ବିଜେପି ସାଂସଦ
ଦେଶର ଜାତୀୟ ସଂଗୀତ ‘ଜନ ଗଣ ମନ’କୁ ବ୍ରିଟିଶ ଅଧିକାରୀଙ୍କ ସହ ଯୋଡ଼ିଛନ୍ତି କର୍ଣ୍ଣାଟକା(Karnataka)ର ଜଣେ ବିଜେପି ସାଂସଦ। ବ୍ରିଟିଶ ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ ବାସ୍ତବରେ ଜନ ଗଣ ମନ ଲେଖା ଯାଇଥିଲା। ବନ୍ଦେ ମା’ତରମକୁ ଦେଶର ଜାତୀୟ ସଂଗୀତ ଭାବେ ଚୟନ କରାଯିବା କଥା ବୋଲି ବିଜେପିର ଉତ୍ତର କନ୍ନଡ ସାଂସଦ ବିଶେଶ୍ୱର କାଗେରି କହିଛନ୍ତି। ଏହାକୁ ନେଇ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି।
ଗୋଟିଏ କାର୍ଯ୍ୟକ୍ରମରେ ସାଂସଦ କାଗେରି କହିଛନ୍ତି ଯେ “ବନ୍ଦେ ମା’ତରମ ଦେଶର ଜାତୀୟ ସଂଗୀତ ହେବା କଥା ବୋଲି ଗୋଟିଏ ଦାବି ରହିଥିଲା। ଆମ ପୂର୍ବପୁରୁଷମାନେ କୌଣସି କାରଣରୁ ଉଭୟ ବନ୍ଦେ ମା’ତରମ ଓ ପ୍ରକୃତରେ ବ୍ରିଟିଶ ଅଧିକାରୀମାନଙ୍କୁ ସ୍ୱାଗତ କରିବା ପାଇଁ ଲେଖା ଯାଇଥିବା ‘ଜନ ଗଣ ମନ’କୁ ଜାତୀୟ ସଂଗୀତରେ ସାମିଲ କରିବାକୁ ଆଗ୍ରହ ଦେଖାଇଥିଲେ।”
ତେବେ ବିଜେପି ସାଂସଦ କାଗେରିଙ୍କ ଏପରି ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି କର୍ଣ୍ଣାଟକାର ମନ୍ତ୍ରୀ ତଥା କଂଗ୍ରେସ ନେତା ପ୍ରିୟଙ୍କ ଖଡଗେ। ବିଜେପି ଓ ଆରଏସଏସ୍ ‘ହ୍ୱାଟସଆପ୍ ଇତିହାସ’କୁ ପ୍ରଚାର ପ୍ରସାର କରୁଥିବା ସେ ଅଭିଯୋଗ କରିଛନ୍ତି।
ଏକ୍ସରେ ଖଡଗେ ଲେଖିଛନ୍ତି, “ଆଉ ଗୋଟିଏ ଦିନ ଓ ଆଉ ଗୋଟିଏ ଆରଏସ୍ଏସ୍ ହ୍ୱାଟସଆପ ଇତିହାସ। ଏହାକୁ ଦେଖି ବିଜେପି(Bjp) ସାଂସଦ ଶ୍ରୀ କାଗେରି ଏବେ ଦାବି କରୁଛନ୍ତି ଯେ ଆମ ଜାତୀୟ ସଂଗୀତ ହେଉଛନ୍ତି ‘ବ୍ରିଟିଶ’। ଅତ୍ୟନ୍ତ ନିର୍ବୋଧ।”
ତାଙ୍କ କହିବା କଥା ଯେ ରବୀନ୍ଦ୍ରନାଥ ଟାଗୋର ୧୯୧୧ରେ ଭାରତ ଭାଗ୍ୟ ବିଧାତା ଲେଖିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାର ଅଂଶବିଶେଷ ଜନ ଗଣ ମନ ବନିଥିଲା। ଏହାକୁ ସମାନ ବର୍ଷ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ପ୍ରଥମଥର ଗାନ କରାଯାଇଥିଲେ। ବ୍ରିଟିଶ ସାମ୍ରାଜ୍ୟକୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହା ନଥିଲା ବୋଲି ଶ୍ରୀ ଖଡଗେ କହିଛନ୍ତି।
କର୍ଣ୍ଣାଟକାର ପରିବହନ ମନ୍ତ୍ରୀ ରାମାଲିଙ୍ଗା ରେଡ୍ଡୀ ମଧ୍ୟ ବିଜେପି ସାଂସଦ କାଗେରିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “୧୯୪୭ରେ ଆମେ ସ୍ୱାଧୀନତା ପାଇଥିଲୁ। ବ୍ରିଟିଶ ଭାରତ ଛାଡ଼ିଥିଲେ ଓ ଆମେ ଆମର ଜାତୀୟ ସଂଗୀତ ଏବଂ ପତାକା ଚୟନ କରିଥିଲୁ। ୭୮ ବର୍ଷ ପରେ ଏବେ କାଗେରି ଏପରି କହୁଛନ୍ତି।
ବନ୍ଦେ ମା’ତରମ ପ୍ରତିଟି କଂଗ୍ରେସ(Congress) କାର୍ଯ୍ୟକ୍ରମରେ ଗାନ କରାଯାଉଛି। ଏହା କଂଗ୍ରେସ ସହ ଜଡ଼ିତ। ଏଥିରୁ ଆରଏସ୍ଏସ୍ର ମାନସିକତା ସ୍ପଷ୍ଟ ଜଣାପଡ଼ୁଛି। ଜନ ଗଣ ମନକୁ ସମସ୍ତେ ଗ୍ରହଣ କରିଥିଲେ। ଏହାକୁ ନେଇ କେବା ବିବାଦ ନଥିଲା। ସେମାନେ ଗାନ୍ଧି ଓ ନେହରୁଙ୍କ ବିରୋଧରେ ମିଛର ପ୍ରଚାର କରୁଛନ୍ତି। ସେମାନଙ୍କ ମାନସିକତା ବେଶ ଭଲ ଭାବେ ଜଣାପଡ଼ୁଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/06/bjp-2025-11-06-14-22-18.jpg)