Advertisment

ବିହାର ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ନେଇ ମିଥ୍ୟା ଖବର ପ୍ରଚାର କଲେ ବିଜେପି ନେତା

ସୋଶାଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ଉତ୍ତର ପ୍ରଦେଶ ବିଜେପିର ଜଣେ ନେତାଙ୍କୁ ମହଙ୍ଗା ପଡ଼ିଛି।

BJP

BJP

Advertisment

ସୋଶାଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରିବା ଉତ୍ତର ପ୍ରଦେଶ ବିଜେପିର ଜଣେ ନେତାଙ୍କୁ ମହଙ୍ଗା ପଡ଼ିଛି। ସେ ତାମିଲନାଡୁରେ କାମ କରୁଥିବା କିଛି ବିହାର ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ନେଇ ମିଥ୍ୟା ଖବରକୁ ପ୍ରଚାର କରିଥିଲେ। ଏଥିପାଇଁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେହିପରି ତାଙ୍କୁ ଗିରଫ କରିବାକୁ ପୁଲିସ୍‌ ପ୍ରକ୍ରିୟା ଆରମ୍ଭ କରିଛି।

Advertisment

କେବଳ ବିଜେପି ନେତା ନୁହନ୍ତି, ଗୋଟିଏ ଖବରକାଗଜର ସମ୍ପାଦକ ଓ ମାଲିକଙ୍କ ବିରୋଧରେ ମଧ୍ୟ ତାମିଲନାଡୁ ସରକାର ମାମଲା କରିଛି। ଉଭୟଙ୍କୁ ଗିରଫ କରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ପୁଲିସ୍‌ ଟିମ ଗଠନ କରାଯାଇଥିବା ଜଣାପଡ଼ିଛି।

ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଫଟୋ ଶେୟାର କରି ଉତ୍ତର ପ୍ରଦେଶର ବିଜେପି ମୁଖପାତ୍ର ପ୍ରଶାନ୍ତ ଉମରାଓ ଦାବି କରିଥିଲେ ଯେ ତାମିଲନାଡୁରେ ହିନ୍ଦୀ ଭାଷା କହିବାରୁ ବିହାରର ୧୨ ଜଣ ଶ୍ରମିକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ପ୍ରବାସୀ ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିଲେ ମଧ୍ୟ ବିହାରର ନେତା ଷ୍ଟାଲିନଙ୍କ ଜନ୍ମ ଦିନ ଉତ୍ସବ ପାଳନ କରୁଥିବା ସେ କହିଥିଲେ। ଏହାକୁ ନେଇ ବିବାଦ ହେବାରୁ ଉକ୍ତ ଟ୍ୱିଟକୁ ଡିଲିଟ କରିଦିଆଯାଇଛି।

Advertisment

ତାମିଲନାଡୁ ପୁଲିସ୍‌ ପ୍ରଶାନ୍ତ ଉମରାଓ ଲୋକଙ୍କ ମଧ୍ୟରେ ଭାଷା ଓ ଅଞ୍ଚଳକୁ ନେଇ ବିଦ୍ୱେଷ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ମାମଲା କରିଛି। ଏଥିସହ ଦୈନିକ ଭାସ୍କରର ଏଡିଟର ଓ ତନବୀର ପୋଷ୍ଟର ପ୍ରୋପାଇଟରଙ୍କ ନାଁରେ ମଧ୍ୟ ଦଙ୍ଗା ଉସକାଇବା ଅଭିଯୋଗରେ ମାମଲା କରିଛି। ପୁଲିସ୍‌ କହିଛି ଯେ ଦୈନିକ ଭାସ୍କର ବିହାରର ଜଣେ ବ୍ୟକ୍ତିଙ୍କୁ ଝାରଖଣ୍ଡର ଜଣେ ବ୍ୟକ୍ତି ହତ୍ୟା କରିଥିବା ଖବର ପ୍ରକାଶ କରିଥିଲା। ଏହାକୁ ଉକ୍ତ ଖବରକାଗଜ ଉତ୍ତର ଭାରତର ଶ୍ରମିକଙ୍କ ଉପରେ ଆକ୍ରମଣ ଭାବେ ଚିତ୍ରଣ କରି ବିଦ୍ୱେଷ ଓ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଛି।

କିଛି ସପ୍ତାହ ହେଲାଣି ହ୍ୱାଟସଆପରେ ବିଭିନ୍ନ ପ୍ରକାରର ମିଥ୍ୟା ତଥ୍ୟକୁ ପ୍ରଚାର କରାଯାଉଛି। ବିହାରର ଶ୍ରମିକମାନଙ୍କୁ ଦକ୍ଷିଣ ଭାରତ ରାଜ୍ୟରେ ଆକ୍ରମଣ କରାଯାଉଥିବା କଥା ଏଥିରେ ଦାବି କରାଯାଉଛି। ଏହା ସାମ୍ନାକୁ ଆସିବା ପରେ ଉଭୟ ତାମିଲନାଡୁ ଓ ବିହାର ସରକାର ଲୋକଙ୍କୁ ଏହା ବିରୋଧରେ ସତର୍କ ରହିବାକୁ କହିଛନ୍ତି।

ଅନ୍ୟପକ୍ଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଗୋଟିଏ ବିବୃତି ଜାରି କରି ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଦାୟିତ୍ୱ ସରକାରଙ୍କ ବୋଲି ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, “ପ୍ରବାସୀ ଶ୍ରମିକଙ୍କୁ ଭୟ କରିବାର କୌଣସି କାରଣ ନାହିଁ। ଯଦି କେହି ଧମକ ଦେଉଛନ୍ତି, ତା’ହେଲେ ସହାୟତା ନମ୍ବରକୁ କଲ କରନ୍ତୁ। ତାମିଲନାଡୁ ସରକାର ଓ ଲୋକମାନେ ଆମର ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ପାଇଁ ସବୁ ବେଳେ ଛିଡ଼ା ହୋଇଛନ୍ତି।”

ତାମିଲନାଡୁର ସମସ୍ତ ଜିଲ୍ଲାପାଳମାନେ ମଧ୍ୟ ହିନ୍ଦୀ କହୁଥିବା ଶ୍ରମିକମାନଙ୍କୁ ଆଦୌ ଭୟଭୀତ ନ ହେବାକୁ କହିଛନ୍ତି।

Bjp Uttar Pradesh Tamilnadu Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe