Advertisment

ମଣିପୁର ହିଂସା: ବିଜେପି ବିଧାୟକଙ୍କୁ ପ୍ରବଳ ପିଟିଲେ ବିକ୍ଷୋଭକାରୀ

ଗୁରୁବାର ସନ୍ଧ୍ୟାରେ ଭାଲଟେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ରାଜ୍ୟ ସଚିବାଳୟକୁ ଯାଇଥିଲେ। ସେଠାରୁ ସେ ଫେରିବା ବେଳେ ଇମ୍ଫାଲ ରାଜରାସ୍ତାରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି।

author-image
Hemant Lenka
BJP

BJP

ଆଦିବାସୀ ଓ ଅଣଆଦିବାସୀଙ୍କୁ ନେଇ ମଣିପୁରରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ଧରୁନି। କର୍ଫ୍ୟୁ, ଶୁଟ ଆଟ ସାଇଟ ଓ ଇଣ୍ଟରନେଟ ସେବା ବନ୍ଦ ସତ୍ତ୍ୱେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟ ଜାରି ରହିଛି।

Advertisment

ଏସବୁ ଭିତରେ ହିଂସାକାଣ୍ଡ ଘଟାଉଥିବା କିଛି ଲୋକ କ୍ଷମତାସୀନ ବିଜେପିର ବିଧାୟକ ଭୁଙ୍ଗଜାଗିନ ଭାଲଟେଙ୍କୁ ରାସ୍ତା ଉପରେ ପ୍ରବଳ ପିଟିଛନ୍ତି। ଆକ୍ରମଣରେ ସେ ଗୁରୁତର ହୋଇଛନ୍ତି। ଏବେ ତାଙ୍କର ଚିକିତ୍ସା ହସ୍ପିଟାଲରେ ଚାଲିଥିଲେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ଗୁରୁବାର ସନ୍ଧ୍ୟାରେ ଭାଲଟେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ରାଜ୍ୟ ସଚିବାଳୟକୁ ଯାଇଥିଲେ। ସେଠାରୁ ସେ ଫେରିବା ବେଳେ ଇମ୍ଫାଲ ରାଜରାସ୍ତାରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି।

Advertisment

୩ ଥର ଥାନଲୋନ ଆସନରୁ ବିଧାୟକ ହୋଇଥିବା କାର୍‌ ଯୋଗେ ଇମ୍ଫାଲରେ ଥିବା ତାଙ୍କ ସରକାରୀ ବାସଭବନକୁ ଯାଉଥିବା ବେଳେ ଏପରି ଘଟଣା ଘଟିଛି। ଲୋକମାନେ ବିଧାୟକ ଓ ତାଙ୍କ ଡ୍ରାଇଭରକୁ ପ୍ରବଳ ପିଟିଥିବା ବେଳେ ତାଙ୍କ ପିଏସ୍‌ଓ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଥିଲେ।

ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବିଧାୟକ ଓ ତାଙ୍କ ଡ୍ରାଇଭରଙ୍କୁ ପୁଲିସ୍‌ ରାସ୍ତାରୁ ଉଦ୍ଧାର କରି ଇମ୍ଫାଲରେ ଥିବା ରିମ୍ସରେ ଭର୍ତ୍ତି କରିଛି। ହେଲେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ଭାଲଟେ କୁକି ସଂପ୍ରଦାୟର। ବିଜେପିର ଗତ ସରକାରରେ ଆଦିବାସୀ ବ୍ୟାପାର ଓ ହିଲ୍ସ ମନ୍ତ୍ରୀ ଭାବେ କାମ କରୁଥିଲେ।

Manipur