Advertisment

ବିଜେପି ବିଧାୟକଙ୍କ ଅଜବ ଯୁକ୍ତି: ଭଲ ରାସ୍ତା ପାଇଁ ବଢ଼ୁଛି ଦୁର୍ଘଟଣା

ବିଧାୟକ ନାରାୟଣ ପଟେଲ କହିଛନ୍ତି ଯେ “ଦୁର୍ଘଟଣା ପଛରେ ଡ୍ରାଇଭରଙ୍କ ଭୁଲ ମଧ୍ୟ ରହୁଛି। କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ମଦ ପିଇ ଗାଡ଼ି ଚଳାଉଛନ୍ତି।”

author-image
Hemant Lenka
BJP MLA

BJP MLA

ଦେଶରେ ତିଆରି ହେଉଥିବା ଭଲ ରାସ୍ତା ପାଇଁ ବଢ଼ୁଛି ସଡ଼କ ଦୁର୍ଘଟଣା। ଭଲ ରାସ୍ତା ଯୋଗୁ ଦ୍ରୁତଗତିରେ ଗାଡ଼ି ଯାତାୟାତ କରୁଛି। ଏହାଦ୍ୱାରା ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାର ଆଶଙ୍କା ବଢ଼ୁଛି ବୋଲି ମଧ୍ୟପ୍ରଦେଶର ଜଣେ ବିଜେପି ବିଧାୟକ ଯୁକ୍ତି ଉପସ୍ଥାପନ କରିଛନ୍ତି। ବିଧାୟକ ନାରାୟଣ ପଟେଲ ଆହୁରି କହିଛନ୍ତି ଯେ “ଦୁର୍ଘଟଣା ପଛରେ ଡ୍ରାଇଭରଙ୍କ ଭୁଲ ମଧ୍ୟ ରହୁଛି। କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ମଦ ପିଇ ଗାଡ଼ି ଚଳାଉଛନ୍ତି।”

Advertisment

ମଧ୍ୟପ୍ରଦେଶର ବିଭିନ୍ନ ରାସ୍ତାରେ ଖାଲ ଢିପ ଯୋଗୁ ଦୁର୍ଘଟଣା ଘଟୁଛି। ଏ ସମ୍ପର୍କରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “ସଡ଼କ ଦୁର୍ଘଟଣା ମୋ ନିର୍ବାଚନ ମଣ୍ଡଳୀରେ ବଢ଼ିବାରେ ଲାଗିଛି। ଏଠାରେ ରାସ୍ତା ଚିକ୍କଣ ହୋଇଥିବାରୁ ଗାଡ଼ିଗୁଡ଼ିକ ଦ୍ରୁତଗତିରେ ଯିବା ଆସିବା କରୁଛନ୍ତି। ଏଥିପାଇଁ ଗାଡ଼ି ଉପରୁ ଚାଳକଙ୍କ ନିୟନ୍ତ୍ରଣ ଖସି ଯାଉଛି। ମୁଁ ନିଜେ ଏହାର ଅଭିଜ୍ଞତା ପାଇଛି। କିଛି ଡ୍ରାଇଭର ମଦ ପଇ ମଧ୍ୟ ଗାଡ଼ି ଚାଳାଉଛନ୍ତି। ଏଥିପାଇଁ ଦୁର୍ଘଟଣା ଘଟୁଛି।”

ଖରାପ ରାସ୍ତା ରହିଲେ ଦୁର୍ଘଟଣା କମ ହେବ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ବିଧାୟକ ଜଣଙ୍କ ଏପରି କହିଛନ୍ତି। ବିଧାୟକ ପଟେଲେ ଖଣ୍ଡୱା ଜିଲ୍ଲାର ମନ୍ଧାନା ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାକୁ ଯାଇଛନ୍ତି। 

Advertisment
Bjp Road Accident