Advertisment

ଗଞ୍ଜେଇ ଧରି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଯାଉଥିଲେ ବିଜେପି ନେତା, କିନ୍ତୁ...

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ସହ ମଦୁରାଇ ଏୟାରପୋର୍ଟରେ ପହଞ୍ଚିବା ସହ ସଡ଼କ ପଥରେ କୋଡାଇକାନାଲ ଯିବାର ଥିଲା।

Pandi

Pandi

Advertisment

ସାମ୍ନାକୁ ଆସିଛି ଗୋଟିଏ ଅଜବ ଘଟଣା। ତାମିଲନାଡୁ ବିଜେପିର ଜଣେ ନେତା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ନିଜର ଆବେଦନପତ୍ର ସହ ଗୋଟିଏ ଗଞ୍ଜେଇ ପ୍ୟାକେଟ ଦେବାକୁ ଚାହୁଁଥିଲେ।

Advertisment

ରାଜ୍ୟରେ ଗଞ୍ଜେଇ କାରବାର ବଢ଼ି ଚାଲିଥିବାରୁ ସେ ଏପରି ଅଭିନବ ଢଙ୍ଗରେ ନିଜର ଦାବି ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଦୁରାଇ ଏୟାରପୋର୍ଟରେ ପୁଲିସ ତାଙ୍କୁ ଗିରଫ କରିନେଇଛି।

ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ସହ ମଦୁରାଇ ଏୟାରପୋର୍ଟରେ ପହଞ୍ଚିବା ସହ ସଡ଼କ ପଥରେ କୋଡାଇକାନାଲ ଯିବାର ଥିଲା। ଏହି ସମୟରେ ତାଙ୍କୁ ବିଜେପି ନେତା ଜଣଙ୍କ ଭେଟିବାକୁ ଉଦ୍ୟମ କରିଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, ବିଜେପି ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦର ସଦସ୍ୟ ଏସ ଶଙ୍କର ପାଣ୍ଡି ସୋମବାର ନିଜର ଆବେଦନପତ୍ର ଓ ଗୋଟିଏ ପ୍ୟାକେଟ ଗଞ୍ଜେଇ ଧରି ଏୟାରପୋର୍ଟରେ ପହଞ୍ଚିଥିଲେ।

ସେ ଏଠାରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଏହାକୁ ଦେଇଥାଆନ୍ତେ। କିନ୍ତୁ ପୁଲିସ୍‌ ତାଙ୍କ ହାବଭାବକୁ ଦେଖି ସନ୍ଦେହ ପ୍ରକାଶ କରିଥିଲା। ଏହାପରେ ତାଙ୍କୁ ଅଟକ ରଖି ଯାଞ୍ଚ କରାଯିବାକୁ ତାଙ୍କ ପାଖରୁ ଗୋଟିଏ ଗଞ୍ଜେଇ ପ୍ୟାକେଟ ମିଳିଥିଲା। ତେଣୁ ତାଙ୍କୁ ଗିରଫ କରାଯାଇଛି।

ପାଣ୍ଡି ତାଙ୍କ ଆବେଦନପତ୍ର ଜରିଆରେ କେମିତି ରାଜ୍ୟରେ ଅତି ସହଜରେ ଗଞ୍ଜେଇ ମିଳୁଛି ଓ ଏଥିଯୋଗୁ ତାମିଲନାଡୁରେ ବ୍ୟାପକ ଅପରାଧ ଘଟୁଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ଅବନିଆପୁରମ ପୁଲିସ୍‌ ଷ୍ଟେସନକୁ ନେଇ ଅଧିକ ଜେରା କରାଯାଇଛି। ତାଙ୍କ ପାଖରୁ ଗଞ୍ଜେଇ ମିଳିଥିବାରୁ ଏନଡିପିଏସ୍‌ ଆଇନ ବଳରେ ମାମଲା ରୁଜୁ ହୋଇଛି।

Bjp Tamilnadu MK Stalin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe