Advertisment

କେନ୍ଦ୍ରମନ୍ତ୍ରୀଙ୍କ ନୂଆ ଷ୍ଟାଇଲ୍‌, 'ନମୋ ହ୍ୟାଟ୍ରିକ୍‌' ହୁଡି ପିନ୍ଧି ସଂସଦରେ ପହଞ୍ଚିଲେ

ବଜେଟ ଅଧିବେଶନର ଶେଷ ଦିନରେ ନୂଆ ଅନ୍ଦାଜରେ ନଜର ଆସିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର।

author-image
Madhupriya Mistry
Anurag Thakur

Anurag Thakur

ଆଉ କିଛି ମାସ ପରେ ପଡ଼ିବ ଲୋକସଭା ନିର୍ବାଚନ ଭୋଟ୍‌। ଦିନ ଯେତିକି ପାଖେଇ ଅସୁଛି, ବିଜେପି ବିଜୟୀ ହେବା ନେଇ ସେତିକି ଦୃଢ଼ୋକ୍ତି କରୁଛି। ଏଥର ନିର୍ବଚନରେ ବିଜୟ ନିଶ୍ଚିତ ବୋଲି ବିଜେପି ଆଗୁଆ ପୂର୍ବାନୁମାନ କରିସାରିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅବ୍‌ କି ବାର୍‌ ୪୦୦ ପାର୍‌ର ନାରା ଦେଇଥିଲେ। ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦେଖିବାକୁ ମିଳିଛି ନୂଆ ଷ୍ଟାଇଲ୍‌। ପ୍ରାୟତଃ ସବୁଦିନେ କୁର୍ତ୍ତା ଜ୍ୟାକେଟ୍‌ ପିନ୍ଧି ନଜର ଆସୁଥିବା ଅନୁରାଗ ଏଥର ଗେରୁଆ ରଙ୍ଗ ହୁଡି ପିନ୍ଧି ସଂସଦ ଭବନରେ ଏଣ୍ଟ୍ରି କରିଛନ୍ତି।

Advertisment

ବଜେଟ ଅଧିବେଶନର ଶେଷ ଦିନରେ ଏଭଳି କିଛି ନୂଆ ଅନ୍ଦାଜରେ ନଜର ଆସିଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର। ନମୋ ହ୍ୟାଟ୍ରିକ୍‌ ଲେଖାଥିବା ଗେରୁଆ ରଙ୍ଗ ହୁଡି ପିନ୍ଧି ସଂସଦରେ ପହଞ୍ଚିଲେ କେନ୍ଦ୍ର ମନ୍ତ୍ରୀ। କେବଳ ସେତିକି ନୁହେଁ 'ଅବ୍‌ କି ବାର୍‌ ଫିର୍‌ ସେ ମୋଦି ସରକାର'ର ଦାବି ମଧ୍ୟ କଲେ। ପୁଣି ଥରେ ମୋଦି ସରକାର ଆସିବା ସହ ଅବ୍‌ କି ବାର୍‌ ୪୦୦ ପାର୍‌ର ନାରା ମଧ୍ୟ ସେ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଯେ ଦେଶବାସୀ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଣିବା ପାଇଁ ମନସ୍ଥ କରିସାରିଛନ୍ତି। ଦେଶ 'ନମୋ ହ୍ୟାଟ୍ରିକ୍‌' ଲାଗିବାକୁ ଯାଉଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଭାରତର ଅର୍ଥବ୍ୟବସ୍ଥା ବିଶ୍ୱର ତୃତୀୟ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଇଛି। ଏଥିସହ ସେ ସର୍ବସମ୍ମୁଖରେ ବିଜେପି ସରକାରଙ୍କ ସଫଳତା ମଧ୍ୟ ବଖାଣିଛନ୍ତି।

Advertisment

ବିଜେପି ସରକାରରେ ୪ କୋଟି ଲୋଙ୍କୁ ପକ୍କା ଘର ମିଳିଛି। ୧୨ କୋଟି ପକ୍କା ଶୌଚାଳୟ ଆବଶ୍ୟକୀୟଙ୍କ ପାଖରେ ପହଞ୍ଚିଛି। ମୋଦି ସରକାରରେ ୩ କୋଟି ଘରକୁ ପିଇବା ପାଣି ପହଞ୍ଚିଛି। ୮୦ କୋଟି ଲୋକେ ପାଣି ଓ ମାଗଣା ରାସନ ସୁବିଧା ପାଇଛନ୍ତି ବୋଲି କହିଛନ୍ତି ଏହି ବିଜେପି ନେତା।

Anurag Thakur Modi Government Loksabha Election 2024