Advertisment

ସାଇରନ ବଜାଇ ୪୦୦ ଗାଡ଼ି ଧରି କଂଗ୍ରେସକୁ ଗଲେ ବିଜେପି ନେତା

ଏଥିସହ ପୂରା ୩ ଶହ କିମି ରାସ୍ତାକୁ ସେ ସାଇରନ ବଜାଇ ବଜାଇ ଅତିକ୍ରମ କରିଛନ୍ତି। ଏହି ଘଟଣା କେବଳ ମଧ୍ୟପ୍ରଦେଶ ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

author-image
Hemant Lenka
Congress

Congress

ମଧ୍ୟପ୍ରଦେଶରେ ଆଜି ଗୋଟିଏ ଅଜବ ଘଟଣା ଘଟିଛି। ବେଶ ରାଜକୀୟ ଷ୍ଟାଇଲରେ କଂଗ୍ରେସକୁ ଫେରିଛନ୍ତି ଜଣେ ବିଜେପି ନେତା। ସେ ଏହି ଘର ବାହୁଡ଼ାକୁ ଅଧିକ ଆକର୍ଷଣୀୟ ତଥା ସ୍ମରଣୀୟ କରିବା ପାଇଁ ଦୀର୍ଘ ୩୦୦ କିମି ବାଟ ୪୦୦ ଗାଡ଼ିର କନଭୟ ମଧ୍ୟରେ ଯାତ୍ରା କରିଛନ୍ତି।

Advertisment

ଏଥିସହ ପୂରା ୩ ଶହ କିମି ରାସ୍ତାକୁ ସେ ସାଇରନ ବଜାଇ ବଜାଇ ଅତିକ୍ରମ କରିଛନ୍ତି। ଏହି ଘଟଣା କେବଳ ମଧ୍ୟପ୍ରଦେଶ ନୁହେଁ ବରଂ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ବେଳେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ବୈଜନାଥ ସିଂହ ଏବେ କଂଗ୍ରେସକୁ ଫେରିଛନ୍ତି। ଏଥିପାଇଁ ସେ ଶିବପୁରୀରୁ ୪୦୦ କାର୍‌ ସହ ଭୋପାଳ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଶିବପୁରୀ ରାଜନୀତିରେ ନିଜର ଦବଦବା ରଖିଥିବା ସିନ୍ଧିଆଙ୍କ ସହ ୨୦୨୦ରେ କଂଗ୍ରେସ ଛାଡ଼ିବାରୁ ମଧ୍ୟପ୍ରଦେଶର କ୍ଷମତାସୀନ କମଲନାଥ ସରକାର ଭୁଶୁଡ଼ି ପଡ଼ିଥିଲା। ଏବେ ସିନ୍ଧିଆ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଛନ୍ତି।

Advertisment

ହେଲେ ତାଙ୍କ ସହ ଦଳ ଛାଡ଼ିଥିବା ବୈଜନାଥ ଏବେ କଂଗ୍ରେସକୁ ଫେରିଛନ୍ତି। କୁହାଯାଉଛି ଯେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବୈଜନାଥ ଟିକେଟ ଆଶାୟୀ ଥିଲେ। ହେଲେ ବିଜେପି ତାଙ୍କୁ ଟିକେଟ ଦେବାର ସମ୍ଭାବନା ନଥିବାରୁ ସେ କଂଗ୍ରେସକୁ ଫେରିଛନ୍ତି।

କଂଗ୍ରେସ ମଧ୍ୟ ତାଙ୍କୁ ସ୍ୱାଗତ କରିଛି। ଯେଉଁ କମଲନାଥ ସରକାରଙ୍କୁ ସେ ସିନ୍ଧିଆଙ୍କ କଥାରେ ପଡ଼ି ଭାଙ୍ଗିଥିଲେ ଆଜି ସେହି କମଲନାଥ ଓ ବରିଷ୍ଠ ନେତା ଦିଗବିଜୟ ସିଂହ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ବୈଜନାଥଙ୍କ ସମେତ ୧୫ ଜଣ ଜିଲ୍ଲାସ୍ତରୀୟ ବିଜେପି ନେତା ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୈଜନାଥ ଆଜି ୪୦୦ କାର ସହ ସାଇରନ ବଜାଇ ଭୋପାଲ ଆସୁଥିବା ବେଳେ ଏହାକୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରବଳ ଭିଡ଼ ଜମିଥିଲା। ଲୋକମାନେ ମଧ୍ୟ ତାଙ୍କୁ ହାତ ହଲାଇ ଅଭିବାଦନ ମଧ୍ୟ ଜଣାଇଥିଲେ। ତେବେ ସୋଶାଲ ମିଡିଆରେ ଏପରି ସାଇରଜ ବଜାଇ ଯାତ୍ରା କରିବା ଘଟଣାକୁ ନିନ୍ଦା କରାଯାଇଛି।

Congress Madhya Pradesh