Advertisment

ମାଳ ମାଳ ଗାଡ଼ି ଧରି ମନ୍ଦିରରେ ପଶିଲେ ବିଧାୟକଙ୍କ ପୁଅ, ଆକ୍ସନ ମୁଡ୍‌ରେ ପୁଲିସ

ପୁଲିସ ବିଧାୟକଙ୍କ ପୁଅର କନଭୟରେ ସାମିଲ ୪ଟି ଗାଡିକୁ ଜବତ କରିଛି।

author-image
Madhupriya Mistry
BJP MLA Son Convoy

BJP MLA Son Convoy

ମାଳ ମାଳ ଗାଡ଼ି ଧରି ମହାକାଳ ମନ୍ଦିର ପରିସରରେ ପଶିଲେ ବିଧାୟକଙ୍କ ପୁଅ। ନିଜ କନଭୟ ସହ ମନ୍ଦିର ପରିସରରେ ପଶି ମହାକାଳଙ୍କୁ ଦର୍ଶନ କରିବାକୁ ଗଲେ। ମଧ୍ୟପ୍ରଦେଶ ଉଜ୍ଜୟନୀ ମହାକାଳ ମନ୍ଦିର ପରିସରରେ ସୁରକ୍ଷାରେ ଏଭଳି କିଛି ବଡ଼ ଧରଣର ତ୍ରୁଟି ସାମ୍ନାକୁ ଆସିଛି। ଏହାକୁ ନେଇ ଆକ୍ସନ ମୁଡ୍‌କୁ ଆସିଛି ପୁଲିସ। ବିଜେପି ବିଧାୟକଙ୍କ ପୁଅ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି।

Advertisment

ଶୁକ୍ରବାର ଏହି ଘଟଣା ଘଟିଛି। ନାଗ ପଞ୍ଚମୀ ଅବସରରେ ଲକ୍ଷ ଲକ୍ଷ ଭକ୍ତ ମହାକଳ ମନ୍ଦିରରେ ଏକାଠି ହୋଇଥିଲେ। ଏହି ସମୟରେ ମହାକଳ ମନ୍ଦିର ପରିସରର ସୁରକ୍ଷା ବ୍ୟବସ୍ଥାକୁ ଖାତିର ନକରି ଦେୱାସରୁ ବିଜେପି ବିଧାୟକ ଗାୟତ୍ରୀ ରାଜ ପନୱାରଙ୍କ ପୁଅ ବିକ୍ରମ ସିଂହ ପନୱାର ତାଙ୍କ କନଭୟ ସହ ମହାକଳ ମନ୍ଦିର ପରିସରରେ ପ୍ରବେଶ କରିଥିଲେ।

ଏହି ଘଟଣାକୁ ପରେ ସେଠାରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ ରାଗି ଯାଇଥିଲେ। ବିଧାୟକଙ୍କ ପୁଅ ମନ୍ଦିର ଭିତରକୁ ଯାଇ ସାରିଥିଲେ ହେଁ ବିଧାୟକଙ୍କ ପୁଅଙ୍କ କନଭୟ ସିଧା ନିୟନ୍ତ୍ରଣ କକ୍ଷ ଦେଇ ମହାକାଳ ଲୋକ୍ ପରିସର ଏବଂ ପରେ ମାନସରୋବର ଯାଏଁ ପହଞ୍ଚିଥିଲା। ଏହି ସମୟରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ଏବଂ ସେମାନେ ଗାଡିଗୁଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ।

Advertisment

ଗାଡିଗୁଡ଼ିକୁ ସେଠାରୁ ତୁରନ୍ତ ହଟାଇବାକୁ କହିଥିଲେ। ଏହାକୁ ନେଇ ପୁଲିସ ଅଧିକାରୀଙ୍କ ସହ ଗାଡିର ଡ୍ରାଇଭରଙ୍କ ପାଟିତୁଣ୍ଡ ହୋଇଥିଲା। ପରେ ଡିଏମ୍‌ ଏବଂ ଏସପି କନଭୟର ଗାଡିଗୁଡିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ବିଧାୟକଙ୍କ ପୁଅର କନଭୟରେ ସାମିଲ ୪ଟି ଗାଡିକୁ ଜବତ କରିଛି।

କହିରଖୁ ଯେ, ମହାକାଳ ମନ୍ଦିର ପରିସରକୁ ଭିଆଇପି ଗାଡି ପ୍ରବେଶ ଉପରେ ମଧ୍ୟ ପ୍ରତିବନ୍ଧକ ରହିଛି। ମହାକାଳ ଲୋକ୍ ପରିସରରୁ ଭିଆଇପି ବ୍ୟକ୍ତିଙ୍କୁ ପାଦରେ ଚାଲି ଚାଲି କିମ୍ବା ଈ-କାର୍ଟ ମାଧ୍ୟମରେ ମନ୍ଦିରକୁ ପଠାଯାଏ।

Madhya Pradesh Bjp Mla Mahakal Temple