Advertisment

୩ ପିଲାଙ୍କ ଉପରେ ଚଢ଼ିଗଲା ବ୍ରିଜଭୂଷଣଙ୍କ ପୁଅଙ୍କ କାର୍‌କେଡ୍, ୨ ମୃତ

ରାସ୍ତା ପାର୍‌ କରୁଥିବା ବେଳେ ୩ କଲେଜ ପିଲାଙ୍କ ଉପରେ ବିଜେପି ପ୍ରାର୍ଥୀଙ୍କ କାର୍‌କେଡ୍‌ ଚଢ଼ି ଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

author-image
Madhupriya Mistry
karan-bhushan-sharan-singh-convoy

karan-bhushan-sharan-singh-convoy

କଲେଜ ପିଲାଙ୍କ ଉପରେ ଚଢ଼ିଗଲା ବିଜେପି ପ୍ରାର୍ଥୀଙ୍କ କାର୍‌କେଡ୍‌। ଘଟଣାସ୍ଥଳରେ ପ୍ରାଣ ହରାଇଲେ ୨ ପିଲା। ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ କରଣ ଭୂଷଣ ଶରଣ ସିଂହଙ୍କ କାର୍‌କେଡ୍ ଦୁର୍ଘଟଣାର ଶିକାର ହୋଇଛି। ତାଙ୍କ କାର୍‌କେଡ୍‌ରେ ସାମିଲ ଥିବା ଏକ ଫର୍ଚୁନର କାର୍ ୩ କଲେଜ ପିଲାଙ୍କ ଉପରେ ଚଢ଼ି ଯାଇଛି। ଉତ୍ତରପ୍ରଦେଶ କୈସରଗଞ୍ଜ ଲୋକସଭା କ୍ଷେତ୍ରରେ ଘଟିଛି ଏହି ଦୁର୍ଘଟଣା।

Advertisment

କୈସରଗଞ୍ଜ ଆସନରୁ ବିଜେପିର ପ୍ରାର୍ଥୀ ଥିବା କରଣ ଭୂଷଣ ସିଂହ ହେଉଛନ୍ତି ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପୁଅ। ସେ ଗୋଣ୍ଡା ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ତାଙ୍କ କାରକେଡ୍‌ରେ ସାମିଲ ଥିବା ଫର୍ଚୁନର୍‌ କାର୍ ୩ ଜଣ କଲେଜ ଛାତ୍ରଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କରଣ ଭୂଷଣ ସିଂହଙ୍କ କାରକେଡ୍ ବୈକୁଣ୍ଠ ଡିଗ୍ରୀ କଲେଜ୍ ଦେଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କରଣଙ୍କ କାରକେଡ୍ ଯିବା ସମୟରେ କଲେଜର ତିନି ଜଣ ପିଲା ରାସ୍ତା ପାର୍ ହେଉଥିଲେ। ଏତିକି ବେଳେ କାରକେଡ ଭିତରେ ଥିବା ଏକ ଫର୍ଚ୍ୟୁନର କାର୍ ତାଙ୍କ ଉପରେ ମାଡିଯାଇଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁର୍ଘଟଣା ଘଟିବା ପରେ କରଣ ଭୂଷଣ ସିଂହ ଅଟକି ନଥିଲେ। ଏପରିକି କି ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିନଥିଲେ।

Advertisment

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସ୍ଥିତି ଉପୁଜିଛି। ଦୁର୍ଘଟଣା ସମୟରେ କରଣ କର୍‌କେଡ୍‌ରେ ଉପସ୍ଥିତ ଥିଲେ ନା ନାହିଁ ସେ ନେଇଁ ଯାଞ୍ଚ ଚାଲିଛି। ଅଭିଯୋଗରେ କରଣ ଭୂଷଣଙ୍କ ନାମ ନାହିଁ। ଅଭିଯୋଗ ଆଧାରରେ କର୍ଣ୍ଣେଲଗଞ୍ଜ ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଫର୍ଚୁନର କାରକୁ ଜବତ କରିବା ସହ ଏହାର ଡ୍ରାଇଭରକୁ ଅଟକ ରଖିଛି। ସେପଟେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

କହିରଖୁ, ଉତ୍ତରପ୍ରଦେଶର କୈସରଗଞ୍ଜ ଲୋକସଭା ଆସନରୁ ବିଜେପି ବର୍ତ୍ତମାନର ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଟିକେଟ୍‌ କାଟି ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ପ୍ରାର୍ଥୀ କରିଛି। କରଣ ହେଉଛନ୍ତି ବ୍ରିଜଭୂଷଣଙ୍କ ସାନ ପୁଅ।

Accident Brij Bhushan Sharan Singh BJP MP Convoy Accident