Advertisment

କାଉଡିଆଙ୍କ ଉପରେ ଚଢ଼ିଗଲା ବିଜେପି ନେତାଙ୍କ ଗାଡ଼ି, ଜଣେ ମୃତ, ୩ ଆହତ

ଦୁର୍ଘଟଣା ପରେ ରାସ୍ତା ଉପରେ ମୃତଦେହ ରଖି ସାଥୀ କାଉଡିଆମାନେ ବିରୋଧ କରିଛନ୍ତି।

Accident

Accident

Advertisment

ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ଯାଉଥିବା କାଉଡିଆଙ୍କ ଉପରେ ଚଢ଼ିଗଲା ବିଜେପି ନେତାଙ୍କ ଗାଡି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସେହିପରି ତିନି ଜଣ ଅନ୍ୟ କାଉଡିଆ ଗୁରୁତର ହୋଇଛନ୍ତି। ଉତିତରପ୍ରଦେଶର ସୀତାପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ସୂଚନା ମୁତାବକ, ଉତ୍ତରପ୍ରଦେଶର ମହମୁଦାବାଦ ପୁଲିସ ଷ୍ଟେସନ ନିକଟସ୍ଥ ଜରାୟପୁର ଗତକାଲି ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। କାଉଡିଆମାନେ ଜଳାଭିଷେକ ପାଇଁ ମହମୁଦାବାଦରୁ ଭଗୌଲି ବାରାବଙ୍କି ଯାଉଥିଲେ। ଏହି ସମୟରେ ସୀତାପୁରର ବିଜେପି ନେତାଙ୍କ ଗାଡି ଦ୍ରତ ଗତିରେ ଆସି କାଉଡିଆଙ୍କ ଉପରେ ମାଡି ଯାଇଥିଲା। ଏଥିରେ ୪ ଜଣ କାଉଡିଆ ଗୁରୁତର ହୋଇଥିଲେ।

ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସମସ୍ତ କାଉଡିଆ ନାବାଳକ ଥିବା ପୁଲିସ କହିଛି। ଗୁରୁତରଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଏହି ଦୁର୍ଘଟଣାରେ ଯୁବତୀ କାଉଡିଆ ନେହାଙ୍କ ମୃତ୍ୟୁ ପରେ ସାଥୀ କାଉଡିଆମାନେ ରାଗି ଯାଇଛନ୍ତି। ରାସ୍ତା ଉପରେ ମୃତଦେହ ରଖି ସେମାନେ ବିରୋଧ କରିଛନ୍ତି।

Advertisment

ସୂଚନା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ କଉଡିଆଙ୍କ ହଙ୍ଗାମା ଥମି ନଥିଲା। ବିରୋଧ ବଢ଼ୁଥିବା ଦେଖି କୋତୱାଲି ପୁଲିସ ସମେତ ଚାରିଟି ଥାନାରୁ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ପୁଲିସ ଦୁର୍ଘଟଣା ଘଟାଇଥିବା ବିଜେପି ନେତାଙ୍କ ଗାଡିକୁ ଜବତ କରିବା ପରେ କାଉଡିଆମାନେ ଶାନ୍ତ ହୋଇଥିଲେ। ପୁଲିସ ପୂରା ମାମଲାରେ ତଦନ୍ତ ଜାରି ରଖିଛି।

Bjp Accident Uttar Pradesh Kanwar Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe