/odisha-reporter/media/media_files/2026/02/21/karnataka-2026-02-21-20-40-56.jpg)
ଗିରଫ ବିଧାୟକ
ଅଧିକାରୀମାନେ ଲାଞ୍ଚ ନେବା କଥା ଆପଣମାନେ ଶୁଣିଥିବେ। ସମ୍ଭବତଃ ପ୍ରଥମଥର ପାଇଁ କୌଣସି ରାଜନେତା ମୋଟା ଅଙ୍କର ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରାପଡ଼ିଛନ୍ତି। ବିଜେପି ଟିକେଟରେ କର୍ଣ୍ଣାଟକାର ଶିରାହାତିରୁ ଜିତି ବିଧାୟକ ହୋଇଥିବା ଚନ୍ଦ୍ରୁ ଲାମନି ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି।
ସେ ମୋଟ ୧୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ନେବା ବେଳେ ତାଙ୍କୁ ରଙ୍ଗେ ହାତ ଧରା ଯାଇଛି। ଏହାପରେ ତାଙ୍କୁ ଗିରଫ କରାଯାଇଛି। ଲୋକାୟୁକ୍ତ ଅଧିକାରୀମାନେ କହିଛନ୍ତି ଯେ ଲମାନିଙ୍କୁ ପ୍ରଥମେ ଲାଞ୍ଚ ନେବା ବେଳେ ଧରାଯାଇଥିଲା। ଏହାପରେ ତାଙ୍କୁ ଅଟକ ରଖାଯାଇଥିଲା। ଜେରା ପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି। ଏହି ଲାଞ୍ଚ ମାମଲାରେ ବିଜେପି ବିଧାୟକଙ୍କ ୨ ଜଣ ବ୍ୟକ୍ତିଗତ ସହାୟକଙ୍କୁ ମଧ୍ୟ ଲୋକାୟୁକ୍ତ ଅଧିକାରୀମାନେ ହେପାଜତକୁ ନେଇଛନ୍ତି।
ଲୋକାୟୁକ୍ତ ଅଧିକାରୀ(Karnataka)ଙ୍କ କହିବା କଥା ଯେ ଗଡାଗ ଜିଲ୍ଲାରେ ଗୋଟିଏ ଛୋଟ ଧରଣର ଜଳ ସେଚନ ପ୍ରକଳ୍ପ ହାତେଇବା ପାଇଁ ଏପରି ଲାଞ୍ଚ କାରବାର ହୋଇଥିଲା। ପ୍ରକଳ୍ପ କାମ ବଦଳରେ ବିଧାୟକ ଲାମନି ୧୧ ଲକ୍ଷ ଟଙ୍କା ଜଣେ ଠିକାଦାରଙ୍କୁ ମାଗିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ କାନ୍ଥ ନିର୍ମାଣ କାମ ପାଇଥିବା ଜଣେ ଠିକାଦାରଙ୍କୁ ସେ ଏଭଳି ଲାଞ୍ଚ ମାଗିଥିଲେ।
ଅଭିଯୋଗକାରୀ ବିଜୟ ପୂଜାର ଗଡାଗ ଜିଲ୍ଲାର ଜଣେ କ୍ଲାସ ୧ କଣ୍ଟ୍ରାକ୍ଟର। କାମ ବଦଳରେ ୧୧ ଲକ୍ଷର ଲାଞ୍ଚ ସ୍ଥାନୀୟ ବିଜେପି ବିଧାୟକ ମାଗୁଥିବା ଅଭିଯୋଗ କରି ସେ ଦୁର୍ନୀତି ନିରୋଧ ପ୍ରାଧିକରଣର ଦ୍ୱାରସ୍ଥ ହୋଇଥିଲେ। ଆବଶ୍ୟକ ବିଲ କ୍ଲିୟରାନ୍ସମାନେ ବିଜେପି ବିଧାୟକ ୧୧ ଲକ୍ଷ ଟଙ୍କା ମାଗୁଥିବା ସେ ଅଧିକାରୀଙ୍କୁ ଜଣାଇଥିଲେ।
ତାଙ୍କ ଅଭିଯୋଗର ଛାନଭିନ କରିବା ପରେ ଲୋକାୟୁକ୍ତ ପୁଲିସ୍ ଶନିବାର ବିଧାୟକ ଲାମନିଙ୍କୁ ରଙ୍ଗେ ହାତ ଧରିବାକୁ ଯୋଜନା କରିଥିଲା। ଯୋଜନା ଅନୁସାରେ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ପୁଲିସ୍ ତାଙ୍କୁ ଧରିଥିଲା।
ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଲୋକାୟୁକ୍ତ ପୁଲିସ୍ ପୂରା ଟିମକୁ କାର୍ଯ୍ୟକାରୀ କରିଥିଲା। ବିଧାୟକଙ୍କ ବ୍ୟତୀତ ତାଙ୍କର ଦୁଇ ସହଯୋଗୀ ମଞ୍ଜୁନାଥ ଓ ଗୁରୁନାଏକଙ୍କୁ ମଧ୍ୟ ଅଟକ ରଖି ଘଟଣାର ଅଧିକ ତଦନ୍ତ କରାଯାଉଥିବା ଲୋକାୟୁକ୍ତ ପକ୍ଷରୁ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
