Advertisment

ଆମ୍ବୁଲାନ୍ସର ବାଟ ରୋକିଲା ବିଜେପି ନେତାଙ୍କ କାର୍‌, ଛଟପଟ ହୋଇ ଚାଲିଗଲା ରୋଗୀଙ୍କ ଜୀବନ

ଶନିବାର ସୁରେଶ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲକୁ ରେଫର କରିଦିଆଯାଇଥିଲା। ସୁରେଶ ହାର୍ଟ ଆଟାକର ସମ୍ମୁଖୀନ ହୋଇଥିଲେ।

ଅଦ୍ୟତନ ହୋଇଛି
BJP

BJP

Advertisment

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ଉତ୍ତର ପ୍ରଦେଶର ସୀତାପୁରରେ ଜଣେ ବିଜେପି ନେତାଙ୍କ କାର୍‌ ଗୋଟିଏ ଆମ୍ବୁଲାନ୍ସର ବାଟ ରୋକି ଦେଇଛି। ଏଥିଯୋଗୁ ଆମ୍ବୁଲାନ୍ସ ଭିତରେ ଯନ୍ତ୍ରଣାରେ ଛଟପଟ ହୋଇ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ବିଜେପି ନେତାଙ୍କ ବେପରୁଆ ଆଚରଣ ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିଲେ ହେଁ ସେ ଏହାକୁ ସ୍ୱୀକାର କରି ନାହାନ୍ତି।

Advertisment

ଏପରି କି ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ ନାଲି ଆଖି ଦେଖାଇବାକୁ ମଧ୍ୟ ପଛାଇ ନାହାନ୍ତି। ଅଭିଯୁକ୍ତ ବିଜେପି ନେତା ଜଣଙ୍କ ହେଲେ ଉମେଶ ମିଶ୍ରା। ତାଙ୍କ ଆଚରଣ ଓ ରୋଗୀ ମୃତ୍ୟୁକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି।

ଆମ୍ବୁଲାନ୍ସରେ ଛଟପଟ ହୋଇ ପ୍ରାଣ ହରାଇଥିବା ରୋଗୀ ଜଣଙ୍କ ହେଲେ ସୁରେଶ ଚନ୍ଦ୍ର। ଶନିବାର ସୁରେଶ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସ୍ଥାନୀୟ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲକୁ ରେଫର କରିଦିଆଯାଇଥିଲା। ସୁରେଶ ହାର୍ଟ ଆଟାକର ସମ୍ମୁଖୀନ ହୋଇଥିଲେ। ସେ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ପରିବାର ଲୋକ ତାଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ହସ୍ପିଟାଲରୁ ଲକ୍ଷ୍ନୌ ହସ୍ପିଟାଲକୁ ନେବାକୁ ଉଦ୍ୟମ କରିଥିଲେ। ସେମାନେ ଜିଲ୍ଲା ହସ୍ପିଟାଲରୁ ବାହାରିବା କ୍ଷଣି ଆମ୍ବୁଲାନ୍ସଟି ରାସ୍ତା ମଝିରେ ଅଟକି ଯାଇଥିଲା। କାରଣ ବିଜେପି ନେତା ଉମେଶ ମିଶ୍ରା ନିଜର ୱାଗନର କାର୍‌କୁ ରାସ୍ତାରେ ପାର୍କିଂ କରି ଦେଇଥିବାରୁ ଆମ୍ବୁଲାନ୍ସଟି ଆଗକୁ ଯାଇ ପାରି ନଥିଲା।

Advertisment

କାର୍‌ ରାସ୍ତାରେ ପାର୍କିଂ ହୋଇଥିବା ବେଳେ ଉମେଶ ମିଶ୍ରା କିନ୍ତୁ ଗାଡ଼ିରେ ନଥିଲେ। ଫଳରେ ଆମ୍ବୁଲାନ୍ସଟି ୩୦ ମିନିଟ ଧରି ରାସ୍ତା ଉପରେ ଅଟକି ରହିଥିଲା। ଏହି ସମୟରେ ଆମ୍ବୁଲାନ୍ସ ଭିତରେ ଯନ୍ତ୍ରଣା ସହି ନ ପାରି ସୁରେଶଙ୍କ ମୃତ୍ୟୁ ଘଟିଥିଲା। ରାସ୍ତା ମଝିରେ ସବୁ କିଛି ଘଟିଥିବା ବେଳେ ଉମେଶ ସେଠାରେ ପହଞ୍ଚିଥିଲେ। ତାଙ୍କୁ ରୋଗୀଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ପ୍ରଶ୍ନ କରିବାରୁ ସେ ସମସ୍ତଙ୍କୁ ନାଲି ଆଖି ଦେଖାଇଥିଲେ।

ଉମେଶ ମିଶ୍ରା ହେଉଛନ୍ତି ବିଜେପି ନେତା ଓ ବ୍ଲକ ମୁଖ୍ୟ ରାମକିନକର ପାଣ୍ଡେଙ୍କ ଭାଇ। ସେ ରାସ୍ତା ମଝିରେ ହାତ ହଲାଇ ଦବଙ୍ଗିରି ଦେଖାଇବା ସହ ପ୍ରାଣ ହରାଇଥିବା ସୁରେଶ ଚନ୍ଦ୍ରଙ୍କ ଜଣେ ସମ୍ପର୍କୀୟଙ୍କୁ ପୁଲିସ କେସ୍‌ରେ ଫସାଇ ଦେବାର ଧମକ ଦେଇଛନ୍ତି। ଉମେଶ ମିଶ୍ରା ସର୍ବମସମ୍ମୁଖରେ ଦାବି କରିଛନ୍ତି ଯେ ଏସ୍‌ପି ଓ ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କ ନିର୍ଦ୍ଦେଶରେ କାମ କରନ୍ତି। ତାଙ୍କ ସହ ଲାଗିଲେ ସମସ୍ତଙ୍କୁ ଖତମ କରିଦେବେ ବୋଲି ମଧ୍ୟ ଧମକ ଦେଉଥିବା ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ପୁଲିସ୍‌ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। କିନ୍ତୁ ଉମେଶଙ୍କ ଦାଦାଗିରିରେ ସେମାନେ ହସ୍ତକ୍ଷେପ କରି ନଥିଲେ। ସେ ଗାଳିଗୁଲଜ ଓ ଧମକ ଦେବା ପରେ ନିଜ କାର୍‌ ଧରି ସେଠାରୁ ଚାଲି ଯାଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆରେ ପୁଲିସ୍‌କୁ ସମସ୍ତେ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

Bjp Uttar Pradesh Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe