Advertisment

ମୋଦିଙ୍କୁ ଚିଠି: ଯିଏ ଭୋଟ ଦେଇନି, ତା'ର ବନ୍ଦ ହେଉ ଫ୍ରି' ରାଶନ

ଏହି ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
bjp-leader letter-to-pm-modi

bjp-leader letter-to-pm-modi

Advertisment

ଚଳିତ ଲୋକସଭା ନିର୍ବାଚନରେ ବିଜେପି ଏନ୍‌ଡିଏ ସହ ମିଶି ସରକାର ଗଠନ କରିଥିଲେ ମଧ୍ୟ ମହାରାଷ୍ଟ୍ରରେ ଶୋଚନୀୟ ଭାବେ ପରାଜୟ ହୋଇଛି। ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ଫଳାଫଳ ପରେ ବିଜେପି ଏହା ପଛର କାରଣ ଖୋଜିବାରେ ଲାଗିଛି। ଆରମ୍ଭ କରିଛି ମନ୍ଥନ। ଏହାରି ଭିତରେ ମହାରାଷ୍ଟ୍ରର ଜଣେ ବିଜେପି ନେତା ଯିଏ ଭୋଟ୍‌ ଦେଇନି ତାଙ୍କର ଫ୍ରି' ରାଶନ ବନ୍ଦ କରିବା ପାଇଁ ମୋଦିଙ୍କୁ ଚିଠି ଲେଖି ଅପିଲ କରିଛନ୍ତି। ତାଙ୍କର ଏହି ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment
Letterମୋଦିଙ୍କୁ ବିଜେପି ନେତା ଲେଖିଥିବା ଚିଠି

ମହାରାଷ୍ଟ୍ର ବିଜେପିର ଉତ୍ତର ଭାରତୀୟ ମୋର୍ଚ୍ଚା ଉପାଧ୍ୟକ୍ଷ ଅର୍ଜୁନ ଗୁପ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। କେବଳ ଭୋଟ ଦେଇଥିବା ଲୋକଙ୍କୁ ମାଗଣା ରାଶନ ଦେବାକୁ ଅର୍ଜୁନ ଗୁପ୍ତା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଯେଉଁମାନେ ଲୋକ ସଭା ନିର୍ବାଚନରେ ଭୋଟ ଦେଇନାହାନ୍ତି, ସେମାନଙ୍କ ମାଗଣା ରାଶନ ଦେବା ବନ୍ଦ କରାଯାଉ ବୋଲି ସେ ଅପିଲ କରିଛନ୍ତି।

ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ରାଶନ ବଣ୍ଟନ କରାଯାଉଛି। ଏହାକୁ ବନ୍ଦ କରିବା ଉଚିତ୍‌। କେବଳ ଯେଉଁମାନେ ଭୋଟ ଦେଇଛନ୍ତି, ସେହି ପରିବାରକୁ ଫ୍ରି' ରାଶନ ଦିଆଯିବା ଉଚିତ। ସେମାନେ ଯେଉଁ ଦଳକୁ ଭୋଟ ଦେଇଥାନ୍ତୁ ନା କାହିଁକି, ତାଙ୍କୁ ରାଶନ ମିଳୁ ବୋଲି ଚିଠିରେ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ଗୁପ୍ତା ଉଲ୍ଲେଖ କରିଛନ୍ତି। 

Advertisment

ଗତ ୬୦ ବର୍ଷ ଧରି କଂଗ୍ରେସ ଏବଂ ଏହାର ସହଯୋଗୀମାନେ କେବଳ ଭୋଟ ପାଇଁ ଲୋକଙ୍କୁ ବୋକା ବନାଉ ଥିଲେ। ୧୦ ବର୍ଷର ବିଜେପି ସରକାର ମଧ୍ୟରେ ଭାରତର ବିକାଶ ସମଗ୍ର ବିଶ୍ୱରେ ଆଲୋଚନା ହେଉଛି। ଏହା ସତ୍ତ୍ୱେ ମହାରାଷ୍ଟ୍ରରେ କମ୍‌ ସଂଖ୍ୟକ ଲୋକ ଭୋଟ ଦେଇଥିଲେ। ଏହା ଆମ ପରି କାର୍ଯ୍ୟକର୍ତ୍ତାଙ୍କୁ ନିରାଶା କରିଛି। ତେଣୁ ମାଗଣା ରାଶନ ବନ୍ଦ କରାଯିବା ଉଚିତ ବୋଲି ବିଜେପି ନେତା ଚିଠିରେ କହିଛନ୍ତି।

କହିରଖୁ, ମହାରାଷ୍ଟ୍ରରେ ବିଜେପି ଶିନ୍ଦେ ଦଳର ଶିବସେନା ଏବଂ ଅଜିତ ପାୱାର ଦଳର ଏନସିପି ସହ ମିଶି ଲୋକସଭା ନିର୍ବାଚନ ଲଢିଥିଲା। ତେବେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି। ଦଳ ଏଠାରେ ବହୁ କ୍ଷତି ସହିଛି। ବିଜେପି ୪୮ଟି ସିଟ ମଧ୍ୟରୁ କେବଳ ୯ଟି ଜିତି ପାରିଛି। ଶିନ୍ଦେ ଦଳର ଶିବସେନା ୭ଟି ସିଟ ଏବଂ ଏନସିପି ଗୋଟିଏ ଆସନ ପାଇଛି।

Bjp PM Modi Maharashtra Free Ration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe