ୍ୟପ୍ରଦେଶ(Madhya Pradesh)ର ଗୁନା ଜିଲ୍ଲା ଅନ୍ତର୍ଗତ ଗଣେଶପୁରା ଗାଁରେ ଆତଙ୍କ ଓ ଭୟର ପରିବେଶ ସୃଷ୍ଟି କରିଛନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ବିଜେପି ନେତା। 

Advertisment

ପୂରା ଘଟଣା ଜମିଜମା ବିବାଦରୁ ଆରମ୍ଭ ହୋଇଥିବା ବେଳେ ଗାଁ ରକ୍ତରଞ୍ଜିତ ହୋଇଛି। ବିଜେପି ନେତା ମହେନ୍ଦ୍ର ନଗର ଘଟାଇଛନ୍ତି ଭୟଙ୍କର ହତ୍ୟାକାଣ୍ଡ। ସେ ଜଣେ ଚାଷୀଙ୍କୁ ପିଟିପିଟି ହତ୍ୟା(Murder) କରିଛନ୍ତି। ପ୍ରଥମେ ସେ ଚାଷୀଙ୍କୁ ନିଜର ସମର୍ଥକଙ୍କ ସହ ଅତ୍ୟନ୍ତ ଅମାନୁଷିକ ଢଙ୍ଗରେ ମାଡ଼ ମାରି ହାତ ଗୋଡ଼ଠାରୁ ଆରମ୍ଭ କରି ଅଣ୍ଟା ଭାଙ୍ଗି ଦେଇଥିଲେ। ଏହାପରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ଚାଷୀଙ୍କ ଥାର ଚଢ଼ାଇ ପୂରା ଅଞ୍ଚଳରରେ ନିଜର ଦବଦବା ଦେଖାଇଥିଲେ।

ମହେନ୍ଦ୍ର ନଗର ହେଉଛନ୍ତି ବିଜେପି ବୁଥ କମିଟି ସଭାପତି। ସେ ଗୁନା କୃଷକ ମୋର୍ଚ୍ଚାର ପୂର୍ବତନ ସଦସ୍ୟ। ସ୍ଥାନୀୟ ଅଞ୍ଚଳରେ ସେ ବିଜେପିର ଜଣେ ଟାଣୁଆ ନେତା ଭାବେ ପରିଚିତ।

Advertisment

ରବିବାର ୪୦ ବର୍ଷୀୟ ଚାଷୀ ରାମସ୍ୱରୂପ ଧଖଡ଼ ଓ ତାଙ୍କ ପତ୍ନୀଙ୍କ ସହ ନିଜର ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ବିଜେପି ନେତା(BJP Leader) ମହେନ୍ଦ୍ର ଓ ତାଙ୍କର କିଛି ସହଯୋଗୀ ହଠାତ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ମହେନ୍ଦ୍ର ଓ ତାଙ୍କ ସହ ଥିବା ୧୩ରୁ ୧୪ ଜଣ ଲୋକ ମିଳିତ ଭାବେ ରାମସ୍ୱରୂପଙ୍କୁ କାଠ ଫାଳିଆ ଓ ଲୁହାରଡରେ ମାଡ଼ ମାରିଥିଲେ। ଏହାପରେ ତାଙ୍କ ଉପରେ ମହେନ୍ଦ୍ର ନିଜର ଥାର ଗାଡ଼ିକୁ ଚଢ଼ାଇ ଦେଇଥିଲେ। 

ରାମସ୍ୱରୂପଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ତାଙ୍କ ଝିଅମାନେ ଚେଷ୍ଟା କରିଥିଲେ। ହେଲେ ସେମାନଙ୍କୁ ମଧ୍ୟ ବିଜେପି ନେତା ଓ ତାଙ୍କ ସହଯୋଗୀମାନେ ଗାଁ ଲୋକଙ୍କ ସାମ୍ନାରେ ପ୍ରବଳ ମାଡ଼ ମାରିଥିଲେ। ଅଭିଯୁକ୍ତମାନେ କାଠ ଫାଳିଆ, ଲୁହା ରଡ, ମାରଣା ଅସ୍ତ୍ର ଧରିଥିଲେ। ସେମାନେ ଆତଙ୍କ ସୃଷ୍ଟି କରିବାକୁ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। 

ରାମ ସ୍ୱରୂପଙ୍କ ଜଣେ ଝିଅ କାନ୍ଦି କାନ୍ଦି କହିଛନ୍ତି, “ଯେତେବେଳେ ମୁଁ ମୋ ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲି ସେମାନେ ମୋତେ ଧକ୍କା ମାରିଥିଲେ। ମୋ ଡ୍ରେସ ଚିରି ଦେବା ସହ ଆମକୁ ଡରାଇବାକୁ ଗୁଳି ମାଡ଼ କରିଥିଲେ। ମୋ ବାପା ମା’ ଚାଷ ଜମିକୁ ଯାଉଥିବା ବେଳେ ମହେନ୍ଦ୍ର, ହରିଶ ଓ ଗୌତମ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ମୋ ବାପାଙ୍କ ଉପରେ ଥାର ଚଢ଼ାଇ ଦେଇଥିଲେ। ସେ ଚିତ୍କାର କରୁଥିଲେ ହେଁ କେହି ବି ସହଯୋଗ କରି ନଥିଲେ। କାରଣ ଅଭିଯୁକ୍ତମାନଙ୍କ ହାତରେ ବନ୍ଧୁକ ଥିଲା।” 

