/odisha-reporter/media/media_files/2026/02/23/bjp-2026-02-23-17-26-19.jpg)
ବିଜେପି ନେତା
ବିବାଦରେ ରାଜସ୍ଥାନ ବିଜେପିର ସୁଖବୀର ସିଂହ ଜୌନପୁରିଆ। ସେ ଗୋଟିଏ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ କରିଛନ୍ତି ପକ୍ଷପାତିତା। ପ୍ରଥମେ କମ୍ବଳ ବାଣ୍ଟିଲେ। କିନ୍ତୁ କମ୍ବଳ ପାଇଥିବା କିଛି ମହିଳା ମୁସଲିମ ସଂପ୍ରଦାୟର ହୋଇଥିବାରୁ ସେମାନଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ଏହି ବିଜେପି ନେତା(BJP Leader) ଜଣଙ୍କ। ମୁସଲିମ ମହିଳାମାନଙ୍କ ଠାରୁ ସେ କମ୍ବଳ ଫେରାଇ ନେବା ସହ ସେମାନଙ୍କୁ କାର୍ଯ୍ୟକ୍ରମ ସ୍ଥଳରୁ ଚାଲି ଯିବାକୁ କହିଛନ୍ତି। ରାଜସ୍ଥାନର ଟୋଙ୍କରେ ଘଟିଥିବା ଏହି ବିବାଦୀୟ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଭାଇରାଲ ଭିଡିଓରେ ସୁଖବୀର ନିଜ କାର୍ଯ୍ୟକୁ ଠିକ ବୋଲି ଦର୍ଶାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୁର୍ବ୍ୟବହାର କରୁଥିବା କାହାକୁ ବି କୌଣସି ପ୍ରକାରର କମ୍ବଳ ମିଳିବ ନାହିଁ ବୋଲି ମୁସଲିମ ମହିଳାମାନଙ୍କୁ କହୁଥିବା ଶୁଣିବାକୁ ଓ ଦେଖିବାକୁ ମିଳୁଛି।
ଭିଡିଓରେ ଦେଖାଯାଉଛି ଯେ ବିଜେପି ନେତା ସୁଖବୀର ସିଂହ ଜୌନପୁରିଆ କିଛି ମହିଳାଙ୍କୁ କମ୍ବଳ ଦେଉଛନ୍ତି। କମ୍ବଳ ଦେବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସେ ତାଙ୍କର ନାଁ ପଚାରିଥିଲେ। ମହିଳା ଜଣଙ୍କ ମୁସଲିମ ନାଁ କହିବାରୁ ସେ ତୁରନ୍ତ ନିଜର ସହଯୋଗୀଙ୍କୁ ଉକ୍ତ ମହିଳାଙ୍କୁ କମ୍ବଳ ନ ଦେବାକୁ କହିଥିଲେ।
ଏହି ସମୟରେ ଜୌନପୁରିଆ କହିଥିଲେ ଯେ “ଯେଉଁମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୁର୍ବ୍ୟବହାର କରୁଛନ୍ତି ସେମାନଙ୍କର କମ୍ବଳ ପାଇବାକୁ ଅଧିକାର ନାହିଁ। ଯଦି କେହି ଆଘାତ ପାଉଛନ୍ତି, ତା’ହେଲେ ବି ମୁଁ ସହଯୋଗ କରିପାରିବି ନାହିଁ।”
ଏହାପରେ ବିଜେପି ନେତା ଜଣଙ୍କ ମୁସଲିମ ମହିଳାମାନଙ୍କୁ ତୁରନ୍ତ କାର୍ଯ୍ୟକ୍ରମରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପୂର୍ବରୁ ବାଣ୍ଟିଥିବା କମ୍ବଳକୁ ମଧ୍ୟ ସେମାନଙ୍କ ଠାରୁ ନେଇ ଯାଇଥିଲେ।
BJP के पूर्व सांसद सुखवीर सिंह जौनपुरिया टोंक में कम्बल वितरण कर
— Supriya Shrinate (@SupriyaShrinate) February 23, 2026
रहे थे
तभी उन्होंने एक गरीब मुस्लिम महिला को बेइज़्ज़त कर उसका कंबल वापस ले लिया
असल में तो दिल और विचारों से दरिद्र यह छोटे और घिनौने मन का आदमी ख़ुद है
सही विरोध किया लोगों ने, मुँह पे दे मारना चाहिए था कंबल pic.twitter.com/q9VB2heasr
ଏହାକୁ ଗାଁର କିଛି ଲୋକ ବିରୋଧ କରିଥିଲେ ହେଁ ଜୌନପୁରିଆ ଆଦୌ ଖାତିର କରି ନଥିଲେ। ସେ ନିଜ ବୟାନରେ କାଏମ ରହିବା ସହ କହିଥିଲେ ଯେ “ମୋର ଇଚ୍ଛା ମୁଁ ଯାହାକୁ ଏଗୁଡ଼ିକ ବାଣ୍ଟିବି।”
ପରବର୍ତ୍ତୀ ସମୟରେ ଭିଡିଓରେ ଦେଖା ଯାଉଛି ଯେ କିଛି ଲୋକ ମୁସଲିମ ମହିଳାମାନଙ୍କୁ ଖାଲି ହାତରେ ବିଜେପି ନେତା ଫେରାଇ ଦେଉଥିବାରୁ ଏହାକୁ ନେଇ ପାଟିତୁଣ୍ଡ କରିଥିଲେ। ସେମାନେ ବାରମ୍ବାର ପ୍ରଶ୍ନ କରିବାରୁ ଜୌନପୁରିଆ ଯୁକ୍ତିତର୍କ କରିବାକୁ ଚାହୁଁ ନଥିବା କହି ସେଠାରୁ ଚାଲି ଯାଇଥିଲେ।
କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଏହି ଭିଡିଓକୁ ଏକ୍ସରେ ଶେୟାର କରିବା ସହ ବିଜେପି ନେତା ଜଣଙ୍କ ମୁସଲିମ ମହିଳାମାନଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ “ବିଜେପିର ପୂର୍ବତନ ସାଂସଦ ସୁଖବୀର ସିଂହ ଜୌନପୁରିଆ ଟୋଙ୍କରେ କମ୍ବଳ ବାଣ୍ଟୁଥିଲେ। ଏହାପରେ ସେ ଜଣେ ଗରିବ ମୁସଲିମ ମହିଳାଙ୍କୁ ଅପମାନିତ କରିଛନ୍ତି ଓ ତାଙ୍କ ଠାରୁ କମ୍ବଳ ଛଡ଼ାଇ ନେଇଛନ୍ତି। ବାସ୍ତବରେ ଏହି ବ୍ୟକ୍ତି ଜଣଙ୍କ ହୃଦୟ ଓ ବିଚାରରେ ଦରିଦ୍ର ଏହି ଛୋଟ ଓ ଘୃଣ୍ୟ ମାନସିକତାର। ଲୋକମାନେ ବିରୋଧ କରି ଠିକ କରିଛନ୍ତି। ସେମାନେ କମ୍ବଳଗୁଡ଼ିକୁ ତାଙ୍କ ମୁହଁରେ ଫିଙ୍ଗିବା କଥା।”
ବିବାଦ ସତ୍ତ୍ୱେ ନିଜର କାର୍ଯ୍ୟକୁ ଡିଫେଣ୍ଡ କରିଛନ୍ତି ଜୌନପୁରିଆ। ସେ କହଛନ୍ତି, “ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକ ମୋଦି ବିରୋଧୀ। ସେମାନେ ମୋଦିଙ୍କ ବିଷୟରେ ଭିତ୍ତିହୀନ ମନ୍ତବ୍ୟ ଦେଇ ଚାଲିଛନ୍ତି। ଏହା ସତ ଯେ ସମସ୍ତ ହିନ୍ଦୁ ବିଜେପିକୁ ସମର୍ଥନ କରନ୍ତି ନାହିଁ। କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକ କେବେ ହେଲେ ମୋଦି ରାଲି ଆସିଛନ୍ତି?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
