Advertisment

ସନ୍ଦେଶଖାଲି ମାମଲା: ହାଇକୋର୍ଟଙ୍କ ଅନୁମତି ସତ୍ତ୍ୱେ ବିଜେପି ନେତାଙ୍କୁ ଅଟକାଇଲା ପୁଲିସ

କୋଲକାତା ହାଇକୋର୍ଟଙ୍କ ଅନୁମତି ସତ୍ତ୍ୱେ ତାଙ୍କୁ ଯିବାକୁ ଦିଆଯାଇ ନାହିଁ।

author-image
Madhupriya Mistry
ଅଦ୍ୟତନ ହୋଇଛି
Suvendu Adhikari

Suvendu Adhikari

ସନ୍ଦେଶଖାଲିକୁ ନେଇ ପଶ୍ଚିମବଙ୍ଗରେ ବିବାଦ ଜାରି ରହିଛି। ସନ୍ଦେଶଖାଲିର ମହିଳାଙ୍କୁ ଯୌନ ଉତ୍ପୀଡନ ମାମଲାରେ ରାଜନୀତି ସରଗରମ ରହିଛି। ପୀଡିତାଙ୍କୁ ଭେଟିବାକୁ ଚାହୁଁଥିବା ବେଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କୁ ପୁଲିସ ଅଟକାଇ ଦେଇଛି। କୋଲକାତା ହାଇକୋର୍ଟଙ୍କ ଅନୁମତି ସତ୍ତ୍ୱେ ତାଙ୍କୁ ଯିବାକୁ ଦିଆଯାଇ ନାହିଁ। କେବଳ ସେ ନୁହନ୍ତି ସିପିଆଇଏମ୍‌ ନେତ୍ରୀ ବୃନ୍ଦା କରାଟଙ୍କୁ ମଧ୍ୟ ସନ୍ଦେଶଖାଲି ଯିବାକୁ ତାଙ୍କୁ ଅଟକାଇ ଦିଆଯାଇଛି। ସୁଭେନ୍ଦୁ ଅଧିକାରୀଙ୍କୁ କଲିକତା ହାଇକୋର୍ଟ ଗତକାଲି ସନ୍ଦେଶଖାଲି ଯିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ହିଁ ସେଠାରେ ୧୪୪ ଧାରା ଲାଗୁ କରାଯାଇଛି।

Advertisment

ସୁଭେନ୍ଦୁ ଅଧିକାରୀଙ୍କ କଲିକତା ହାଇକୋର୍ଟ ସର୍ତ୍ତ ଅନୁଯାୟୀ ସନ୍ଦେଶଖାଲି ଯିବାକୁ ଅନୁମତି ଦେଇଥିଲେ। ତାଙ୍କ ଯାତ୍ରାର ମାର୍ଗ ପ୍ରଶାସନକୁ ଜଣାଇବାକୁ କୋର୍ଟ କହିଥିଲେ। ଏହି ସମୟରେ ସେ ପୀଡିତାଙ୍କୁ ଭେଟିଥାନ୍ତେ। ସନ୍ଦେଶଖାଲି ଯିବା ସମୟରେ ଶୁଭେନ୍ଦୁ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ପୁଲିସ ତାଙ୍କୁ ଅଟକାଇ ଦେଇଛନ୍ତି।

ଏହାକୁ ନେଇ ବିଜେପି ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, 'କୋର୍ଟ ସ୍ପଷ୍ଟ ରାୟ ଦେଇଛନ୍ତି ଏବଂ ସେଠାକୁ ଯିବା ଆମର ଦାୟିତ୍ୱ। କିନ୍ତୁ ପୁଲିସ ଆମକୁ ସେଠାକୁ ଯିବାକୁ ଅନୁମତି ଦେଉ ନାହିଁ। ରାଜ୍ୟ ସରକାର ଡିଭିଜନ୍ ବେଞ୍ଚକୁ ଯିବେ ଏବଂ ଯଦି ଡିଭିଜନ୍ ବେଞ୍ଚ ଏହି ଆଦେଶ ପାଳନ କରନ୍ତି ତେବେ ଆମେ ଅଟକି ଯିବୁ। ଆମେ ଆଇନ ପାଳନ କରୁଥିବା ନାଗରିକ।'

Advertisment

Bjp Suvendu Adhikari Sandeshkhali Case