Advertisment

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି

ଆଜି ୪୦ ରୁ ୫୦ ଆସନ ପାଇଁ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଦଳ।

BJP

BJP

Advertisment

ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି। ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ୪୦ ରୁ ୫୦ ଆସନ ପାଇଁ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ଦଳ।

Advertisment

ଆଜି ସେଠାକୁ ଗସ୍ତ କରିବେ ଜମ୍ମୁ ଓ କଶ୍ମୀରର ବିଜେପି ନିର୍ବାଚନ ପ୍ରଭାରୀ ରାମ ମାଧବ ଏବଂ ଜି. କିଶନ ରେଡ୍ଡି। ଏନେଇ ସୂଚନା ମିଳିଛି। ଏଥିସହ ଜମ୍ମୁ ଓ କଶ୍ମୀରରେ ବିଜେପିର ଶୀର୍ଷ ନେତା ମାନେ ୮ଟି ନିର୍ବାଚନୀ ରାଲି କରିବେ ବୋଲି ସୂଚନା ରିହିଛି। ଜମ୍ମୁ ଓ କଶ୍ମୀରରେ ବିଜେପି କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ ଏବଂ ଯେଉଁ ସିଟରେ ପ୍ରାର୍ଥୀ ଦେବନି, ସେଠାରେ ଟାଣୁଆ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି ସ୍ପଷ୍ଟ କରିଛି।

ଗତ ରାତିରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ, ବୈଠକରେ କେବଳ ଜମ୍ମୁ ଓ କଶ୍ମୀର ନିର୍ବାଚନ ସଂପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି।

Advertisment

ହରିଆଣା ବିଧାନସଭା ନିର୍ବାଚନ ସଂପର୍କରେ ଆଲୋଚନା ପାଇଁ ପୁଣି ଅଗଷ୍ଟ ୨୯ରେ ବସିପାରେ ବିଜେପି ସିଇସି ବୈଠକ । ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସେଠାରେ ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ମୋଟ ୩ଟି ପର୍ଯ୍ୟାୟରେ ମତଦାନ କରିବେ ଭୋଟର୍। ଅକ୍ଟୋବର ୧ ତାରିଖରେ ଗୋଟିଏ ପର୍ଯ୍ୟାୟରେ ହରିଆଣା ଭୋଟ୍ ହେବ।

Bjp Jammu And Kashmir Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe