Advertisment

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, କଂଗ୍ରେସରେ ମିଶିବେ ଏମଏଲସି ବାବୁରାଓ

କୋଲି ସଂପ୍ରଦାୟରୁ ଆସିଥିବା ବାବୁରାଓ ମାର୍ଚ୍ଚ ୨୫ରେ କଂଗ୍ରେସରେ ଯୋଗଦେବେ। ଏହା କଂଗ୍ରେସକୁ ବିଧାନସଭା ନିର୍ବାଚନରେ ‍ଫାଇଦା ଦେବେ ବୋଲି ରାଜନୀତିକ ପଣ୍ତିତମାନେ ମତ ରଖିଛନ୍ତି।

BJP

BJP

Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେପିକୁ ଲାଗିଛି ଝଟକା। ବିଜେପିର ବିଧାନ ପରିଷଦ(ଏମଏଲସି)ର ସଦସ୍ୟ ବାବୁରାଓ ଚିନଚାନସୁର ଆଜି ଦଳ ଛାଡ଼ିଛନ୍ତି। ସେ ବିଜେପି ଛାଡ଼ି କଂଗ୍ରେସରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ବାବୁରାଓ ବିଜେପିର ଦ୍ୱିତୀୟ ନେତା ଭାବେ ଚଳିତ ମାସରେ ଦଳକୁ ଅଲବିଦା କହିଛନ୍ତି।

Advertisment

କୋଲି ସଂପ୍ରଦାୟରୁ ଆସିଥିବା ବାବୁରାଓ ମାର୍ଚ୍ଚ ୨୫ରେ କଂଗ୍ରେସରେ ଯୋଗଦେବେ। ଏହା କଂଗ୍ରେସକୁ ବିଧାନସଭା ନିର୍ବାଚନରେ ‍ଫାଇଦା ଦେବେ ବୋଲି ରାଜନୀତିକ ପଣ୍ତିତମାନେ ମତ ରଖିଛନ୍ତି। ବାବୁରାଓ ୨୦୦୮ରୁ ୨୦୧୮ ଯାଏ ଗୁରମିତକଲ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିଲେ। ଏଥିସହ କଂଗ୍ରେସ କ୍ଷମତାରେ ଥିବା ବେଳେ ମନ୍ତ୍ରୀ ଭାବେ କାମ କରିଥିଲେ।

କିନ୍ତୁ ୨୦୧୮ ବିଧାନସଭା ନିର୍ବାଚନରେ ହାରିବା ପରେ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ବିଜେପି ମଧ୍ୟ ତାଙ୍କୁ କୋଳେଇ ନେବା ସହ ବିଧାନ ପରିଷଦ ସଦସ୍ୟ ଭାବେ ଗୃହକୁ ପଠାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖାଡଗେଙ୍କ ପରାଜୟ ପଛରେ ବାବୁରାଓ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହେଲେ ଏବେ ସେ ପୁଣି କଂଗ୍ରେଦକୁ କମବ୍ୟାକ କରିବାକୁ ଯାଉଛନ୍ତି। 

Advertisment

ବାବୁରାଓଙ୍କ ପୂର୍ବରୁ ପୁଟ୍ଟାନ୍ନା ମଧ୍ୟ ବିଜେପି ଛାଡ଼ିଥିଲେ। ବିଜେପି ସରକାର ଦୁର୍ନୀତିରେ ଲୁପ୍ତ ଥିବା ସେ ଅଭିଯୋଗ କରି ଦଳ ଛାଡ଼ି କଂଗ୍ରେସରେ ମିଶିଥିଲେ। ଏବେ ବାବୁରାଓ ମଧ୍ୟ ବିଜେପି ଛାଡ଼ି କଂଗ୍ରେସରେ ମିଶିବାକୁ ସଜବାଜ ହେଉଛନ୍ତି। ତେବେ ବାବୁରାଓଙ୍କ ଏପରି ନିଷ୍ପତ୍ତି ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଦଳର କିଛି ନେତା କହିଛନ୍ତି।

ଜଣେ ବିଜେପି ନେତା କହିଛନ୍ତି ଯେ ବାବୁରାଓ ଗୁରମିତକଲ ନିର୍ବାଚନମଣ୍ଡଳୀରୁ ଟିକେଟ ଆଶାୟୀ ଥିଲେ। ହେଲେ ବିଜେପି ତାଙ୍କୁ ଟିକେଟ ଦେବାକୁ ମନା କରିବାରୁ ସେ ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫାପତ୍ର ବିଧାନ ପରିଷଦର ଅଧ୍ୟକ୍ଷଙ୍କ ପାଖକୁ ପଠାଇଥିଲେ। ଏହାକୁ ମଧ୍ୟ ସେ ଗ୍ରହଣ କରି ନେଇଛନ୍ତି। ବାବୁରାଓଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେପି ନେତା ଜଣଙ୍କ ଦମ୍ଭୋକ୍ତି କରିଛନ୍ତି।

Karnataka Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe