Advertisment

ଚେନ୍‌ ଲୁଟେରାଙ୍କ ଗୁଳିମାଡ଼ରେ ବିଜେପି ନେତା ମୃତ!

ବିଜେପି ନେତାଙ୍କୁ ହତ୍ୟା କରାଯିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Munna Sharma

Munna Sharma

Advertisment

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି ବିହାରର ରାଜଧାନୀ ପାଟନରେ। ମୃତ ବିଜେପି ନେତାଙ୍କ ନାଁ ଶ୍ୟାମ ସୁନ୍ଦର ଶର୍ମା ଓରଫ ମୁନା ଶର୍ମା (୫୫)।

Advertisment

କୁହାଯାଉଛି, ମୁନା ଶର୍ମାଙ୍କୁ ଗୁଳି କରି ହତ୍ୟା କରିଥିବା ବ୍ୟକ୍ତିମାନେ ଚେନ୍‌ ଲୁଟେରା। ସେମାନେ ଚେନ୍ ଲୁଟ୍ କରିବାକୁ ତାଙ୍କୁ ବନ୍ଧୁକ ଦେଖାଇଥିଲେ। ସେ ପ୍ରତିବାଦ କରିବାକୁ ତାଙ୍କୁ ଲୁଟେରାମାନେ ମାରି ଦେଇଥିଲେ।

ଅନ୍ୟପକ୍ଷରେ ତାଙ୍କୁ ମାରିବା ସତ୍ତ୍ୱେ ଲୁଟେରାମାନେ ଚେନ୍ ନେଇ ନଥିଲେ। ତେଣୁ ଏହି ଘଟଣାର ପଛରେ ଆଉ କିଛି କାରଣ ଥାଇପାରେ ବୋଲି ଆଲୋଚନା ହେଉଛି। ମୃତ ମୁନା ଶର୍ମାଙ୍କ ବେକରେ ସୁନା ଚେନ୍‌ ଥିଲା ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ପୁଲିସ୍ ବି ଏହାକୁ ସ୍ପଷ୍ଟ କରିଛି।

Advertisment

ମୁନା ଶର୍ମାଙ୍କୁ ସୋମବାର ଭୋର ପ୍ରାୟ ସାଢ଼େ ୪ଟା ବେଳେ ହତ୍ୟା କରାଯାଇଥିଲା। ଗତକାଲି ତାଙ୍କ ପୁଅଙ୍କ ନିର୍ବନ୍ଧ ଥିଲା। ସେଥିପାଇଁ ତାଙ୍କ ଘରକୁ କିଛି ବନ୍ଧୁବାନ୍ଧବ ଆସିଥିଲେ। ସେହି ବନ୍ଧୁବାନ୍ଧବଙ୍କ ମଧ୍ୟରୁ କେତେ ଜଣଙ୍କୁ ଆଜି ଭୋରରେ ସେ ଅଟୋରେ ବସାଇବା ପରେ ରାସ୍ତାକଡ଼ରେ ବସିଥିବା ବେଳେ ତିନି ଜଣ ବ୍ୟକ୍ତି ବାଇକରେ ଆସି ତାଙ୍କ ନିକଟରେ ପହଞ୍ଚିଥିଲେ। ସେମାନେ ତାଙ୍କୁ ବନ୍ଧୁକ ଦେଖାଇ ଥିଲେ। ବାଇକ୍‌ରୁ ଓହ୍ଳାଇଥିବା ଜଣେ ଦୁର୍ବୃତ୍ତଙ୍କ ସହିତ ତାଙ୍କର ଟଣାଓଟରା ହୋଇଥିଲା। ସେହି ସମୟରେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ଗୁଳିମାଡ଼ ପରେ ସେ ସେଠାରେ ପଡ଼ି ଯାଇଥିବା ବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଏହି ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ପୁଲିସ ଏହାକୁ ଭଲ ଭାବେ ଯାଞ୍ଚ କରୁଛି। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଚିହ୍ନଟ କରିଥିବା କହିଛି।

ଘଟଣା ସଂପର୍କରେ ପୁଲିସ୍ ସକାଳ ୬ଟା ୧୫ରେ ଖବର ପାଇଥିଲା। ପାଟନାର ଚୌକ ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଚୌକ ପୁଲିସ୍ ଷ୍ଟେସନର ମୁଖ୍ୟ ଶଶୀ କୁମାର ରାଣା କହିଛନ୍ତି, ଏକ ରେଷ୍ଟୁରାଣ୍ଟ ପାଖରେ ମୁନା ଶର୍ମାଙ୍କୁ ଗୁଳି କରାଯାଇଥିବା ନେଇ ଆମେ ଆଜି ସକାଳ ପ୍ରାୟ ୬ଟା ୧୫ରେ ଖବର ପାଇଥିଲୁ। ମୁନା ଶର୍ମାଙ୍କୁ ତାଙ୍କ ପରିବାର ଲୋକେ ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳ ଆଖପାଖରେ ଥିବା ସିସିଟିଭିଗୁଡ଼ିକୁ ଯାଞ୍ଚ କରାଯାଉଛି। ଏହା ସହିତ ଅନ୍ୟାନ୍ୟ ବୈଷୟିକ ତଦନ୍ତ ମଧ୍ୟ ଚାଲିଛି।

ପାଟନା ସିଟି-୨ର ଡିଏସ୍‌ପି ଗୌରବ ଶର୍ମା କହିଛନ୍ତି ଯେ ମୃତ ମୁନା ଶର୍ମାଙ୍କ ବେକରେ ସୁନା ଚେନ୍ ଥିଲା। ଏକ ସ୍ୱତନ୍ତ୍ର ଟିମ୍ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ଆମେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଖୋଜୁଛୁ। ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ତାକୁ ଧରିବାକୁ ପ୍ରାୟାସ ଚାଲିଛି।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe