Advertisment

ପୁଅ ସହ ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ ଜିତେନ୍ଦ୍ର ରେଡ୍ଡି, ଧରିଲେ ହାତ

ଉଭୟ ବାପପୁଅ ବିଜେପିରୁ ଇସ୍ତଫା ଦେବା ପରେ କଂଗ୍ରେସରେ ସାମିଲ ହୋଇଛନ୍ତି।

author-image
Niharika Rout
Congress

Congress

ଆଜି ଘୋଷଣା ହେବ ନିର୍ବାଚନ ତାରିଖ । ମାତ୍ର ଏହା ପୂର୍ବରୁ ବିଜେପିକୁ ଲାଗିଛି ଝଟକା। ପାର୍ଟିର ପୂର୍ବତନ ସାଂସଦ ଜିତେନ୍ଦ୍ର ରେଡ୍ଡି ଦଳ ଛାଡ଼ିଛନ୍ତି। ଜିତେନ୍ଦ୍ରଙ୍କ ସହ ତାଙ୍କ ପୁଅ ବି ବିଜେପି ଛାଡ଼ିଛନ୍ତି।

Advertisment

ଉଭୟ ବାପପୁଅ ବିଜେପିରୁ ଇସ୍ତଫା ଦେବା ପରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେମାନେ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଓ AICCର ରାଜ୍ୟ ପ୍ରଭାରୀ ଦୀପାଦାସ ମୁନସୀଙ୍କ ଉପସ୍ଥିତିରେ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।

ତେଲେଙ୍ଗାନାରେ କଂଗ୍ରେସ ପାର୍ଟି ମଜବୁତ ସ୍ଥିତିରେ ଥିବା ବେଳେ ବିଜେପି ସ୍ଥିତି ସେତେ ଭଲ ନାହିଁ। ଏପରି ସମୟରେ ଦଳର ଜଣେ ପୁରୁଖା ନେତା ଦଳ ଛାଡ଼ି କଂଗ୍ରେସରେ ସାମିଲ ହେବା ଦଳ ପାଇଁ ବଡ଼ କ୍ଷତି ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି।

Advertisment

କିଛି ମାସ ପୂର୍ବେ ତେଲେଙ୍ଗାନାରେ ହୋଇଥିବା ନିର୍ବାଚନରେ ବିଆରଏସ୍‌ ଓ ବିଜେପିକୁ ପଛରେ ପକାଇ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କରିଥିଲା। । ଏବେ ଲୋକସଭା ନିର୍ବାଚନରେ ବି ତେଲେଙ୍ଗାନାରେ ଅଧିକ ସିଟ୍‌ ହାସଲ କରିବାକୁ କଂଗ୍ରେସ ଅଣ୍ଟା ଭିଡିଛି।

Bjp Congress