Advertisment

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଗତକାଲି ରାତି ପ୍ରାୟ ସାଢେ ୮ଟାରେ ସୁରେନ୍ଦ୍ର କୁମାର ନିଜ କାର୍ଯ୍ୟାଳୟରେ ବସିଥିବା ବେଳେ କିଛି ଅଜ୍ଞାନ ବାଇକ୍‌ ଚାଳକ ସେଠାରେ ପହଞ୍ଚି ୬ ରାଉଣ୍ଡ ଗୁଳି ଚଳାଇଥିଲେ।

author-image
Niharika Rout
Murder

Murder

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଗତ କାଲି ସନ୍ଧ୍ୟାରେ ଦ୍ୱାରକାରେ ଘଟିଛି। ମୃତ ନେତାଜଣକ ହେଲେ ନଫଜଗଡ଼ ଅଞ୍ଚଳର ଭାଜପା କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମଟିୟାଲା । ବିନ୍ଦାପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି।

Advertisment

ଗତକାଲି ରାତି ପ୍ରାୟ ସାଢେ ୮ଟାରେ ସୁରେନ୍ଦ୍ର କୁମାର ନିଜ କାର୍ଯ୍ୟାଳୟରେ ବସିଥିବା ବେଳେ କିଛି ଅଜ୍ଞାନ ବାଇକ୍‌ ଚାଳକ ସେଠାରେ ପହଞ୍ଚିଥିଲେ। ସେମାନେ ଅତର୍କିତ ଭାବେ ସୁରେନ୍ଦ୍ର କୁମାରଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ୬ ରାଉଣ୍ଡ ଗୁଳି ଚଳାଇଥିଲେ।

ଘଟଣାସ୍ଥଳରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସୁରେନ୍ଦ୍ର କୁମାର ଟଳି ପଡ଼ିଥିବା ବେଳେ ବାଇକ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏପରି ଗୁଳିକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ନା ଆଉ କିଛି କାରଣ ରହିଛି ତାହାର ତଦନ୍ତ ଚାଲିଥିବା କହିଛନ୍ତି ଦ୍ୱାରକା ଡିଏସ୍‌ପି। ଅଭିଯୁକ୍ତଙ୍କୁ ଗିରଫ ପାଇଁ ବହୁ ଟିମ୍‌ ଗଠନ କରାଯାଇ ବିଭିନ୍ନ  ସ୍ଥାନରେ ଚଢ଼ାଉ କରାଯାଉଛି। ପୁଲିସ୍‌ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଜାରି ରଖିଥିବା ଡିଏସ୍‌ପି କହିଛନ୍ତି।

Bjp Murder Bjd Leader