ଘଟଣା ପରେ ପ୍ରାୟ ଘଣ୍ଟାଏ ଧରି କ୍ଷତାକ୍ତ ଅବସ୍ଥାରେ ରାମସ୍ୱରୂପ ଗାଁରେ ପଡ଼ି ରହିଥିଲେ। ଅଭିଯୁକ୍ତମାନେ ରକ୍ତରଞ୍ଜିତ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବାକୁ ଗାଁ ଲୋକଙ୍କୁ ବନ୍ଧୁକ ମୁନରେ ବାରଣ କରିଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି। 

ପ୍ରାୟ ଘଣ୍ଟାଏ ପରେ ରାମସ୍ୱରୂପଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଫତେଗଡ଼ ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଥିବା ଗଣେଶପୁର ସବୁବେଳେ ମହେନ୍ଦ୍ରଙ୍କୁ ଭୟ କରିଥାଏ। ମହେନ୍ଦ୍ର ସବୁବେଳେ ଆତଙ୍କ ସୃଷ୍ଟି କରନ୍ତି ଓ କେହି ବି ତାଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିବାକୁ ସାହାସ କରନ୍ତି ନାହିଁ।

ମହେନ୍ଦ୍ର ଦୀର୍ଘ ବର୍ଷ ହେଲାଣି ଚାଷୀଙ୍କ ଜମି ଅକ୍ତିଆର କରିବା କାମରେ ଲିପ୍ତ। ପ୍ରାୟ ୨୫ ଜଣ ଚାଷୀ ସେମାନଙ୍କ ଚାଷ ଜମିକୁ କମ ଦାମରେ ବିକ୍ରି କରି ଗାଁ ଛାଡ଼ିଛନ୍ତି। ମହେନ୍ଦ୍ରଙ୍କୁ ବିରୋଧ କରୁଥିବା ଲୋକଙ୍କୁ ମାଡ଼ ମରାଯାଇ ଚୁପ କରାଯାଏ ବୋଲି ଜଣେ ଗ୍ରାମବାସୀ ନିଜ ନାଁ ଗୋପନ ରଖି କହିଛନ୍ତି। 

ଗାଁର ଅଧିକାଂଶ ଲୋକ ମହେନ୍ଦ୍ରଙ୍କୁ ଡରୁଥିବା ବେଳେ ରାମସ୍ୱରୂପ ମୁଣ୍ଡ ନୁଆଁଇ ନଥିଲେ। ରାଜସ୍ଥାନର ପଚଲାୱାଡା ଠାରେ ଥିବା ୬ ବିଗା ଜମିକୁ ନେଇ ରାମସ୍ୱରୂପ ଓ ମହେନ୍ଦ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଶେଷରେ ଏଥିପାଇଁ ରାମସ୍ୱରୂପଙ୍କୁ ଜୀବନ ଦେବାକୁ ପଡ଼ିଛି। 

ଘଟଣା ପରେ ପୁଲିସ୍‌ ମହେନ୍ଦ୍ର, ଜିତେନ୍ଦ୍ର ଓ ସେମାନଙ୍କ ପରିବାରର ୩ ଜଣ ମହିଳାଙ୍କ ସମେତ ୧୪ ଜଣଙ୍କ ବିରୋଧରେ ମାମଲା କରିଛି। ଏକାଧିକ ଟିମ ଗଠନ କରି ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛି। 

ସବ ଡିଭିଜନାଲ ପୁଲିସ୍‌ ଅଫିସର ବିବେକ ଅସ୍ଥାନା କହିଛନ୍ତି, “ପୂରା ଘଟଣା ଗଣେଶପୁରା ଗାଁରେ ଘଟିଛି। ମୃତକ ରାମସ୍ୱରୂପ ଓ ରାଜସ୍ଥାନର ପଚଲାବାଡାର କହ୍ନୈୟା ନଗରଙ୍କ ସହ ଜମି ବିବାଦ ରହିଥିଲା। ୬ ବିଗା ଜମିକୁ ନେଇ ସେମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଏହି ଜମି ବିବାଦ ଯୋଗୁ କହ୍ନୈୟା, ମହେନ୍ଦ୍ର, କିଛି ମହିଳାଙ୍କ ମିଶାଇ ୧୩ରୁ ୧୪ ଜଣ ମିଳିତ ଭାବେ ରାମସ୍ୱରୂପଙ୍କୁ ଆକ୍ରମଣ କରିଥିଲେ।

ତାଙ୍କ ଉପରେ ଗୋଟିଏ ଗାଡ଼ିକୁ ମଧ୍ୟ ଚଢ଼ାଇ ଦିଆଯାଇଥିଲା। ରାମସ୍ୱରୂପଙ୍କ ଝିଅମାନଙ୍କୁ ମଧ୍ୟ ଆକ୍ରମଣ ବେଳେ ଦୁର୍ବ୍ୟବହାର କରାଯାଇଛି। ଆକ୍ରମଣରେ ଆହତ ରାମସ୍ୱରୂପଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଫତେଗଡ଼ ପୁଲିସ୍‌ ଷ୍ଟେସନରେ ଏନେଇ ଗୋଟିଏ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।” 

Murder Madhya Pradesh BJP Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe