Advertisment

ପାକିସ୍ତାନ ଝିଅଙ୍କୁ ଅନଲାଇନରେ ବିବାହ କଲେ ବିଜେପି ନେତାଙ୍କ ପୁଅ

ଭିସା ମିଳିବାରେ ବିଳମ୍ବ ହେବାରୁ ପାକିସ୍ତାନର ଜଣେ ଝିଅଙ୍କୁ ଅନଲାଇନରେ ବିବାହ କରିଛନ୍ତି ବିଜେପି ନେତାଙ୍କ ପୁଅ।

Online Marriage

Online Marriage

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହିଥିଲେ ବି ଦୁଇ ଦେଶର ଲୋକେ ଗଢି ଚାଲିଛନ୍ତି ସମ୍ପର୍କ। ଅନେକ ସମୟରେ 'ପ୍ରେମ ପାଇଁ ସୀମା ପାର୍', 'ପାକିସ୍ତାନ ଯୁବତୀଙ୍କ ପ୍ରେମରେ ଭାରତୀୟ ଯୁବକ', 'ପ୍ରେମ ପାଇଁ ସୀମା ଡେଇଁଲେ ପାକିସ୍ତାନ ଯୁବତୀ' ଭଳି ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଜଣେ ବିଜେପି ନେତାଙ୍କ ପୁଅ ପାକିସ୍ତାନର ଜଣେ ଝିଅଙ୍କୁ ବିବାହ କରିଛନ୍ତି।

Advertisment

ଭିସା ମିଳିବାରେ ବିଳମ୍ବ ହେବାରୁ ଉଭୟ ଅନଲାଇନରେ ବିବାହ କରିଛନ୍ତି। ବର ସାଜିଥିବା ଭାରତୀୟ ଯୁବକ ହେଉଛନ୍ତି ଉତ୍ତରପ୍ରଦେଶ ଜଉନପୁର ଜିଲ୍ଲାର ବିଜେପି ନେତା ତଥା କର୍ପୋରେଟର ତେହସିନ ଶାହିଦଙ୍କ ପୁଅ ମହମ୍ମଦ ଆବାସ ହୈଦର।

ସେ ପାକିସ୍ତାନ ଲାହୋର ସହରର ଅନଦାଲୀବ ଜାହରାଙ୍କୁ ବିବାହ କରିଛନ୍ତି। ଜାହରା ତାଙ୍କ ପରିବାରର ଜଣେ ସମ୍ପର୍କୀୟଙ୍କ ଝିଅ। ଉଭୟଙ୍କ ବାହାଘର ଗତ ବର୍ଷ ଠିକ୍ ହୋଇଥିଲା। ବର ଘର ପକ୍ଷ ଏଥିପାଇଁ ଭିସା ଆବେଦନ କରିଥିଲେ। କିନ୍ତୁ ସେମାନଙ୍କୁ ଭିସା ମିଳିପାରି ନଥିଲା। 

Advertisment

ରିପୋର୍ଟ ଅନୁସାରେ, କନିଆଁଙ୍କ ମାଆ ରାଣା ଯସ୍ମିନ ଜାଇଦି କିଛି ଦିନ ହେବ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ଝିଅର ବିବାହ ଦେଖିବାକୁ ଇଚ୍ଛା ପ୍ରକାଶ କରିବାରୁ ଅନଲାଇନରେ ବାହାଘର କରିବାକୁ ଉଭୟ ପରିବାର ନିଷ୍ପତ୍ତି ନେଇଥିଲେ। 

ଶେଷରେ ବନ୍ଧୁବର୍ଗଙ୍କ ଉପସ୍ଥିତିରେ ଅନଲାଇନରେ ବାହାଘର ହୋଇଛି। ଅନଲାଇନରେ ବାହାଘର ହୋଇଥିଲେ ମଧ୍ୟ ଉଭୟ ପକ୍ଷ ନିଜ ନିଜ ଦେଶରେ ସମସ୍ତ ଆୟୋଜନ କରିଥିଲେ। ବନ୍ଧୁବର୍ଗଙ୍କୁ ନିମନ୍ତ୍ରଣ କରିବା ସହ ଭୋଜିଭାତର ଆୟୋଜନ କରିଛନ୍ତି। ଅତିଥିମାନେ ଟିଭି ସ୍କ୍ରିନ୍ ଜରିଆରେ ବାହାଘର ଦେଖିଥିଲେ। 

ଏହି ବାହାଘରରେ କିଛି ବିଜେପି ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ଅନଲାଇନରେ ବାହାଘର ସରିବା ପରେ ବର ମହମ୍ମଦ ଆବାସ ହୈଦର ତାଙ୍କ ପତ୍ନୀଙ୍କ ଭିସା କରାଇଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।  

Pakistan Bjp India News Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe