Advertisment

ଯୁବକଙ୍କୁ ବିଧାୟକଙ୍କ ଅଲ୍ଟିମେଟମ୍‌- ଗୁଟଖା ଛାଡ଼, ତୁମ ଗାଁରେ ଟ୍ରାନ୍ସଫର୍ମର ବସିବ

ଯୁବକଜଣକ ଗୁଟଖା ଚୋବାଉଥିବାରୁ ଏହାଦେଖି ରାଗି ପାଚି ଯାଇଥିଲେ ବିଧାୟକ । ଏଥିସହ ଯୁବକଜଣକ ଗୁଟଖା ନ ଛାଡ଼ିବା ପର୍ଯ୍ୟନ୍ତ ତାଙ୍କ ଗାଁରେ ନୂଆ ଟ୍ରାନ୍ସଫର୍ମର ବସାଯିବନି ବୋଲି ଦେଇଛନ୍ତି ନିର୍ଦ୍ଦେଶ।

author-image
Niharika Rout
 MLA

MLA

ନିଜ ଗାଁରେ ଦେଖାଦେଇଥିବା ବିଦ୍ୟୁତ୍ ସମସ୍ୟାରେ ଅତିଷ୍ଠ ଜଣେ ଯୁବକ ଏହାର ସମାଧାନ ନିମନ୍ତେ ବିଧାୟକଙ୍କ ନିକଟରେ ପହଞ୍ଚିଥିଲେ। ବିଧାୟକଜଣକ ଯୁବକଙ୍କ ସମସ୍ୟା ଶୁଣିଥିଲେ, ମାତ୍ର ଗୋଟିଏ କଥା ପାଇଁ ସେ ଖପ୍ପା ହୋଇ ଯାଇଥିଲେ। ଯୁବକଜଣକ ଗୁଟଖା ଚୋବାଉଥିବାରୁ ଏହାଦେଖି ରାଗି ପାଚି ଯାଇଥିଲେ ବିଧାୟକ । ଏଥିସହ ଯୁବକଜଣକ ଗୁଟଖା ନ ଛାଡ଼ିବା ପର୍ଯ୍ୟନ୍ତ ତାଙ୍କ ଗାଁରେ ନୂଆ ଟ୍ରାନ୍ସଫର୍ମର ବସାଯିବନି ବୋଲି ଦେଇଛନ୍ତି ନିର୍ଦ୍ଦେଶ।

Advertisment

ଏପରି ଏକ ରୋଚକ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ଏହି ବିଧାୟକଜଣକ ହେଉଛନ୍ତି ବିଜେପି ଏମଏଲଏ ପ୍ରଦୀପ ପଟେଲ। ମଉଙ୍ଗଜରେ ବିଜେପି ବିଧାୟକ ପ୍ରଦୀପ ପଟେଲ ଜନଶୁଣାଣି କରୁଥିଲେ। ଉକ୍ତ ସମୟରେ ଜଣେ ଯୁବକ ତାଙ୍କ ନିକଟରେ ପହଞ୍ଚି ନିଜ ଗାଁର ବିଦ୍ୟୁତ୍‌ ସମସ୍ୟା ନେଇ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ସମୟରେ ଯୁବକଜଣକ ଗୁଟଖା ଚୋବାଉଥିବା ବେଳେ ବିଧାୟକଜଣକ ଏହାଦେଖି ରାଗି ପାରି ଯାଇଥିଲେ।

ଏହାପରେ ସେ ଉକ୍ତ ସ୍ଥାନରୁ ଫୋନ୍‌ ଯୋଗେ ଯୁବକଙ୍କ ମା’ଙ୍କ ସହ କଥା ହୋଇଥିଲେ। ଏଥିସହ କ’ଣ ପାଇଁ ଆପଣଙ୍କ ପୁଅର ଗୁଟଖା ଅଭ୍ୟାସ ଛଡ଼ାଉ ନାହାନ୍ତି ବୋଲି ପଚାରିଥିଲେ । ଏଥିସହ ଆପଣ ବଡ଼ ଅଧିକାରୀ, ପୁଅକୁ ଗୁଟଖା ଖାଇବାକୁ ମନା କରନ୍ତୁ ବୋଲି ତାଙ୍କ ମା’ ଅନୁରୋଧ କରିଥିଲେ।

Advertisment

ଏହାପରେ ବିଧାୟକଜଣକ ଯୁବକଙ୍କୁ କହିଥିଲେ, ଯେପର୍ଯ୍ୟନ୍ତ ତୁମା ଗୁଟଖା ନ ଛାଡ଼ିଛ, ତୁମ ଗାଁରେ ଟ୍ରାନ୍ସଫର୍ମର ଲାଗିବ ନାହିଁ। ଏଥିସହ ସେ କହିଛନ୍ତି, ମୁଁ ସମସ୍ତଙ୍କ କାମ କରିବାକୁ ପ୍ରସ୍ତୁତ ଅଛି, କିନ୍ତୁ ଗୁଟଖା, ତମାଖୁ, ଗଞ୍ଜେଇ, ମଦ ଆଦି ନିଶାଦ୍ରବ୍ୟ ଖାଉଥିବା ବ୍ୟକ୍ତିଙ୍କ କାମ କେବେବି କରିବି ନାହିଁ। ତେଣୁ ଏବେ ଉକ୍ତ ଯୁବକ ଗୁଟଖା ଖାଇବା ଛାଡ଼ିଲେ ହିଁ ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସିବ ବୋଲି ସେ ଘୋଷଣା କରିଛନ୍ତି । ବିଧାୟକଙ୍କ ଏପରି ନିଷ୍ପତ୍ତି ଶୁଣି ଗ୍ରାମବାସୀ ମୁଣ୍ଡରେ ହାତ ଦେଇଛନ୍ତି।

Madhya Pradesh