Advertisment

୪୦ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଲେ ବିଜେପି ବିଧାୟକଙ୍କ ପୁଅ

ଦୁର୍ନୀତି ରୋକିବାକୁ କର୍ଣ୍ଣାଟକା ସରକାର ଗଠନ କରିଥିବା ଲୋକାୟୁକ୍ତ ହିଁ ବିଧାୟକଙ୍କ ପୁଅକୁ ରଙ୍ଗେ ହାତ ଧରିଛି।

BJP MLA's son

BJP MLA's son

Advertisment

ଜଣଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି କର୍ଣ୍ଣାଟକା ବିଜେପି ବିଧାୟକଙ୍କ ପୁଅ। ଦୁର୍ନୀତି ରୋକିବାକୁ କର୍ଣ୍ଣାଟକା ସରକାର ଗଠନ କରିଥିବା ଲୋକାୟୁକ୍ତ ହିଁ ବିଧାୟକଙ୍କ ପୁଅକୁ ରଙ୍ଗେ ହାତ ଧରିଛି। ବିଧାୟକଙ୍କ ପୁଅ ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘରୋଇ ଅଫିସରେ ନଗଦ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ଅଧିକାରୀମାନେ ରେଡ କରିଥିଲେ। ଏହାପରେ ଟଙ୍କା ସହ ବିଧାୟକଙ୍କୁ ପୁଅଙ୍କୁ ସେମାନେ ଧରିଛନ୍ତି।

Advertisment

ଲାଞ୍ଚ ନେବା ବେଳେ ଧରା ପଡ଼ିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପ୍ରଶାନ୍ତ। ତାଙ୍କ ବାପା ମାଦାଲ ବିରୁପ୍ରକାଶପ୍ପା ବର୍ତ୍ତମାନ କର୍ଣ୍ଣାଟକାର ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି। ବିଜେପି ଟିକେଟରୁ ସେ ନିର୍ବାଚିତ ହୋଇଥିଲେ। ବିଧାୟକ ବ୍ୟତୀତ ବିରୁପ୍ରକାଶପ୍ପା କର୍ଣ୍ଣାଟକା ସାବୁନ ଓ ଡିଟର୍ଜେଣ୍ଟସ ଲିଃର ଅଧ୍ୟୟ ମଧ୍ୟ ଅଛନ୍ତି। ହେଲେ ତାଙ୍କ ପୁଅ ନିଜ ଅଫିସ ଭିତରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

ଲୋକାୟୁକ୍ତ ଅଧିକାରୀ କହିଛନ୍ତି ଯେ ପ୍ରଶାନ୍ତ ନିୟମିତ ଲାଞ୍ଚ ନେଉଥିବା ଗୁରୁବାର ସକାଳେ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପାଇବା ପରେ ଲୋକାୟୁକ୍ତର ଅଧିକାରୀମାନେ ଆକ୍ସନ ମୋଡକୁ ଆସିଥିଲେ ଓ ତାଙ୍କୁ ରଙ୍ଗେ ହାତ ଧରିବା ପାଇଁ ଜାଲ ବିଛାଇ ଥିଲେ। ଯୋଜନା ଅନୁସାରେ ଜଣେ ବ୍ୟକ୍ତି ପ୍ରଶାନ୍ତଙ୍କ ଅଫିସରେ ପହଞ୍ଚିବା ସହ ନଗଦ ୪୦ ଲକ୍ଷ ଟଙ୍କା ଦେଇଥିଲେ। ସେ ଏହାକୁ ଗ୍ରହଣ କରୁଥିବା ବେଳେ ଲୋକାୟୁକ୍ତ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତେବେ ଏତେ ପରିମାଣର ଟଙ୍କା କେଉଁ କାମ ପାଇଁ ନେଉଥିଲେ, ସେକଥା ଜଣାପଡ଼ିନି।

Advertisment

ଲାଞ୍ଚ ଟଙ୍କା ମିଳିବା ପରେ ଲୋକାୟୁକ୍ତ ଅଧିକାରୀମାନେ ତାଙ୍କ ଅଫିସରେ ଛାନିଭନ କରିଥିଲେ। ଏହି ସମୟରେ ଅଫିସ ଭିତରୁ ଆହୁରି ନଗଦ ୧.୭ କୋଟି ଟଙ୍କା ମିଳିଛି। ପ୍ରଶାନ୍ତ ତାଙ୍କ ବାପାଙ୍କ ପାଇଁ ଏପରି ଲାଞ୍ଚ ନେଉଥିବା କୁହାଯାଉଛି। ତେବେ ଘଟଣାରୀ ଅଧିକ ତଦନ୍ତ କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ବିଜେପି ବିଧାୟକ ବିରୁପ୍ରକାଶପ୍ପା କହିଛନ୍ତି ଯେ “ମୁଁ ଏ ସମ୍ପର୍କରେ କିଛି ବି ଜାଣିନି। ଗଣମାଧ୍ୟମରୁ ଏ ସମ୍ପର୍କରେ ମୁଁ ଖବର ପାଇଛି। ମୋ ପୁଅ ଲୋକାୟୁକ୍ତ ହେପାଜତରେ ଥିବାରୁ ତା’ ସହ ବି ମୁଁ କଥା ହୋଇନି।”

କର୍ଣ୍ଣାଟକା ହାଇକୋର୍ଟ ଦୁର୍ନୀତି ନିରୋଧ ଶାଖାକୁ ଭାଙ୍ଗି ସବୁ କ୍ଷମତା ଲୋକାୟୁକ୍ତଙ୍କୁ ଦେଇଛନ୍ତି। ଏହି କ୍ଷମତା ପାଇବ ପରେ ଲୋକାୟୁକ୍ତ ପକ୍ଷରୁ ବିଭିନ୍ନ ସମୟରେ ଏପରି ରେଡ୍‌ କରାଯାଉଛି।

Bjp Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe