Advertisment

ବର୍ଷିଲେ ବ୍ରିଜଭୂଷଣ, କହିଲେ- ଭିନେଶଙ୍କ ବିରୋଧରେ କରିବି ପ୍ରଚାର

ଶୁକ୍ରବାର ଦିନ ପ୍ରକାଶିତ ୩୧ ଜଣ ପ୍ରାର୍ଥୀଙ୍କ ତାଲିକାରେ କଂଗ୍ରେସ ଜୁଲାନାରୁ ଭିନେଶ ଫୋଗାଟଙ୍କୁ ଟିକେଟ୍‌ ଦେଇଛି।

Brij Bhusan singh

Brij Bhusan singh

Advertisment

କୁସ୍ତି ମୈଦାନରୁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ଷ୍ଟାର୍‌ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। ଉଭୟ କଂଗ୍ରେସରେ ଯୋଗ ଦେଇଛନ୍ତି। ହରିଆଣା ନିର୍ବାନରେ କଂଗ୍ରେସ ଉଭୟଙ୍କୁ ପ୍ରାର୍ଥୀ କରିଛି। ଶୁକ୍ରବାର ଦିନ ପ୍ରକାଶିତ ୩୧ ଜଣ ପ୍ରାର୍ଥୀଙ୍କ ତାଲିକାରେ କଂଗ୍ରେସ ଜୁଲାନାରୁ ଭିନେଶ ଫୋଗାଟଙ୍କୁ ଟିକେଟ୍‌ ଦେଇଛି।

Advertisment

ତେବେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ ହେବା ପରେ ତାଙ୍କ ଉପରେ ବର୍ଷିଛନ୍ତି ବିଜେପିର ପୂର୍ବତନ ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ।

ସେ କହିଛନ୍ତି, ହରିଆଣା ବିଧାନସଭା ନିର୍ବାଚନରେ ଭିନେଶ ଫୋଗାଟଙ୍କୁ ଯେ କୌଣସି ବିଜେପି ପ୍ରାର୍ଥୀ ପରାସ୍ତ କରିଦେବ। ଯଦି ଦଳ ଅନୁମତି ଦିଏ ତେବେ ହରିଆଣା ଯାଇ ଫୋଗାଟଙ୍କ ବିରୋଧରେ ପ୍ରଚାର କରିବି।

Advertisment

ବ୍ରିଜଭୂଷଣ ଆହୁରି କହିଛନ୍ତି, 'ପ୍ରାୟ ଦୁଇ ବର୍ଷ ପୂର୍ବେ ଜାନୁଆରୀ ୧୮ ତାରିଖରେ ଖେଳାଳିମାନେ ଏକ ଷଡ଼ଯନ୍ତ୍ର ଆରମ୍ଭ କରିଥିଲେ। ଯେଉଁ ଦିନ ଏସବୁ ଆରମ୍ଭ ହେଲା, ମୁଁ କହିଥିଲି ଯେ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର। ଏଥିରେ କଂଗ୍ରେସ ଜଡିତ ଥିଲା, ଦୀପେନ୍ଦ୍ର ହୁଡ୍ଡା ଏବଂ ଭୁପିନ୍ଦର ହୁଡ୍ଡା ମଧ୍ୟ ଏଥିରେ ସାମିଲ ହୋଇଥିଲେ। ପୂରା ସ୍କ୍ରିପ୍ଟ ଲେଖାଯାଇଥିଲା, ଏହା ଖେଳାଳିଙ୍କ ଆନ୍ଦୋଳନ ନଥିଲା। ବର୍ତ୍ତମାନ ପ୍ରାୟ ଦୁଇ ବର୍ଷ ପରେ ଏହା ସ୍ପଷ୍ଟ ହୋଇଛି ଯେ କଂଗ୍ରେସ ଏହି ନାଟକରେ ଜଡିତ ଥିଲା।'

ବଜରଙ୍ଗ ତଥା ଭିନେଶ ମହିଳାମାନଙ୍କ ସମ୍ମାନ ପାଇଁ ନୁହେଁ ବରଂ ରାଜନୀତି ପାଇଁ ସେମାନେ ମହିଳାମାନଙ୍କୁ ବ୍ୟବହାର କରିଥିଲେ। ମହିଳାମାନଙ୍କୁ ଅପମାନିତ କରିଥିଲେ। ଭିନେଶ ଓ ବଜରଙ୍ଗ ଯେତେବେଳେ ଧର୍ମଘଟରେ ବସିଥିଲେ ସେତେବେଳେ ଦେଶ ଅନୁଭବ କରିଥିଲା ​​ଯେ ଏଥିରେ କିଛି ସତ୍ୟ ଥାଇପାରେ। ତେଣୁ ତାଙ୍କ ସହ ଦେଶର ଅନେକ ଲୋକ ଏବଂ ବିରୋଧୀ ଦଳ ସାମିଲ ହୋଇଥିଲେ। କିନ୍ତୁ ବିଜେପି ତାଙ୍କ ବିରୋଧରେ ନଥିଲା। ମୋ ବିରୋଧରେ ଷଡ଼ଯନ୍ତ୍ର ରଚାଯାଇ ମୋତେ ବଦନାମ କରାଯାଇଛି। ଯେଉଁ ଦିନ ଏସବୁ ଘଟିଥିଲା ସେ ଦିନ ମୁଁ ଦିଲ୍ଲୀରେ ନଥିଲି ବୋଲି ସେ କହିଛନ୍ତି।

ନିକଟରେ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୁକ୍ତ ବ୍ରିଜ ଭୂଷଣ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ବ୍ରିଜ ଭୂଷଣ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫଆଇଆର, ଚାର୍ଜସିଟ ଏବଂ ନିମ୍ନ ଅଦାଲତଙ୍କ ଦ୍ୱାରା ଅର୍ଡର ଫ୍ରେମ୍ ଚାର୍ଜ ରଦ୍ଦ କରିବାକୁ ଆବେଦନ କରିଥିଲେ। ତେବେ ଦିଲ୍ଲୀ ହାଇକୋର୍ଟରୁ ଏହାକୁ ଖାରଜ କରିଦେଇଛନ୍ତି।

Congress Brij Bhushan Sharan Singh Bajrang Punia Vinesh Phogat Haryana Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe