Advertisment

ବିଜେପି ନେତାଙ୍କ ସାଂଘାତିକ ଅଭିଯୋଗ - ରେଭାନ୍ନାଙ୍କ ଭିଡିଓ ଭାଇରାଲ କରିବାକୁ ଶିବକୁମାର ଯାଚିଥିଲେ ଶହେ କୋଟି

ଏହି ସେକ୍ସ ଟେପ୍‌ ମାମଲାରେ କୁମାରସ୍ୱାମୀଙ୍କୁ ଫସାଇବା ନିମନ୍ତେ କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ତାଙ୍କୁ ଶହେ କୋଟିର ଲାଞ୍ଚ ଯାଚିଥିବା ଅଭିଯୋଗ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
dk-shivakumar & Devaraje Gowda

dk-shivakumar & Devaraje Gowda

ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଆସିଛି ନୂଆ ମୋଡ଼ । ବିଜେପି ନେତା ଦେବରାଜେ ଗୌଡ଼ା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହି ସେକ୍ସ ଟେପ୍‌ ମାମଲାରେ କୁମାରସ୍ୱାମୀଙ୍କୁ ଫସାଇବା ନିମନ୍ତେ କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ତାଙ୍କୁ ଶହେ କୋଟିର ଲାଞ୍ଚ ଯାଚିଥିବା ଅଭିଯୋଗ କରିଛନ୍ତି।

Advertisment

ଦେବରାଜେ ଗୌଡ଼ା ଏକ ଯୌନ ଉତ୍ପୀଡ଼ନ ମାମଲାରେ ଏକ ଜେଲ୍‌ ହାଜତରେ ଅଛନ୍ତି। କୋର୍ଟରେ ହାଜର ହୋଇ ପୁଲିସ୍‌ ଭ୍ୟାନ୍‌କୁ ପଶିବା ସମୟରେ ସେ ଗଣ ମାଧ୍ୟମ ସମ୍ମୁଖରେ ଏହି ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି, ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ନିମନ୍ତେ କୁମାରସ୍ୱାମୀଙ୍କୁ ଅଭିଯୁକ୍ତ ଦର୍ଶାଇବା ନିମନ୍ତେ ମୋତେ ଶିବ କୁମାର ଫୋନ୍‌ କରିଥିଲେ। ଏହା ବଦଳରେ ସେ ମୋତେ ଶହେ କୋଟିର ଅଫର ଦେଇଥିଲେ। ଶିବକୁମାର ହିଁ ଚାଲ ଖେଳି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ପୂର୍ବ ଡ୍ରାଇଭର କାର୍ତ୍ତିକ ଗୌଡ଼ାଙ୍କ ଠାରୁ ଉକ୍ତ ପେନ୍‌ ଡ୍ରାଇଭ ହାତେଇଥିଲେ। ଗତ ୨୬ ତାରିଖରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ପେନ୍‌ ଡ୍ରାଇଭରେ ଥିବା ଭିଡିଓ କ୍ଲିପ୍‌ ସାମନାକୁ ଆସିଥିଲା।

Advertisment

ଏହି ଭିଡିଓ ଭାଇରାଲ ପଛରେ ଆହୁରି ୪ ଆଗ ଧାଡ଼ିର ମନ୍ତ୍ରୀ ସାମିଲ ଥିବା କହିଛନ୍ତି ଦେବରାଜେ ଗୌଡ଼ା । ସେମାନେ ହେଉଛନ୍ତି ଚାଲୁବରୟା ସ୍ୱାମୀ, କୃଷ୍ଣା ବାୟରେ ଗୌଡ଼ା ଓ ପ୍ରିୟାଙ୍କ ଖଡଗେ ପ୍ରମୁଖ ବୋଲି ସେ ନାଁ ଉଲ୍ଲେଖ କରିଛନ୍ତି।

ଏଥିସହ ଅଭିଯୋଗ କରି ସେ କହିଛନ୍ତି, ଏହି ଭିଡିଓ ଭାଇରାଲ ନିମନ୍ତେ ଶିବକୁମାର ମୋତେ ଶହେ କୋଟି ଦେବାକୁ ଅଫର କରିଥିଲେ। ଏଥିନିମନ୍ତେ ସେ ଏକ କ୍ଲବର ରୁମ୍‌ ବୁକ୍‌ କରି ପ୍ରଥମେ ୫ କୋଟି ଅଗ୍ରୀମ ଦେବେ ବୋଲି ବି ପ୍ରସ୍ତାବ ଦେଇଥିଲେ। ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ଥିବା ଦର୍ଶାଇ ସେ ତାଙ୍କୁ ବି ବଦନାମ କରିବାକୁ ଚେଷ୍ଟା କରୁଥିଲେ।

ମାତ୍ର ଏଥିରେ ରାଜି ନ ହେବାରୁ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଦେବରାଜ । ଏପରିକି ଅନ୍ୟ ଜଣେ ମହିଳାଙ୍କ ଦ୍ୱାରା ମୋ’ ନାଁରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କଲେ। ମାତ୍ର ଏହା ପ୍ରମାଣିତ ନ ହୋଇ ପାରିବାରୁ ଅନ୍ୟ ଏକ ଦୁଷ୍କର୍ମ ମାମଲା ରୁଜୁ କରାଇ ଗିରଫ କରାଇଲେ। ମାତ୍ର ଏହି ଅଭିଯୋଗକୁ ନେଇ ସେମାନେ ପ୍ରମାଣ ଦେଖାଇ ପାରି ନାହାନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କାଧିକ ମହିଳାଙ୍କୁ ବ୍ଲାକମେଲିଂ କରି ଯୌନ ନିର୍ଯାତନା ଦେଇଥିବା ନେଇ ରେଭାନ୍ନାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ତାଙ୍କର କିଛି ଅଶ୍ଲୀଳ ଭିଡିଓ ମଧ୍ୟ ଭାଇରାଲ ହୋଇଛି।

ଅଭିଯୋଗ ଆସିବା ପରେ ସେ ଜର୍ମାନୀ ଫେରାର ହୋଇ ଯାଇଛନ୍ତି। ଏହାକୁ ନେଇ ରାଜନୀତିକ ହଟଚମଟ ଲାଗି ରହିଥିବା ବେଳେ କର୍ଣ୍ଣାଟକାର କ୍ଷମତାସୀନ କଂଗ୍ରେସ ସରକାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟ୍ୟାକ୍ସଫୋର୍ସ ଗଠନ କରିଛନ୍ତି। ହେଲେ ସେ ପ୍ରଜ୍ଜ୍ୱଳ ବିଦେଶରେ ଥିବାରୁ ସରକାର ବାହାର ରାଷ୍ଟ୍ରର ସହଯୋଗ ଲୋଡ଼ିବାକୁ ଆଜି ସିବିଆଇକୁ କହିଛନ୍ତି।

ପ୍ରଜ୍ଜ୍ୱଳ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି। ନିର୍ବାଚନ ପୂର୍ବରୁ ନାତିଙ୍କ ବିରୋଧରେ ଏପରି ଅଭିଯୋଗ ଏବେ ଜେଡିଏସ ଓ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

Congress Karnataka Prajwal Revanna Prajwal Revanna Sex Scandal