Advertisment

‘ଲାଠିଚାର୍ଜ ନୁହେଁ, ହୃଦଘାତରୁ ଯାଇଛି ବିଜୟ ସିଂଙ୍କ ଜୀବନ’

ବିଜୟ ସିଂଙ୍କ ମୃତ୍ୟୁ ଲାଠି ଚାର୍ଜ ପାଇଁ ନୁହେଁ, ବରଂ ହୃଦଘାତରୁ ହୋଇଥିବା ସ୍ପଷ୍ଟ ଭାବେ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି।

Bjp Leader Vijay Singh

Bjp Leader Vijay Singh

Advertisment

ବିହାରର ବିଜେପି ନେତା ବିଜୟ ସିଂଙ୍କ ମୃତ୍ୟୁ ଲାଠିଚାର୍ଜ ଯୋଗୁ ହୋଇଥିବା ଅଭିଯୋଗ ଆଣି ବିଜେପି ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ଏବେ ଆସିଛି ବ୍ୟବଚ୍ଛେଦ ରିପୋର୍ଟ। ବିଜୟ ସିଂଙ୍କ ମୃତ୍ୟୁ ଲାଠି ଚାର୍ଜ ପାଇଁ ନୁହେଁ, ବରଂ ହୃଦଘାତରୁ ହୋଇଥିବା ସ୍ପଷ୍ଟ ଭାବେ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ଅଛି। ବିଜୟ ସିଂ ଦୀର୍ଘ ଦିନ ହେଲା ହୃଦରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ୨ଟି ବ୍ଲକେଜ ବି ଥିବା ଜଣାଯାଇଛି।

Advertisment

ପୁଲିସ୍‌ର ଲାଠି ମାଡ଼ ଯୋଗୁ ବିଜୟ ସିଂଙ୍କ ମୃତ୍ୟୁ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ସଫେଇ ଦିଆଯାଇଥିଲା। ସିସିଟିଭି ଫୁଟେଜ ଯାଞ୍ଚ କରି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ, ଲାଠିଚାର୍ଜ ସମୟରେ ବିଜୟ ସିଂ ଘଟଣାସ୍ଥଳରୁ ବହୁ ଦୂରରେ ଥିଲେ  । ତେଣୁ ଲାଠି ମାଡ଼ରେ ତାଙ୍କ ମୃତ୍ୟୁ ଅଭିଯୋଗର କୌଣସି ଆଧାର ନାହିଁ ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ଅଭିଯୋଗ କରି ଗତ ଶୁକ୍ରବାର ବିଜେପି ପକ୍ଷରୁ ବିହାର ବିଧାନସଭା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ବିଧାନସଭା ସମ୍ମୁଖରେ ଆନ୍ଦୋଳନକାରୀ ପହଞ୍ଚିବା ପୂର୍ବରୁ ପୁଲିସ୍ ସେମାନଙ୍କୁ ବାଟରେ ଅଟକାଇଥିଲା। ବିଜେପି କର୍ମୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ ସହିତ ପାଣିମାଡ଼ କରାଯାଇଥିଲା। ତା’ ସହିତ ଲାଠିଚାର୍ଜ କରାଯାଇଥିଲା। ପୁଲିସ୍‌ର ଲାଠିଚାର୍ଜରେ ବିଜୟ କୁମାର ସିଂହ ଗୁରୁତର ଭାବେ ଆହତ ହୋଇ ପ୍ରାଣ ହରାଇଛନ୍ତି ବୋଲି କହିଥିଲେ ବୋଲି ଅଭିଯୋଗ କରିଥିଲେ  ବିଜେପି ସାଂସଦ ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି।

Advertisment

ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଥିଲେ, କିଛି ଦିନ ପୂର୍ବେ ବିଜେପି ପକ୍ଷରୁ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକୁ ଚପାଇବାକୁ ସେଠାକାର ପୁଲିସ୍‌ ମାତ୍ରାଧିକ ବଳ ପ୍ରୟୋଗ କରିଥିଲା। ଏହାଦ୍ୱାରା ରାଜ୍ୟରେ ଜଙ୍ଗଲରାଜ ଚାଲିଥିବା ସ୍ପଷ୍ଟ ହୋଇଥିବା ବେଳେ ଏହା ବିପକ୍ଷ ଦଳ ପ୍ରତି ରାଜ୍ୟ ସରକାରଙ୍କ କ୍ରୂରତାକୁ ସୂଚାଉଛି।

JDU Bjp Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe