Advertisment

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଗତକାଲି ରାଜୁ ଝା ଓ ତାଙ୍କର ଜଣେ ବନ୍ଧୁ କୋଲକାତା ଅଭିମୁଖେ ଆସୁଥିଲେ। ବାଟରେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଶକ୍ତିଗଡ଼ ନିକଟରେ ଜାତୀୟ ରାଜପଥ କଡ଼ରେ ସେମାନେ ଅଟକି ଥିଲେ।

author-image
Jitendra Garnayak
Gun

Gun

ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ରାସ୍ତା ଉପରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ରାଜୁ ଝା। ତାଙ୍କର ଜଣେ ବନ୍ଧୁଙ୍କ ଦେହରେ ମଧ୍ୟ ଗୁଳି ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାଜୁ ଝା ଓ ତାଙ୍କର ଜଣେ ବନ୍ଧୁ କୋଲକାତା ଅଭିମୁଖେ ଆସୁଥିଲେ। ବାଟରେ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଶକ୍ତିଗଡ଼ ନିକଟରେ ଜାତୀୟ ରାଜପଥ କଡ଼ରେ ସେମାନେ ଅଟକି ଥିଲେ। ଏହି ସମୟରେ ଏକ କାର ଆସି ସେମାନଙ୍କ ପଛରେ ଅଟକି ଥିଲେ ଓ ହଠାତ୍ ସେହି କାରରୁ ସେମାନଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ରାଜୁ ଝା’ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ପୂର୍ବ ବର୍ଦ୍ଧମାନ ଜିଲ୍ଲା ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ଅଜଣା ଲୋକମାନେ ରାଜୁ ଝା’ଙ୍କୁ ହତ୍ୟା କରିଛନ୍ତି। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଏହାର ତଦନ୍ତ ଚାଲିଛି।

Advertisment

ପୁଲିସ୍ ପକ୍ଷରୁ ରାଜୁ ଝା’ଙ୍କ ଡ୍ରାଇଭରଙ୍କ ବୟାନ ରେକର୍ଡ କରାଯାଇଛି। ତା’ସହିତ ଘଟଣାସ୍ଥଳ ନିକଟରେ ଦୋକାନ କରିଥିବା କିଛି ଲୋକଙ୍କୁ ପୁଲିସ୍ ପଚରାଉଚରା କରୁଛି। କାରଣ ସେମାନେ ଦୁର୍ବୃତ୍ତମାନେ ଆସିଥିବା କାରକୁ ଦେଖିଥିଲେ। ପୁଲିସ୍ ଘଟଣାସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜ ଗୁଡ଼ିକୁ ମଧ୍ୟ ସଂଗ୍ରହ କରି ଯାଞ୍ଚ କରୁଛି।

୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜୁ ଝା ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ନାଁରେ ଅନେକ ମାମଲା ରହିଛି। ସେ ବେଆଇନ ଭାବେ କୋଇଲା ବ୍ୟବସାୟ କରୁଥିଲେ ବୋଲି ମଧ୍ୟ ଅଭିଯୋଗ ରହିଛି।

Bjp Murder West Bengal