Advertisment

BMC Election: ବହୁ ଆଗରେ ବିଜେପି, ପଛରେ ଠାକରେ ବ୍ରଦର୍ସ

ଦୀର୍ଘ ୨୫ ବର୍ଷ ହେଲା ବିଏମସିରେ ଠାକରେ ପରିବାରର ରାଜୁତି ଚାଲିଥିଲା। ହେଲେ ଏଥର ବାଜି ପଲଟିବାର ସଙ୍କେତ ବର୍ତ୍ତମାନ ସୁଦ୍ଧା ହୋଇଥିଗା ଗଣତିରୁ ସ୍ପଷ୍ଟ ହୋଇଛି। ମୁମ୍ବାଇ ସମେତ ମହାରାଷ୍ଟ୍ରର ୨୯ଟି ମହାନଗର ନିଗମ ପାଇଁ ହୋଇଥିବା ଭୋଟିଂର ଆଜି ଗଣତି ଚାଲିଛି।

BMC

ବିଏମସି ନିର୍ବାଚନ

Advertisment

ଭାରତ ତଥା ଏସିଆର ସବୁଠାରୁ ଧନୀ ମହାନଗର ନିଗମ ନିର୍ବାଚନରେ ବିଜେପିର ଦବଦବା। ବ୍ରିହାନ ମୁମ୍ବାଇ ମହାନଗର ନିଗମ(ବିଏମସି) ନିର୍ବାଚନରେ କମାଲ କରିଛି ବିଜେପି। ସମସ୍ତଙ୍କ ଠାରୁ ବିଜେପି ନେତୃତ୍ୱାଧୀନ ମେଣ୍ଟ ଆଗରେ ରହିଥିବା ବେଳେ ପଛରେ ପଡ଼ିଛନ୍ତି ଠାକରେ ବ୍ରଦର୍ସ।

Advertisment

ଦୀର୍ଘ ୨୫ ବର୍ଷ ହେଲା ବିଏମସିରେ ଠାକରେ ପରିବାରର ରାଜୁତି ଚାଲିଥିଲା। ହେଲେ ଏଥର ବାଜି ପଲଟିବାର ସଙ୍କେତ ବର୍ତ୍ତମାନ ସୁଦ୍ଧା ହୋଇଥିଗା ଗଣତିରୁ ସ୍ପଷ୍ଟ ହୋଇଛି। ମୁମ୍ବାଇ ସମେତ ମହାରାଷ୍ଟ୍ର(Maharashtra)ର ୨୯ଟି ମହାନଗର ନିଗମ ପାଇଁ ହୋଇଥିବା ଭୋଟିଂର ଆଜି ଗଣତି ଚାଲିଛି। ଆଉ ବିଜେପି ଓ ସିନ୍ଦେଙ୍କ ଶିବସେନା ପ୍ରାୟ ସବୁ ମହାନଗର ନିଗମରେ ଆଗରେ ରହିଛନ୍ତି। 

ବିଏମସି(Bmc)ର ୨୨୭ ୱାର୍ଡରୁ ବିଜେପି ମେଣ୍ଟ ୧୦୮ଟି ସ୍ଥାନରେ ଆଗରେ ରହିଥିବା ବେଳେ ଉଦ୍ଧବ ଠାକରେଙ୍କ ଶିବସେନା ଓ ଭାଇ ରାଜ ଠାକରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନା କେବଳ ୫୭ଟି ୱାର୍ଡରେ ଲିଡ କରୁଛନ୍ତି। କଂଗ୍ରେସ ମାତ୍ର ୧୦ଟି ଆସନରେ ଆଗରେ ରହିଛି। ବିଜେପି ଓ ସିନ୍ଦେ ସେନାର ସହଯୋଗୀ ଅଜିତ ପାୱାରଙ୍କ ଏନସିପି ଏକାକୀ ବିଏମସି ନିର୍ବାଚନ ଲଢ଼ୁଥିଲା। କିନ୍ତୁ ଦଳ ଗୋଟିଏ ବି ୱାର୍ଡରେ ନିଜର ଉପସ୍ଥିତି ଜାହିର କରିପାରି ନାହିଁ। 

Advertisment

ବିଏମସି ନିର୍ବାଚନ ପାଇଁ ୨୦ ବର୍ଷ ପରେ ଉଦ୍ଧବ ଓ ରାଜ ଠାକରେ ଏକାଠି ହୋଇଥିଲେ। କିନ୍ତୁ ଉଦ୍ଧବ ଠାକରେଙ୍କ ଦଳ ୫୩ଟି ଓ ରାଜ ଠାକରେଙ୍କ ଦଳ କେବଳ ୫ଟି ଆସନରେ ଲିଡରେ ଅଛନ୍ତି। ୭୪,୪୦୦ କୋଟିର ବଜେଟ ଉପସ୍ଥାପନ କରୁଥିବା ବିଏମସିର ୨୨୭ଟି ୱାର୍ଡରେ ମୋଟ ୧୭୦୦ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

୨୦୧୭ ପରେ ଏଠାରେ ନିର୍ବାଚନ ହେଉଛି। ୨୦୧୭ରେ ଅବିଭକ୍ତ ଶିବସେନାର ଦବଦବା ବିଏମସି ନିର୍ବାଚନରେ ଦେଖିବାକୁ ମିଳିଥିଲା। ହେଲେ ଏବେ ଉଦ୍ଧବ ଠାକରେଙ୍କ ହାତରୁ ବିଏମସି ମେୟର ପଦ ଚାଲିଯିବାର ଆଶଙ୍କା ପ୍ରକାଶ ପାଇଛି। 

ମହାରାଷ୍ଟ୍ରର ୨୯ଟି ଯାକ ପୌର ନିଗମର ରେଜଲ୍ଟକୁ ବିଚାରକୁ ନେଲେ ବିଜେପି ସପକ୍ଷରେ ଏହା ରହିଛି। ବିଜେପି ୫୩୫ଟି ୱାର୍ଡରେ ଲିଡ କରୁଥିବା ବେଳେ ସିନ୍ଦେଙ୍କ ଶିବସେନା ୧୬୪ଟି ସ୍ଥାନରେ ଆଗରେ ରହିଛି। ୧୪୭ଟି ସିଟ ଆଗରେ ଥିବା କଂଗ୍ରେସ ତୃତୀୟ ସ୍ଥାନରେ ରହିଛି। ଉଦ୍ଧବ ଠାକରେଙ୍କ ଶିବସେନା ୭୮ ଓ ଅଜିତ ପାୱାରଙ୍କ ଏନସିପି ୭୦ଟି ଆସନରେ ଲିଡ କରୁଛନ୍ତି। 

ମୁମ୍ବାଇ ବ୍ୟତୀତ ପୁଣେ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। କାରଣ ଦୁଇ ପାୱାର ଏଠାରେ ଏକାଠି ନିର୍ବାଚନ ଲଢ଼ୁଛନ୍ତି। ହେଲେ ପୁଣେରେ ମଧ୍ୟ ବିଜେପି ୪୮ଟି ଆସନ ସହ ଆଗରେ ରହିଛି। ଏନସିପି କେବଳ ୬ଟି ଆସନରେ ଲିଡ କରୁଛି।

୨୯ଟି ପୌର ନିଗମର ୨୮୬୯ଟି ଆସନ ପାଇଁ ଗୁରୁବାର ଭୋଟ ହୋଇଥିଲା। ଆଜି ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Bmc Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe