Advertisment

ସଂସଦରେ କିଏ କହିଲା? ରାହୁଲ ନା' ପ୍ରେତ: ବିଜେପି

ରାହୁଲଙ୍କୁ ଭିନ୍ନ ଢ଼ଙ୍ଗରେ ଟ୍ରୋଲ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

'ସଂସଦରେ କିଏ କହିଲା? ରାହୁଲ ଗାନ୍ଧୀ ନା ପ୍ରେତ। ଗୃହକୁ ପ୍ରେତ ଆସି ଭାଷଣ ଦେଇ ଚାଲିଗଲା।' କିଛି ଏଭଳି କହି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟ୍ରୋଲ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ବିଜେପି ସାଂସଦଙ୍କ ଏହି ଟ୍ରୋଲ କରିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମଙ୍ଗଳବାର ଥିଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଷଷ୍ଠ ଦିନ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ଚାଲିଥିଲା। ଏହି ସମୟରେ କଂଗ୍ରେସ ପ୍ରାୟ ଏକ ଘଣ୍ଟା ଧରି କେନ୍ଦ୍ର ସରକାର ଓ ବିଜେପିକୁ ଅନେକ ପ୍ରସଙ୍ଗ ନେଇ ଘେରିଥିଲା। ଅନ୍ୟ ୫ ଦିନ ପରି ବିରୋଧୀ ସଦସ୍ୟମାନେ ଆଦାନୀ ଗ୍ରୁପ୍‌ ଓ କେନ୍ଦ୍ର ସରକାରଙ୍କ ବିପକ୍ଷରେ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ଏହି ସମୟରେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧରେ ନାନା ଅଭିଯୋଗ ଆଣିଥିଲେ।

Advertisment

ଏହାପରେ ଦେବଘରରୁ ବିଜେପିର ସାଂସଦ ନିଶିକାନ୍ତ ଦୁବେ ରାହୁଲ ଗାନ୍ଧୀ ଓ କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି। ସେ ରାହୁଲଙ୍କୁ ଭିନ୍ନ ଢ଼ଙ୍ଗରେ ଟ୍ରୋଲ କରି କହିଛନ୍ତି, 'ଆଜି ସଂସଦ ଭବନକୁ ଏକ ପ୍ରେତ ଆସି ଭାଷଣ ଦେଇ ଚାଲିଗଲା। ଆପଣମାନେ ପ୍ରେତକୁ କହିବାକୁ ଅନୁମତି ଦେଲେ। ଯେଉଁ ବ୍ୟକ୍ତି ଖୋଲାଖୋଲି ଭାବେ ନ୍ୟାସନାଲ ଟିଭି ଚ୍ୟାନେଲକୁ ଆସି କହିଥିଲେ ଯେ ରାହୁଲ ଗାନ୍ଧୀ ମରି ଯାଇଛନ୍ତି, ରାହୁଲ ଗାନ୍ଧୀ ନାହାଁନ୍ତି, ତୁମେ ଯାହାକୁ ଦେଖୁଛ ମୁଁ ସିଏ ନୁହେଁ। ତେଣୁ ଗୃହରେ ଏବେ ଯେଉଁ ବ୍ୟକ୍ତି ଭାଷଣ ଦେଇଛନ୍ତି ସିଏ ରାହୁଲ ଗାନ୍ଧୀ ନା ପ୍ରେତ?'

ଏଥିସହ ରାହୁଲଙ୍କ ବିରୋଧରେ ସେ ବିଶେଷଅଧିକାରୀ ହନନ ନୋଟିସ ଦେଇଛନ୍ତି। ତେବେ ନିଶିକାନ୍ତ ଦୁବେ ଯେଉଁ ଭଳି ଢ଼ଙ୍ଗରେ ରାହୁଲଙ୍କୁ ଟ୍ରୋଲ କରିଛନ୍ତି ତା'ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, ଗତକାଲି ସଂସଦରେ ରାହୁଲ ଗାନ୍ଧୀ ଅନେକ ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ଆମେରିକୀୟ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍‌ ବିରୋଧରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରିଥିଲେ। ଏହି ସମୟରେ ଓ୍ୱାଇନାଡା ସାଂସଦ ରାହୁଲ ନିଜ ଭାରତ ଯୋଡୋ ଯାତ୍ରାର ଅନୁଭବ ମଧ୍ୟ ବଖାଣିଥିଲେ।

Bjp Congress Rahul Gandhi