Advertisment

ତଡ଼ିପାର ଅପରାଧୀ ସହ ଫଟୋ ଶେୟାର କଲେ ବିଜେପି ବିଧାୟକ

ସୁରେନ୍ଦ୍ରପାଲ ନାଁରେ ହତ୍ୟା ଉଦ୍ୟମ ଓ ଦଙ୍ଗା ସୃଷ୍ଟି ଭଳି ୧୨ଟି ଅପରାଧିକ ମାମଲା ରହିଛି। ଜଲାଲାବାଦର ମିଠାହ ଗାଁରେ ରହୁଥିବା ସୁରେନ୍ଦ୍ରପାଲକୁ ଜୁଲାଇ ୧୪ରେ ହିଁ ଶାହଜାହାନପୁରରୁ କୋର୍ଟ ନିର୍ବାସିତ କରିଥିଲେ।

BJP

BJP

Advertisment

ଅଡ଼ୁଆରେ ଉତ୍ତର ପ୍ରଦେଶର କ୍ଷମତାସୀନ ବିଜେପିର ଜଣେ ବିଧାୟକ। ଜଣେ ତଡ଼ିପାର ଅପରାଧୀ ସହ ଜଲାଲାବାଦର ବିଜେପି ବିଧାୟକ ହରି ପ୍ରକାଶ ବର୍ମା ଷ୍ଟେଜ ଶେୟାର କରିଛନ୍ତି। ତା’ ସହ ଉଠାଇଥିବା ଫଟୋକୁ ମଧ୍ୟ ସୋଶାଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଶାହଜାହାନପୁର ଏସଏସ୍‌ପି ଅଶୋକ କୁମାର ମୀନା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବିଧାୟକ ହରି ପ୍ରକାଶ ଜନତା ଦରବାର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ପାଖରେ ସୁରେନ୍ଦ୍ରପାଲ ନାମକ ଜଣେ ବ୍ୟକ୍ତି ବସି ରହିଥିଲା। ସୁରେନ୍ଦ୍ରପାଲ ହେଉଛି ଜଣେ ପେଶାଦାର ଅପରାଧୀ। ତାକୁ କୋର୍ଟ ଜିଲ୍ଲାରୁ ନିର୍ବାସିତ କରିଥିଲେ। ହେଲେ ସେ ବିଧାୟକଙ୍କ ପାଖରେ ବସିବା ଓ ତା’ ସହ ବିଧାୟକ ଉଠାଇଥିବା ଫଟୋକୁ ଶେୟାର କରିବା ସମସ୍ତଙ୍କୁ ଚକିତ କରିଛି।

ସୁରେନ୍ଦ୍ରପାଲ ନାଁରେ ହତ୍ୟା ଉଦ୍ୟମ ଓ ଦଙ୍ଗା ସୃଷ୍ଟି ଭଳି ୧୨ଟି ଅପରାଧିକ ମାମଲା ରହିଛି। ଜଲାଲାବାଦର ମିଟାହ ଗାଁରେ ରହୁଥିବା ସୁରେନ୍ଦ୍ରପାଲକୁ ଜୁଲାଇ ୧୪ରେ ହିଁ ଶାହଜାହାନପୁରରୁ କୋର୍ଟ ନିର୍ବାସିତ କରିଥିଲେ।

Advertisment

ହେଲେ ଏହାର ୨ ଦିନ ପରେ ସେ କେବଳ ଏଠାକୁ ଫେରି ନାହିଁ, ବରଂ ବିଧାୟକଙ୍କ ସହ ତା’କୁ ଦେଖିବାକୁ ମିଳିଛି। ଏସଏସ୍‌ପି ମୀନା କହିଛନ୍ତି, “ମୁଁ ଜଲାଲାବାଦର ସର୍କଲ ଅଫିସର ଓ ଏସଏଚ୍‌ଓଙ୍କୁ ତଥ୍ୟର ଯାଞ୍ଚ କରି ରିପୋର୍ଟ ଦେବାକୁ କହିଥିଲି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିର୍ବାସନ ଦଣ୍ଡାଦେଶ ସତ୍ତ୍ୱେ ସୁରେନ୍ଦ୍ରପାଲ ଶାହଜାହାନପୁରରୁ ଆସିଛି। ଏବେ ତା’ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।”

ବିଜେପି ଜିଲ୍ଲା ସଭାପତି କେସି ମିଶ୍ରା କହିଛନ୍ତି, “ମୁଁ ଏବିଷୟରେ ଅବଗତ ନାହିଁ। କିନ୍ତୁ ନିର୍ବାସନ ଦଣ୍ଡ ପାଇଥିବା ଅପରାଧୀମାନେ ଜିଲ୍ଲା ବାହାରେ କେମିତି ରହିବେ, ତା’ର ଦାୟିତ୍ୱ ପୁଲିସ୍‌ର। ଆମେ ପୁଲିସ୍‌କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କହିବୁ।”

Bjp Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe