Advertisment

ବିଧାନସଭାରେ ପର୍ଣ୍ଣ ଭିଡିଓ ଦେଖିଲେ ବିଜେପି ବିଧାୟକ

ତ୍ରିପୁରା ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଚାଲୁଥିବା ବେଳେ ଜଣେ ବିଜେପି ବିଧାୟକ ଅଶ୍ଲୀଳ ଭିଡିଓ ଦେଖିଥିଲେ ।

bjp mla

bjp mla

Advertisment

ବିଧାନସଭା ଭଳି ପବିତ୍ର ଗୃହରେ ପୁଣି ଜଣେ ବିଜେପି ବିଧାୟକ ଅଶ୍ଲୀଳ ଭିଡିଓ ଦେଖିବା ଚର୍ଚ୍ଚାର ବିଷୟ ପାଲଟିଛି। ତ୍ରିପୁରା ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଚାଲୁଥିବା ବେଳେ ଜଣେ ବିଜେପି ବିଧାୟକ ଅଶ୍ଲୀଳ ଭିଡିଓ ଦେଖିଥିଲେ ।

Advertisment

ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ହେଉଛନ୍ତି ଉତ୍ତର-ପୂର୍ବ ରାଜ୍ୟର ବଗବସା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଯାଦବ ଲାଲ ନାଥ। ବିଧାନସଭାରେ ରାଜ୍ୟ ବଜେଟ୍ ସହ ଜଡିତ ଆଲୋଚନା ବେଳେ ଏହି ଘଟଣା ଘଟିଥିବା ଜଣାଯାଇଛି। ଏହି ଘଟଣା ପ‌ରେ ବିଜେପି, ବିଧାୟକଙ୍କଠାରୁ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ମାଗି ତାଙ୍କୁ ସମନ ପଠାଇଛି। ଶ୍ରୀ ନାଥ ଏପର୍ଯ୍ୟନ୍ତ ଅଭିଯୋଗ କିମ୍ବା ଭିଡିଓ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଅଧିବେଶନ ଶେଷ ହେବା ପରେ ସେ ବିଧାନସଭା ପରିସର ଛାଡିଥିବା ଜଣାପଡ଼ିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ୨୦୧୨ରେ କର୍ଣ୍ଣାଟକର ତତ୍କାଳୀନ ବିଜେପି ସରକାରଙ୍କ ଦୁଇଜଣ ମନ୍ତ୍ରୀ ବିଧାନସଭା ଭିତରେ ନିଜ ଫୋନରେ ଅଶ୍ଳୀଳ ଭିଡିଓ ଦେଖୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe